ETV Bharat / city

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ସ୍କୁଲର ଛାତ୍ରୀଙ୍କ ସହ ଯୌନ ନିର୍ଯ୍ୟାତନା ଭଳି ସାଙ୍ଘାତିକ ଅଭିଯୋଗରେ ମନ୍ତ୍ରୀଙ୍କୁ ତୁରନ୍ତ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ । ଅଧିକ ପଢନ୍ତୁ...

author img

By

Published : Oct 18, 2021, 10:41 PM IST

ଗୃହମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ କଣ୍ଟାବାଞ୍ଜି ବିଧାୟକ

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ । ସୂଚନାନୁସାରେ କଳାହାଣ୍ଡି ସନସାଇନ ସ୍କୁଲରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ କହିଛନ୍ତି କଂଗ୍ରେସ ଦଳ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଏଭଳି ଘଟଣାରେ ନୈତିକତା ଦୃଷ୍ଟିରୁ ରାଜ୍ୟର ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ତେବେ ଏହି ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଏହି ଘଟଣା ଏବେ ଓଡିଶାବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଆଉ ଠିକ୍ ସେତିକି ବେଳେ ମହାଲିଙ୍ଗ ସନସାଇନ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା।

ସେପଟେ ଏହି ଘଟଣାରେ ସେହି ସ୍କୁଲରେ ଶିକ୍ଷୟିତ୍ରୀ ବୈଶାଳୀ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ସେହି ସମୟର ଭିଡିଓ ଥିବା ନେଇ ମଧ୍ୟ ସେ ଦୃଢୋକ୍ତି ଦେଇଛନ୍ତି । ଖାଲି ଯେ ସେତିକି ନୁହଁ ଏହି ଘଟଣାରେ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ପଠାଇଥିବା ଜଣା ପଡିଛି ।

ତେବେ ଗୃହମନ୍ତ୍ରୀଙ୍କ ନାଁରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ସେହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ପୂର୍ବରୁ ମହାଲିଙ୍ଗ ସନସାଇନ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କି ମୁଁ ପୂର୍ବରୁ ଏହି କଲେଜକୁ ବହୁବାର ଆସିଛି ଆଉ ଛାତ୍ରଛାତ୍ରୀଙ୍କ ମିଶିଛି ଆଉ ସେମାନଙ୍କ ସହିତ କିଛି କ୍ଷଣ ମିଳିବା ପରେ ମୁଁ ଟିକେ ୟଙ୍ଗ ହୋଇଯିବା ଭଳି ଅନୁଭବ କରିଥାଏ । ତା ସହିତ ଆଉ ମଧ୍ୟ କହିଛନ୍ତି କି ମୁ ଆପଣ ମାନଙ୍କ ସହ ଅଛି ବ୍ୟସ୍ତତା ଦୃଷ୍ଟିରୁ ଫୋନ୍ ଉଠେଇ ପାରିନି କିନ୍ତୁ ଯାହାବି ସମସ୍ୟା ଅଛି କୁହ ମୁଁ ତୁରନ୍ତ ସମାଧାନ କରିଦେବି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.