ETV Bharat / city

ବିଜୟ ଦିବସ: ଜାଣନ୍ତୁ, ଶହୀଦ ଯବାନ ସଚିଦାନନ୍ଦଙ୍କ କାହାଣୀ..

author img

By

Published : Jul 26, 2019, 9:58 PM IST

କାରଗିଲ ବିଜୟ ଦିବସକୁ ପୁରିଲା 20 ବର୍ଷ । ଆଜି ବି ମନେ ପଡ଼େ ବୀର ଯବାନଙ୍କ ସେହି ଶେଷ ଦର୍ଶନ । ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ କଲୋନୀର ବାସିନ୍ଦା ଶହୀଦ ସଚିଦାନନ୍ଦ । ଶହୀଦଙ୍କ ଶେଷ ଦର୍ଶନ ଭୁଲି ନାହାଁନ୍ତି ପରିବାର ଲୋକେ । ଆସନ୍ତୁ ଜାଣିବା ଶହୀଦ ବୀର ଯବାନ ସଚିଦାନନ୍ଦଙ୍କ କାହାଣି ତାଙ୍କ ପତ୍ନୀଙ୍କ ମୁଁହରୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ହୋଲିରେ ପତ୍ନୀଙ୍କୁ ରଙ୍ଗ ଲଗାଇ ଯାଇଥିଲେ । ଆଉ ସ୍ନାନ ପୁର୍ଣ୍ଣିମାରେ ଫେରିଥିଲା ତାଙ୍କ ଶହୀଦ ହେବା ଖବର । ଆଜି କାରଗିଲ ବିଜୟ ଦିବସ ବା ଅପରେସନ ବିଜୟକୁ ପୁରିଲା 20 ବର୍ଷ । କାରଗିଲ ଯୁଦ୍ଧରେ ଶହୀଦ ବୀର ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଦେଉଛି ଗାଁଠୁ ସହର। ସାରା ଭାରତ ବର୍ଷ ପାଳନ କରୁଛି କାରଗିଲ ବିଜୟ ଦିବସ । ଇତିମଧ୍ୟରେ ବିତିଯାଇଛି 20 ବର୍ଷ । କିନ୍ତୁ ଶହୀଦଙ୍କ ଶେଷ ଦର୍ଶନ ଭୁଲି ନାହାଁନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ବି ମନେ ପଡ଼େ ବୀର ଯବାନଙ୍କ ସେହି ଶେଷ ଦର୍ଶନ । ଆଉ ଏହାକୁ ମନେ ପକାଇ ଝୁରୁଛନ୍ତି ଶହୀଦଙ୍କ ପତ୍ନୀ । ‘ଇଟିଭି ଭାରତ’ କ୍ୟାମେରା ଆଗରେ ବୀର ଶହୀଦ ସଚିଦାନନ୍ଦ ମଲ୍ଲିକଙ୍କ ପତ୍ନୀ ସେହି ଅଭୁଲା ଦିନର ଇତିହାସ ବଖାଣିଛନ୍ତି । ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ କଲୋନୀ ଶହୀଦ ସଚିଦାନନ୍ଦଙ୍କ ଆବାସ ।

କାରଗିଲ ଯୁଦ୍ଧ ପୂର୍ବରୁ ଘରୁ ବାହାରିଥିଲେ ସ୍ବାମୀ ସଚିଦାନନ୍ଦ । ସେ ଦିନ ଥିଲା ମାର୍ଚ୍ଚ ମାସ ୧ ତାରିଖ । ହୋଲିରେ ସାରା ଭାରତ ରଙ୍ଗିନ ହେଉଥିଲା, ହେଲେ ନିଜର ୨୮ ବର୍ଷିୟ ପତ୍ନୀଙ୍କ ଗାଲରେ ରଙ୍ଗ ଲଗାଇ ବାହାରି ଯାଇଥିଲେ ନିଜର କର୍ମକ୍ଷେତ୍ରକୁ । ନିଜର ୨ ବର୍ଷର ପୁଅକୁ ଗେଲଟେ କରି ଶେଷ ଥର ପାଇଁ ଘରୁ ବାହାରିପଡିଥିଲେ ୩୦ ବର୍ଷିୟ ବୀର ଯବାନ ସଚିଦାନନ୍ଦ । ହେଲେ ବିଧିର ବିଧାନକୁ କିଏ ଅବା ରକି ପାରିବ । ସେହି ସମୟରେ ସୁଯୋଗ ଆସିଲା ମାଟି ପାଇଁ କିଛି କରି ଦେଖାଇବା ପାଇଁ । ଆଉ ମାଟି ପାଇଁ ଭୁଲିଗଲେ ନିଜ ପରିବାର କଥା ।

ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ପଡିଲେ ଶହୀଦ ସଚିଦାନନ୍ଦ । କାରଗିଲେ ଅନୁପ୍ରବେଶକାରୀ କଥା ପାକିସ୍ତାନୀ ସେନା ସହ ହେଲା ଯୁଦ୍ଧ । ସେପଟେ ଶତ୍ରୃକୁ ମାତ ଦେଉଥିବା ବେଳେ କାରଗିଲ ଯୁଦ୍ଧରେ ଜୁନ ୨୮ତାରିଖରେ ଟଳିପଡିଥିଲେ ଅମର ଯବାନ ଶହୀଦ ସଚିଦାନନ୍ଦ ମଲ୍ଲିକ । ସ୍ନାନ ପୂର୍ଣ୍ଣିମାର ପବିତ୍ର ପର୍ବରେ ଶହୀଦ ହୋଇଥିଲେ ଅମର ଯବାନ ।

ତେବେ ଯୁଦ୍ଧରେ ପରାକ୍ରମୀ ଭାରତୀୟ ସେନା ପାକିସ୍ତାନକୁ ଧୂଳି ଚଟାଇ ବିଜୟୀ ହୋଇଥିଲା । ହେଲେ ଆଉ ଫେରିନଥିଲେ ବୀର ଯବାନ ସଚିଦାନନ୍ଦ । ଫେରିଥିଲା କେବଳ ଶହୀଦଙ୍କ ପାର୍ଥିବ ଶରୀର । ହେଲେ ଆଜିବି ଘରେ ସେହି ଯବାନଙ୍କ ଫଟୋକୁ ପୂଜା କରି ଧୁମଧାମରେ ପାଳନ କରନ୍ତି ବିଜୟ ଉତ୍ସବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.