ETV Bharat / city

ବୁଧବାର ଖୋର୍ଦ୍ଧା ବୁଲିବେ ସ୍କ୍ବାର୍ଡ, ସ୍କୁଲ ବ୍ୟାଗ ଓଜନର ହେବ ଯାଞ୍ଚ

ସ୍କୁଲ ବ୍ୟାଗକୁ ନେଇ ଖୋର୍ଦ୍ଧା ଜିଲ୍ଲାର ଡିଆର ଆଇନକୁ ପୁନର୍ବାର ନୋଟିସ । ସ୍କୁଲ ପରିଦର୍ଶନ କରି ବ୍ୟାଗ ଯାଞ୍ଚ କରିବାକୁ ନେଇ ଗଠିତ ହୋଇଛି 3ଟି କମିଟି ।

ଫାଇଲ ଫଟୋ
author img

By

Published : Sep 10, 2019, 11:23 PM IST

ଭୁବନେଶ୍ବର: ବୁଧବାର ଠାରୁ ଜିଲ୍ଲା ବୁଲିବେ ସ୍କ୍ବାର୍ଡ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ସ୍କୁଲ ପରିଦର୍ଶନ । ଛାତ୍ରଛାତ୍ରୀ କେତେ ଓଜନର ବ୍ୟାଗ କାନ୍ଧରେ ବୁହାଇ ନେଉଛନ୍ତି ତାହାର କରିବେ ଯାଞ୍ଚ । ଏନେଇ ଜିଲ୍ଲା ସ୍ତରରେ 3ଟି ସ୍କ୍ବାର୍ଡ ଗଠନ କରିଛନ୍ତି ଜିଲ୍ଲାପାଳ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଏହି ଟିମ ଗଠନ କରିଛନ୍ତି । ଜିଲ୍ଲାର ସବୁ ସରକାରୀ, ଅନୁଦାନ ପ୍ରାପ୍ତ ସ୍କୁଲ ଓ ଘରୋଇ ସ୍କୁଲ ଗୁଡ଼ିକ ଏହି କମିଟିର ସ୍କାନରରେ ରହିବ । ବିନା ସୂଚନାରେ ଯାଞ୍ଚରେ ଆସିବ ଏହି କମିଟି । ଯଦି କୌଣସି ବିଦ୍ୟାଳୟ ଗାଇଡ଼ଲାଇନ ଉଲଙ୍ଘନ କରେ, ତେବେ କମିଟି ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବ। ପରେ ସଚିବଙ୍କୁ ମଧ୍ୟ ଘଟଣାର ଅବଗତ କରିବେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ଘରୋଇ ସ୍କୁଲ ଯେଉଁଭଳି ଭାବରେ ପିଲାଙ୍କୁ ବୋଝ ଦେଉଛନ୍ତି ତାହା ଛାତ୍ରଛାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ତେଣୁ ଏହି ମାମଲାକୁ ନେଇ କଡାକଡି କରିବାକୁ ରାୟ ଦେଇଥିଲେ କୋର୍ଟ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବିକାଶ ଦାସ, ଇଟିଭି ଭାରତ

Intro:ସ୍କୁଲ ବ୍ୟାଗ କୁ ନେଇ ଖୋର୍ଦ୍ଧା ଜିଲ୍ଲାର ଡିଆରଆଇନକୁ ପୁନର୍ବାର ନୋଟିସ

Body:ସ୍କୁଲ ବ୍ୟାଗ କୁ ନେଇ ଖୋର୍ଦ୍ଧା ଜିଲ୍ଲାର ଡିଆରଆଇନକୁ ପୁନର୍ବାର ନୋଟିସ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.