ETV Bharat / city

ଆସନ୍ତା 19ରେ ପ୍ରଦର୍ଶନୀ ପଡିଆରେ ଖଦି ବସ୍ତ୍ରର ସମ୍ଭାର

author img

By

Published : Oct 17, 2019, 2:55 PM IST

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଭୁବନେଶ୍ବରରେ ଆୟୋଜନ କରାଯାଉଛି ।

ପ୍ରଦର୍ଶନୀ ପଡ଼ିଆରେ ବସିବ ଖଦି ବଜାର

ଭୁବନେଶ୍ବର: ସାରାଦେଶରେ ଏବେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଆୟୋଜନ କରାଯାଉଛି । ଯାହାକି ଆସନ୍ତା 19 ତାରିଖରେ ଉଦଘାଟନ ହେବାକୁ ଥିବାବେଳେ ଏହା ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ପ୍ରଦର୍ଶନୀ ପଡ଼ିଆରେ ବସିବ ଖଦି ବଜାର

ଗୁରୁବାର ଏନେଇ ସ୍ଥାନୀୟ ଖଦି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଥିରେ 18ଟି ରାଜ୍ୟ ଭାଗ ନେଉଛନ୍ତି । ଏହି ପ୍ରଦର୍ଶନୀରେ ସମୁଦାୟ 60ଟି ଷ୍ଟଲରେ ଖଦି ଓ ଗ୍ରାମଦ୍ୟୋଗ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ। ଏଠାରେ କାର୍ପସ, ସିଲକ୍ ଓ ମସଲିନ ଖଦିରେ ପ୍ରସ୍ତୁତ ଶାଢ଼ୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକର ପ୍ରଦର୍ଶନ ହେବ । ସେହିପରି ବେତ, ବାଉଁଶ ନିର୍ମିତ ଆସବାବପତ୍ର ତଥା ଘରକରଣା ସାମଗ୍ରୀ, ସବାଇଘାସ ନିର୍ମିତ ମଶିଣା, ଝୋଟ ଓ ଚମଡ଼ାରୁ ତିଆରି ସାମଗ୍ରୀ, ଖାଣ୍ଟି ଘଣାପେଡା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା ମସଲା ଆଦି ମିଳିବ ବୋଲି ସେ କହିଛନ୍ତି ।

ଏହା ସହିତ ପ୍ରତି ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ତେଣୁ ଏହି ମେଳାକୁ ଆସି ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଖଦି ବସ୍ତ୍ରର ବ୍ୟବହାର କରି ଏହାର ପ୍ରସାର ଦିଗରେ ସହାୟତା କରିବାକୁ ସେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ସଚିବ ସରୋଜ କୁମାର ପଟେଲ ଓ ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସାରାଦେଶରେ ଏବେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯାଉଛି।ଏହି ଅବସରରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା"ଖଦି ବଜାର" ଆୟୋଜନ କରାଯାଉଛି।ଯାହାକି ଆସନ୍ତା 19 ତାରିଖରେ ଉଦ୍ଘାଟନ ହେବାକୁ ଥିବାବେଳେ ଏହା ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

Body:ଆଜି ଏନେଇ ସ୍ଥାନୀୟ ଖଦି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଅଧକ୍ଷ ସୂଚନା ଦେଇ କହିଛନ୍ତି ଯେ ଏଥିରେ 18 ଟି ରାଜ୍ୟ ଭାଗ ନେଉଛନ୍ତି।ଏହି ପ୍ରଦର୍ଶନୀରେ ସମୁଦାୟ 60ଟି ଷ୍ଟଲ ରେ ଖଦି ଓ ଗ୍ରାମଦ୍ୟୋଗ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ।ଏଠାରେ କାର୍ପଅସ,ସିଳ୍କ ଓ ମସଲିନ ଖଦି ରେ ପ୍ରସ୍ତୁତ ଶାଢ଼ୀ ,ଲୁଙ୍ଗି,ଗାମୁଛା ଓ ବିଭିନ୍ନ ପୋଷାକ ର ପ୍ରଦର୍ଶନ ସହିତ ବେତ,ବାଉଁଶ ନିର୍ମିତ ଆସବାବପତ୍ର ତଥା ଘରକରଣା ସାମଗ୍ରୀ,ସବାଇଘାସ ନିର୍ମିତ ମଶିଣା,ଝୋଟ ଓ ଚମଡ଼ାରୁ ତିଆରି ସାମଗ୍ରୀ ,ଖାଣ୍ଟି ଘଣାପେଡା ସୋରିଷ ତେଲ,ବିଶୁଦ୍ଧ ମହୁ,କନ୍ଧମାଳ ହଳଦୀ,ଝୁଣା ମସଲା ଆଦି ମିଳିବ ବୋଲି ସେ କହିଛନ୍ତି। ଏହା ସହିତ ପ୍ରତି ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।ତେଣୁ ଏହି ମେଳାକୁ ଆସି ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଖଦି ବସ୍ତ୍ରର ବ୍ୟବହାର କରି ଏହାର ପ୍ରସାର ଦିଗରେ ସହାୟତା କରିବାକୁ ସେ କହିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ର ସଚିବ ସରୋଜ କୁମାର ପଟେଲ ଓ ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବାଇଟ-ସଂଗ୍ରାମ କେଶରୀ ପାଇକରାୟ-ସଭାପତି ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.