ETV Bharat / city

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ, କିଶାନ କଂଗ୍ରେସର କ୍ଷତିପୂରଣ ଦାବି - କିଶାନ କଂଗ୍ରେସର କ୍ଷତିପୂରଣ ଦାବି

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କଲା କଂଗ୍ରେସ (Kishan congress demand to provide assistance) । ଏହାକୁ ନେଇ ମଙ୍ଗଳବାର କଂଗ୍ରେସ କିଶାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଅଧିକ ପଢ଼ନ୍ତୁ

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ, କିଶାନ କଂଗ୍ରେସର କ୍ଷତିପୂରଣ ଦାବି

author img

By

Published : Aug 30, 2022, 9:59 PM IST

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଚଳିତ ଖରିଫଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିରେ ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯାଇଛି (Kishan congress demand to provide assistance) । ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପନିପରିବା ଭଲି ଚାଷ ନଷ୍ଟ ହୋଇଛି (assistance to flood affected farmers )। ଚାଷୀ ସମସ୍ୟାରେ ଥିବା ବେଳେ ରାଜ୍ୟ ସରକାର ଅଦ୍ୟାବଧି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ମଙ୍ଗଳବାର କଂଗ୍ରେସ କିଶାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ, କିଶାନ କଂଗ୍ରେସର କ୍ଷତିପୂରଣ ଦାବି

କଂଗ୍ରେସ କିଶାନ ଆବାହକ ଅମୀୟ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛନ୍ତି ।(Amiya Patnaik reaction on flood affected farmers ) ସେ କହିଛନ୍ତି, "ବନ୍ୟା ହେବାର ଜାଣି ମଧ୍ୟ ରାଜ୍ୟ ସରକାର ଯଥେଷ୍ଟ ପୂର୍ବରୁ ସତର୍କ ନରହିବାରୁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହେଲା । ଜନଜୀବନ ସହିତ ଚାଷ ଉଜୁଡ଼ିଗଲା । ଏପରିକି ଅମଳ ଆଉ ସମ୍ଭବ ନୁହେଁ । ଏବେ ଚାଷୀକୁଳ କରିବେ କ’ଣ ? ଠିକଣା ସମୟରେ ରାଜ୍ୟରେ ବିହନ ଓ ସାର ସଙ୍କଟ ଦେଖାଦେଇଛି । ସରକାର ଯଦି ବର୍ତ୍ତମାନ ପ୍ରଚଳିତ କୃଷି ଇନପୁଟ୍ ସହାୟତା ଚିରାଚରିତ ଢଙ୍ଗରେ ଚାଷୀଙ୍କୁ ଯୋଗାଇ ଦିଅନ୍ତି, ତେବେ ଚାଷୀର କ୍ଷତି ଭରଣା ହେଉନାହିଁ ।"

ଚାଷୀ ଉପଯୁକ୍ତ ସହାୟତା ପାଇବାରୁ ବଞ୍ଚିତ । ବାସ୍ତବରେ ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁଥନଥିବା ଅଭିଯୋଗ କରିଛି କଂଗ୍ରେସ । ଚାଷୀଙ୍କୁ ପ୍ରତିଶ୍ରୁତି ଦେବା ଓ ସହାୟତା ଘୋଷଣା କରିବା କେବଳ ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ ରହିଛି । ବାସ୍ତବ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ଚାଷୀ ବୀମା କରି ଫସଲ ବୀମା ସହାୟତା ପାଉନାହିଁ । ଚାଷୀର ପ୍ରିମିୟମ ଟଙ୍କାରେ କମ୍ପାନୀ ଓ ସରକାର ମାଲାମାଲ ହେଉଛନ୍ତି ହେଲେ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀକୁ ମିଳୁନଥିବା ଅଭିଯୋଗ ହୋଇଛି । କାଳିଆ ବଳିଆ ଓ ପିଏମ୍ କିଷାନ ନିଧି ଯୋଜନା ପ୍ରହସନ ପାଲଟିଛି ବୋଲି କହିଛି କଗ୍ରେସ ।

୭୫ ଲକ୍ଷ ଚାଷୀ ପରିବାରରୁ ଅଦ୍ୟାବଧି ଆଉ ୨୫ ଲକ୍ଷ ଚାଷୀ କାଳିଆ ସହାୟତା ୪୩ ଲକ୍ଷ ଚାଷୀ ପିଏମ୍ କିଷାନ ସହାୟତାରୁ ବଞ୍ଚିତ । ସରକାରଙ୍କ ପାଖରେ ଚାଷୀ ପରିସଂଖ୍ୟାନର ହିସାବ ନାହିଁ । ବିଜେଡିର ୨୨ ବର୍ଷର ଶାସନକାଳ ଓ କେନ୍ଦ୍ରରେ ବିଜେପିର ୮ ବର୍ଷର ଶାସନରେ ଚାଷୀଙ୍କୁ କୌଣସି ଲାଭ ହୋଇନି । ଜାତୀୟସ୍ତରରେ ଚାଷୀର ମାସିକ ଆୟ ୧୦ ହଜାର ଟଙ୍କାରୁ ଅଧିକ ଥିବା ବେଳେ ଆମ ରାଜ୍ୟର ଚାଷୀର ମାସିକ ଆୟ ମାତ୍ର ୫୧୧୨ ଟଙ୍କା ରହିଛି ।

ସରକାର କାଳ ବିଳମ୍ବ ନକରି ଯୁଦ୍ଧକାଳୀନ ଭିତ୍ତିରେ ଫସଲ କ୍ଷୟ କ୍ଷତିର ସଠିକ ଆକଳନ କରାଇବାକୁ ଦାବି କରିଛି କଂଗ୍ରେସ । ଖାଲି ସେତିକି ନୁହେଁ, ଚାଷଜମିରୁ ଜଳ ନିଷ୍କାସନ, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତି ସଅଳ କିସମ ଧାନ ଓ ଡାଲିଜାତୀୟ ବିହନ, ଚିନାବାଦାମ ମଞ୍ଜି ଓ ଧାନ ତଳି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେବାକୁ ଦାବି ହୋଇଛି ।

୯୦ ପ୍ରତିଶତ ରିହାତିରେ ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ସାର, କୀଟନାଶକ ଔଷଧ ଯୋଗାଣ, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼ ଆଦି ଦାବି କରିଛି କଂଗ୍ରେସ । ଯଥାଶୀଘ୍ର ଦାବି ପୂରଣ ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.