ETV Bharat / city

କାଶୀପୁର ଝାଡାବାନ୍ତି ମୃତ୍ୟୁ ଘଟଣା, ଗୃହରେ ବିବୃତ୍ତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

author img

By

Published : Jul 18, 2022, 10:22 PM IST

ରାୟଗଡା କାଶୀପୁର ଝାଡାବାନ୍ତିରେ ମୃତ୍ୟୁ ଘଟଣା । ଗୃହରେ ବିବୃତ୍ତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ଶନିବାର ଦିନ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ହଟଗୋଳ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

କାଶୀପୁର ଝାଡାବାନ୍ତି
କାଶୀପୁକାଶୀପୁର ଝାଡାବାନ୍ତିର ଝାଡାବାନ୍ତି

ଭୁବନେଶ୍ବର: ରାୟଗଡା କାଶୀପୁର ଝାଡାବାନ୍ତିରେ ମୃତ୍ୟୁ ଘଟଣା । ଗୃହରେ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଗତ ଶନିବାର ଦିନ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ହଟଗୋଳ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ବିରୋଧୀଙ୍କ ସହ ଆଲୋଚନା ପରେ ଆଜି ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେବା ପରେ ଗୃହ ସ୍ୱାଭାବିକ ହୋଇଥିଲା ।

ମନ୍ତ୍ରୀ ବିବୃତ୍ତିରେ କହିଛନ୍ତି ଯେ, ରାୟଗଡା କାଶୀପୁର ବ୍ଲକର ଟିକିରି ଗ୍ରାମରେ ଝାଡାବାନ୍ତି ଖବର 12 ତାରିଖରେ ମିଳିଲା ପରେ ସ୍ୱାସ୍ଥ୍ୟ ବିଭାଗର RRT ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଜିଲ୍ଲାପାଳ, CDMO, Medical Team ସହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସମସ୍ତ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ଏବଂ ସମସ୍ତ ପ୍ରଭାବିତ ଗ୍ରାମରେ ସାମୟିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । 5ଟି ମେଡିକାଲ Team କୁ ମୁତୟନ କରାଯାଇ ଯୁଦ୍ଧକାଳୀନ ଭିତିରେ ଚିକିତ୍ସା ଯୋଗାଇ ଦିଆଯାଉଛି । ଆକ୍ରାନ୍ତ ମାନଙ୍କୁ PHC ଟିକିରି, CHC କାଶୀପୁର, UAIL Hospital ଟିକିରୀ, DHH ରାୟଗଡା ଓ ସହୀଦ ଲକ୍ଷ୍ମଣ ନାୟକ Medical College ରେ ଚିକିତ୍ସା କରାଯାଉଛି । ଅଞ୍ଚଳରେ ଯଥେଷ୍ଟ ପରିମାଣର ଓଆରଏସ, ସଲାଇନ, ଔଷଧ, ଇଂଜେକସନ, ବ୍ଳଚିଂ ପାଉଡ଼ର, ହାଲୋଜେନ ଟ୍ୟାବଲେଟ ମହଜୁଦ ରଖାଯାଇଛି । ପ୍ରଭାବିତ ଅଞ୍ଚଳରେ ଡାକ୍ତରୀଦଳ ଦ୍ୱାରା ଘରକୁ ଘର ବୁଲି ସର୍ଭିଲାନ୍ସ କରାଯାଉଛି । ଆଶା, ସ୍ୱାସ୍ଥ୍ୟକର୍ମଚାରୀ, ଏଏନଏମଙ୍କ ଦ୍ୱାରା ଶୁଦ୍ଧ ଓ ନିରାପଦ ପାନୀୟ ଜଳ ପିଇବା ପାଇଁ ପ୍ରଚାର କରାଯାଉଛି ।

ସ୍ୱାସ୍ଥ୍ୟ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପାଣିର ଉତ୍ସକୁ ଯୁଦ୍ଧକାଳୀନ ଭିତିରେ ବିଶୁଦ୍ଧ କରାଯାଉଛି । 4ଟି ଆମ୍ବୁଲାନ୍ସକୁ ପ୍ରଭାବିତ ଗ୍ରାମରେ ମୁତୟନ କରାଯାଇଛି । ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ସମସ୍ତ ଗ୍ରାମରେ ଯୋଗାଇ ଦିଆଯାଉଛି । ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, କୋରାପୁଟରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ମଧ୍ୟ କାଶୀପୁରରେ ମୂତୟନ କରାଯାଇଛି । ତ୍ବରିତ ଚିକିତ୍ସା ଯୋଗାଇଦେବା ପାଇଁ UAIL Hospital, ଟିକିରିରେ 50 ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ପ୍ରତିଦିନ ପାଣିର ନମୁନା ଓ ମଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ପାଣି ନମୁନାରୁ 9 ଟି ପାଣି ନମୁନା ମଧ୍ୟରୁ 3ଟି ଜୀବାଣୁ ଦ୍ୱାରା ପ୍ରଦୂଷିତ ଥିବାର ପ୍ରମାଣ ମିଳିଛି । ଯାହାର ଉତ୍ସ କୂଅ କିମ୍ବା ଘରେ ସାଇତା ଯାଇଥିବା ପାଣି ଅଟେ । ତେଣୁ କାଶୀପୁରରେ ଝାଡାବାନ୍ତି ଦୂଷିତ ପାନୀୟ ଜଳରୁ ହୋଇଛି । ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଅଟେ । ସରକାର ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଏବଂ ଏହାର ନିରାକରଣ ପାଇଁ ସମସ୍ତ ପଦକ୍ଷେପ ଜରୁରୀକାଳୀନ ଭିତ୍ତିରେ ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.