ETV Bharat / city

ଷ୍ଟେସନରେ ପ୍ରାଧିକୃତ ବିକ୍ରେତାଙ୍କୁ ପରିଚୟ ପତ୍ର - ପ୍ରାଧିକୃତ ବିକ୍ରେତାଙ୍କୁ ପରିଚୟ ପତ୍ର

ଷ୍ଟେସନରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଅନଧିକୃତ ବିକ୍ରେତାମାନଙ୍କୁ ଚିହ୍ନଟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଷ୍ଟେସନରେ ପ୍ରାଧିକୃତ ବିକ୍ରେତାଙ୍କୁ ପରିଚୟ ପତ୍ର

author img

By

Published : Jul 18, 2021, 9:29 PM IST

ଭୁବନେଶ୍ବର: ରେଳ ଷ୍ଟେସନରେ ପ୍ରାଧିକୃତ ବିକ୍ରେତାଙ୍କୁ ମିଳିଲା ପରିଚୟ ପତ୍ର । ଷ୍ଟେସନରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଅନଧିକୃତ ବିକ୍ରେତାମାନଙ୍କୁ ଚିହ୍ନଟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ସମସ୍ତ ପ୍ରାଧିକୃତ ବିକ୍ରେତାଙ୍କୁ QR କୋଡ୍ ସହିତ ପ୍ରଦାନ କରାଯାଇଛି ପରିଚୟ ପତ୍ର । ଏଥିରେ ଭେଣ୍ଡରର ସମସ୍ତ ସୂଚନା ଉପଲବ୍ଧ ରହିବ ।

QR କୋଡ ଆପ ଡାଉନଲୋଡ କରି ଟ୍ରେନ ଟିକେଟ ନିରୀକ୍ଷକମାନେ ବିକ୍ରେତାଙ୍କ ବୈଧତା ଏବଂ ସତ୍ୟତା ଯାଞ୍ଚ କରିପାରିବେ । ଏହା ଷ୍ଟେସନର ପ୍ଲାଟଫର୍ମରେ ଅନଧିକୃତ ଭେଣ୍ଡିଂ ଉପରେ ରୋକ ଲଗାଇବାରେ ସାହାଯ୍ୟ କରିବ । ଏହାସହିତ ପ୍ରାଧିକୃତ ବିକ୍ରେତାଙ୍କ ପକ୍ଷରୁ ଯାତ୍ରୀଙ୍କୁ ଦିଆଯାଉଥିବା ଗୁଣାତ୍ମକ ଖାଦ୍ୟ ସୁନିଶ୍ଚିତ କରିବ ଏହି ବ୍ୟବସ୍ଥା ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.