ETV Bharat / city

Chopper Crash: ମଝି ଆକାଶରୁ ଖସିପଡୁଛି ବିମାନ, ଆଖି ବୁଜିଛନ୍ତି ଏହି ଓଡିଆ ଯବାନ

author img

By

Published : Dec 9, 2021, 10:34 PM IST

ତାମିଲନାଡୁର କୁନ୍ନୁରରେ CDS ଜେନରାଲ ବିପିନ ରାୱତ ଓ ଅନ୍ୟ ୧୨ ଜଣଙ୍କ ଦେହାନ୍ତ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ୱାରାଣ୍ଟ ଅଫିସର ରାଣା ପ୍ରତାପ ଦାସ ମଧ୍ୟ ସାମିଲ ରହିଛନ୍ତି । ତେବେ ଏଭଳି କିଛି ବିମାନ ଦୁର୍ଘଟଣାରେ କିଛି ଓଡିଆ ଯବୀନ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

ବଡ଼ବଡ଼ ସାମରିକ ବିମାନ ଦୁର୍ଘଟଣା, ଆଖି ବୁଜିଛନ୍ତି ଏହି ଓଡ଼ିଆ ଯବାନ

ଭୁବନେଶ୍ବର: ତାମିଲନାଡ଼ୁର କୁନ୍ନୁରରେ CDS ଜେନରାଲ ବିପିନ ରାୱତ ଓ ଅନ୍ୟ ୧୨ ଜଣଙ୍କ ଦେହାନ୍ତ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ସାମିଲ ରହିଛନ୍ତି । ସେ ହେଉଛନ୍ତି ଅନୁଗୋଳର ଜୁନିଅର ୱାରାଣ୍ଟ ଅଫିସର ରାଣା ପ୍ରତାପ ଦାସ ।

ଆଜି ସମସ୍ତ ଶହୀଦ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତେବେ ଏହାପୂର୍ବରୁ ମଧ୍ୟ ଅନେକ ଓଡ଼ିଆ ଯବାନ ପ୍ଲେନ କ୍ରାସ୍‌ ବା ଏହିଭଳି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ଅନୁଗୋଳ ଜିଲ୍ଲାର କୃଷ୍ଣଚନ୍ଦ୍ରପୁର ବାସିନ୍ଦା ଥିଲେ ଜୁନିଅର ୱାରାଣ୍ଟ ଅଫିସର ରାଣା ପ୍ରତାପ ଦାସ । ଗୁରୁବାର ରାତିରେ ତାଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବ । ଏହାକୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ମଧ୍ୟ ଏହିଭଳି ଦୁର୍ଘଟଣାରେ ଓଡ଼ିଆ ଯବାନ ପ୍ରାଣ ହରାଇଛନ୍ତି ।

୨୦୧୪ ମସିହା ମାର୍ଚ୍ଚ ୨୮ ତାରିଖରେ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ସୁପର ହରକ୍ୟୁଲେସ୍‌ ଏୟାରକ୍ରାଫ୍ଟ ଆଗ୍ରାରୁ ଉଡ଼ାଣ ଭରିଥିଲା । କିନ୍ତୁ ମାତ୍ର ୧୧୫ କିମି ଅତିକ୍ରମ କରିବା ପରେ ପଶ୍ଚିମ ଗ୍ବାଲିୟରରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଓଡ଼ିଆ ଯବାନ ସ୍କ୍ବାର୍ଡନ ଲିଡର କୌଶିକ ମିଶ୍ରଙ୍କ ସହ ଅନ୍ୟ ୪ ଜଣ ବାୟୁସେନା ଯବାନ ରହିଥିଲେ । ଏଥିରେ କୌଶିକ ମିଶ୍ର ଶହୀଦ ହୋଇଥିଲେ ।

ବେଲପାହାଡ଼ର ଅଶୋକ ମିଶ୍ର ଓ ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବଡ଼ପୁଅ ଥିଲେ କୌଶିକ ମିଶ୍ର । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସ କରିଥିଲେ । ୨୦୦୬ରେ ବାୟୁସେନା ଏକାଡେମୀରୁ ସ୍ନାତ୍ତକୋତ୍ତର ହାସଲ କରିବା ପରେ ସେ ବାୟୁସେନାରେ ଜଣେ କମିଶନ ଅଫିସର ହୋଇଥିଲେ । କୌଶିକଙ୍କ ଦେହାନ୍ତ ବେଳେ ତାଙ୍କ ପତ୍ନୀ ପୂଜା ଦିଲ୍ଲୀରେ ତାଙ୍କ ୧୮ ମାସର ଝିଅ ସହ ରହୁଥିଲେ ।

ଏହାପରେ ୨୦୧୫ ଡିସେମ୍ବର ୨୨ ତାରିଖରେ ସୀମା ସୁରକ୍ଷା ବଳ ଏକ ଚାର୍ଟଡ ବିମାନ ସୁପର କି୍‌ଙ୍ଗ ବି-୨୦୦ ଦ୍ବାରିକା ନିକଟସ୍ତ ମହମ୍ମଦପୁର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାରାମିଲିଟାରୀ ଟେକ୍ନିସିଆନ୍‌ଙ୍କୁ ନେଇ ଏହି ବିମାନ ରାଞ୍ଚି ଯାଉଥିଲେ । ଏହି ବିମାନରେ ଥିବା ୧୦ ଜଣ ଯବାନ ଶହୀଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ସାମିଲ ଥିଲେ ଓଡ଼ିଆ ଯବାନ କିଶୋର ରାଉତ । ସେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଦେଉଳତରା ଗ୍ରାମବାସୀ ଥିଲେ ।

ଏହାପରେ ୨୦୧୯ ଜୁନ୍‌ ୩ ତାରିଖରେ ଓଡ଼ିଆ ବାୟୁ ସେନା ଯବାନ ଲେଫ୍ଟନେଣ୍ଟ ସୁନିତ ମହାନ୍ତିଙ୍କ ଅନ୍ୟ ୧୨ ଜଣ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବାୟୁସେନା ବିମାନ ଏଏନ୍‌ ୩୨ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅରୁଣାଚଳ ପ୍ରଦେଶର ମେଚୁକା ଅଭିମୁଖେ ବାହାରିଥିଲା । କିନ୍ତୁ ଲ୍ୟାଣ୍ଡ କରିବାର କିଛି ସମୟ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ଶହୀଦ ହେବାର ମାତ୍ର ୫ ବର୍ଷ ପୂର୍ବରୁ ୨୦୧୪ରେ କମିଶନ ଅଫିସର ପାହ୍ୟା ପାଇଥିଲେ । ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ ସିଜି ମହାନ୍ତିଙ୍କ ପୁତ୍ର ଥିଲେ । ପିଲାଟି ବେଳୁ ତାଙ୍କ ବାୟୁସେନା ପ୍ରତି ଦୁର୍ବଳତା ରହିଥିଲେ । ସେ ଫାଇଟର ପ୍ଲେନ ଉଡ଼ାଇବାକୁ ଭଲ ପାଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.