ଭୁବନେଶ୍ବର: ଶନିବାର ଠାରୁ ଆରମ୍ଭ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଓ ମାଘ ସପ୍ତମୀ ମେଳା 16.02.20 ପର୍ଯ୍ୟନ୍ତ ଚାଲିବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଖଣ୍ଡଗିରି ଯାତ୍ରା ପାଇଁ ଆଡଭାଇଜରୀ ଜାରି କରାଯାଇଛି।
ଖଣ୍ଡଗିରି ଛକରୁ ଜୟଦେବ ବାଟିକା ପର୍ଯନ୍ତ ପାଦଚଲା ରାସ୍ତା । ବାଇକ, କାରକୁ ପ୍ରବେଶ ପାଇଁ ଅନୁମତି ନାହିଁ । ସେହିପରି ଏନଏଚ ଉପରେ ପାର୍କିଂପାଇଁ ନିଷେଧ କରାଯାଇଛି । ହୋଟେଲ କେଶରି ସାମ୍ନାରେ ପାର୍କିଂସ୍ଥଳ କରାଯାଇଛି। ସେହିପରି ହାପି କିଡସ ପ୍ରି ସ୍କୁଲ ଓ ଗ୍ରିନ ନର୍ସରୀ ନିକଟରେ ବାଇକ ଓ କାର ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି।
ସେହିଭଳି ଯାତ୍ରା ସମୟରେ ଲୋକଙ୍କ ଉପସ୍ଥିତି ଓ ଗହଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୁ କଟକ ଆସୁଥିବା ଭାରିଯାନକୁ ଏନଏଚରେ ଡାଇଭର୍ଟ କରାଯିବ ଯାହା ଫଳରେ ପିତାପଲିରୁ ବାଲିକୁଦା ଦେଇ କଟକ ଅଭିମୁଖେ ଯାତାୟତ କରିବ । ସେହିପରି କଟକରୁ ଖୋର୍ଦ୍ଧାକୁ ଆସୁଥିବା ଭାରିଯାନକୁ ବାଲିକୁଦାରୁ ଚନ୍ଦକା ଦେଇ ପିତାପଲି ଛାଡି ଦିଆଯିବ । ଏହା ସନ୍ଧ୍ୟା ୫ଟାରୁ ରାତି ୧୧ ଟା ଯାଏଁ ଲାଗୁ କରିବାକୁ ଆଡଭାଇଜରୀ ସର୍ବସାଧାରଣ ନିମନ୍ତେ ଜାରି କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ