ETV Bharat / city

କୋରୋନା ଭୟ: ଲିଙ୍ଗରାଜ ମନ୍ଦିରରେ ନାଁକୁ ମାତ୍ର ସଚେତନତା - ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା

କୋରୋନା ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଛି । କିନ୍ତୁ ପ୍ରକୃତ ଅବସ୍ଥା ଦେଖିଲେ ଏହା କେବଳ ନାମକୁ ମାତ୍ର ବୋଲି ଜଣାପଡିଛି । ଆହୁରି ପଢନ୍ତୁ...

Karona Awareness from the Lingaraj temple administration
କରୋନା ଭୟ:ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା
author img

By

Published : Mar 15, 2020, 9:29 PM IST

ଭୁବନେଶ୍ୱର: କୋରୋନା ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଛି । ପ୍ରଶାସନ ପକ୍ଷରୁ ମନ୍ଦିର ପ୍ରବେଶ ପୂର୍ବରୁ ହାତ, ମୁହଁ ଧୋଇବା ସହ କାଶ, ଛିଙ୍କ ବେଳେ ମୁହଁକୁ ଘୋଡାଇବା ପାଇଁ କୁହାଯାଇଛି ।

କିନ୍ତୁ ପ୍ରକୃତ ଅବସ୍ଥା ଦେଖିଲେ ଏହା କେବଳ ନାମକୁ ମାତ୍ର ବୋଲି ଜଣାପଡିଛି । ଯେଉଁଠି ଶହଶହ ସଂଖ୍ୟାର ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରୁଛନ୍ତି, ବାହାରେ ସେମାନଙ୍କ ହାତ ଧୋଇବା ପାଇଁ ପାଣି ଟ୍ୟାପ ପାଖରେ ଗୋଟିଏ ସାବୁନ ରଖାଯାଇଛି । ସେହିପରି ଗୋଡ଼ ଧୋଇବା ପାଇଁ ରଖାଯାଇଥିବା ପାଣି ଅପରିଷ୍କାର ଥିବା ବେଳେ ତାହାକୁ ରୀତିମତ ପରିବର୍ତ୍ତନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ଦେଖାଯାଇଛି ।

କୋରୋନା ଭୟ: ଲିଙ୍ଗରାଜ ମନ୍ଦିରରେ ନାଁକୁ ମାତ୍ର ସଚେତନତା

ଆହୁରି ମଧ୍ୟ ମନ୍ଦିର ପାଚେରୀ କଡ଼ରେ ଅପରିଷ୍କାର ହୋଇ ପଡ଼ିରହିଛି । ଏମିତିକି ଲୋକମାନେ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲେ ମଧ୍ୟ ଏହାକୁ ସଫା କରିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ଅଧିକାରୀମାନେ ଲାଗି ପଡିଥିବାବେଳେ, ଯାହା କରିବା ପାଇଁ ଅର୍ଥ ଆସିଛି ତାହା କରୁନଥିବା କହିଛନ୍ତି ସ୍ଥାନୀୟ ଲୋକ । ଲୋକ ଦେଖାଣିଆ ଭାବେ ପ୍ରଶାସନ ସଚେତନ କରୁଥିବା ବେଳେ ଯାହା ଅତ୍ୟନ୍ତ ଆବଶ୍ୟକ ତାହା ଗ୍ରହଣ କରିବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.