ଭୁବନେଶ୍ବର: କ୍ୟାପିଟାଲ ଡାକ୍ତରଖାନାର ସ୍ବଚ୍ଛତା ଉପରେ ଯାଞ୍ଚ । କାୟାକଳ୍ପ ଟିମ୍ ପହଞ୍ଚି, ଡାକ୍ତରଖାନାର ସ୍ବଚ୍ଛତା ଉପରେ କରାଯାଉଛି ଯାଞ୍ଚ । ବିଭିନ୍ନ ୱାର୍ଡ ବୁଲିବା ସହ ସମସ୍ତ ସ୍ଥାନ ନିରୀକ୍ଷଣ କରିଥିଲେ ।
ବୁଧବାର କାୟାକଳ୍ପର 3ଜଣିଆ ଟିମ୍ କ୍ୟାପିଟାଲ ଡାକ୍ତରଖାନାରେ ପହଞ୍ଚି ଥିଲେ । ପୂର୍ବରୁ କେନ୍ଦ୍ରୀୟ ଟିମ୍ ପରିଦର୍ଶନ କରିଛନ୍ତି । ଟିମ୍ ରୋଗୀଙ୍କ ସହ କଥା ହେବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତେବେ ଏହି ଯାଞ୍ଚ ବର୍ତ୍ତମାନ ଡାକ୍ତରଖାନାର ନିଦ ହଜେଇଦେଇଛି । ମେଡ଼ିସିନ ୱାର୍ଡ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ରୋଷେଇଶାଳା ଆଦି ବିଭିନ୍ନ ସ୍ଥାନ ନିରୀକ୍ଷଣ କରିଛନ୍ତି । କାୟାକଳ୍ପ ଟିମର ସଦସ୍ୟ ହେଲେ ସନ୍ତୋଷ ନାୟକ, ପ୍ରଦୀପ ବିଶ୍ୱାଳ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ । ତେବେ ଏମାନଙ୍କ ସମେତ ସୁପରିଟେଣ୍ଡେଣ୍ଟ ନିରଞ୍ଜନ ଦାସ ଓ ହସ୍ପିଟାଲର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ