ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ସାଧାରଣତଃ ଗ୍ରୀଷ୍ମଋତୁରେ ସୂର୍ଯ୍ୟଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭଳି ବଢ଼ିଥାଏ ଏବଂ ବର୍ଷାଦିନ ଆସିଲେ ଖସିଥାଏ । ହେଲେ ଚଳିତ ବର୍ଷ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟି । ଗତ କିଛି ମାସ ମଧ୍ୟରେ ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଇଁଲାଣି । ପ୍ରତିଦିନ ଓଡ଼ିଶା ବଜାରରେ ୫ଟଙ୍କା ୧୦ ଟଙ୍କା ଦର କମୁଥିବା ବେଳେ କିଛି ପନିପରିବାର ଦର ସମାନ ଟଙ୍କା ବୃଦ୍ଧି ପାଉଛି । ତେବେ ଆଜି ଆସନ୍ତୁ ଜାଣିବା ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ପନିପରିବାର ଦର କେତେ ରହିଛି ?
