ଭୁବନେଶ୍ବର: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ KIIT ବିଶ୍ଵବିଦ୍ୟାଳୟରୁ 3 ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଡାକ୍ତର ସାମିଲ ହେବେ । ମୋଟ 4 ଜଣ ଅଂଶଗ୍ରହଣ ସୁଯୋଗ ପାଇଛନ୍ତି। ସମଗ୍ର ଦେଶରେ KIIT ବିଶ୍ଵବିଦ୍ୟାଳୟ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।
ଜୁଲାଇ 23 ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକରେ ଭାଗ ନେବାକୁ ଯାଉଛନ୍ତି କିଟ ବିଶ୍ବବିଦ୍ୟାଳୟର ତିନି ଜଣ ଆଥଲେଟ ଏବଂ ଜଣେ ଡାକ୍ତର । ବିଶ୍ବବିଦ୍ୟାଳୟରୁ ଓଡ଼ିଆ ଧାବିକା ଦୂତୀ ଚାନ୍ଦ 100 ଏବଂ 200 ମିଟର ରେସ, ସିଏ ଭବାନୀ ଦେବୀ ଫେନସିଂଙ୍ଗ ଏବଂ ଶିବପାଲ ସିଂ ଜାଭେଲିନ ଥ୍ରୋରେ ଭାଗ ନେବେ । ସେହିପରି କିମ୍ସ ମେଡିକାଲର ଡାକ୍ତର ସୁଦୀପ ଶତପଥୀ ମଧ୍ୟ ଏହି ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳର ଫିଜିଓ ଭାବେ ଯୋଗଦେବେ । ଏଥିପାଇଁ ଆଜି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଏହି ସମ୍ମିଳନୀରେ ତିନି ଜଣ ଆଥଲେଟ ଏବଂ ଡକ୍ଟର ସୁଦୀପ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ, ଓଡିଶାର କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, ଟୋକିଓ ଅଲମ୍ପିକରେ ଭାରତୀୟ ହକି ଦଳର ଫିଜିଓ ଡକ୍ଟର ସୁଦୀପ ଶତପଥି, ଧାବିକା ଦୂତୀ ଚାନ୍ଦ, ପ୍ରଫେସର ସସ୍ମିତା ସାମନ୍ତ ଯୋଗଦାନ କରିଥିଲେ ।
ଦୂତୀଙ୍କ ବ୍ୟତୀତ ସିଏ ଭବାନୀ ଦେବି ଏବଂ ଶିବପାଳ ସିଂ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦାନ କରିଥିଲେ । କ୍ରୀଡା ସଚିବ ବିଶାଲ ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ଯୋଗଦାନ କରିଥିଲେ । ବର୍ତ୍ତମାନ ଦୂତୀ ଚାନ୍ଦ କିଟ ବିଶ୍ବବିଦ୍ୟାଳୟରେ ଆଇନ ଛାତ୍ରୀ ଭାବରେ ଅଧ୍ୟୟନ କରୁଥିବା ବେଳେ ସିଏ ଭବାନୀ ଦେବୀ ପିଏଚଡି ଏବଂ ଶିଵପାଲ ସିଂ ବିବିଏରେ ଶିକ୍ଷା ଗ୍ରହଣ କରୁଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ