ETV Bharat / city

ପର୍ଯ୍ୟଟନ ଭଣ୍ଡାର ଭାବେ ବିକଶିତ ହେବ କନ୍ଧମାଳ: ଅସିତ - ଓଡ଼ିଶା ବିକାଶ ପରିଷଦ

କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ଭଣ୍ଡାର ଭାବେ ବିକଶିତ ହେବ ବୋଲି କହିଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ...

ପର୍ଯ୍ୟଟନ ଭଣ୍ଡାର ଭାବେ ବିକଶିତ ହେବ କନ୍ଧମାଳ: ଅସିତ

author img

By

Published : Jul 24, 2021, 7:41 PM IST

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ପ୍ରତି ରହିଛି ପ୍ରକୃତିର ଅନେକ ଅବଦାନ । କନ୍ଧମାଳ ଜିଲ୍ଲାରେ ରହିଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି । ଖାଲି ଦାରିଙ୍ଗବାଡି କାହିଁକି ଜିଲ୍ଲାରେ ଖୁନ୍ଦି ହୋଇ ରହିଛି ଅନେକ ଅପରୂପା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ଯାହାକୁ ବିକଶିତ କରିବା ଲାଗି ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖାସ ଏଇଥିପାଇଁ ତ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଇକୋ- ରିଟ୍ରିଟ ଓ ଜିଲ୍ଲା ସଂଗ୍ରହାଳୟ ପାଇଁ ତୁରନ୍ତ ସ୍ଥାନ ଚିହ୍ନଟ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ।

ପର୍ଯ୍ୟଟନ ଭଣ୍ଡାର ଭାବେ ବିକଶିତ ହେବ କନ୍ଧମାଳ: ଅସିତ

ରାଜ୍ୟ ସରକାର ଏବେ ପର୍ଯ୍ୟଟନ ଓ ପର୍ଯ୍ୟଟନସ୍ଥଳୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାକୁ ବିକଶିତ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ପଦକ୍ଷେପ ନେଉଛନ୍ତି । ପର୍ଯ୍ୟଟନର ବିକାଶ, ସ୍ଥାନୀୟ ନିଯୁକ୍ତି ସହ ରାଜସ୍ୱକୁ ଯୋଡୁଛନ୍ତି ସରକାର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟଟନ ବିକାଶ ଓ ସମ୍ଭାବନା ବାବଦରେ ଆଲୋଚନା କରିଛନ୍ତି ଅସିତ । ଅସିତ କହିଛନ୍ତି, “କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ ଆବାସସ୍ଥଳୀରେ ପରିପୂର୍ଣ୍ଣ । ଏହାର ସୁଉଚ୍ଚ ପାହାଡ଼ ଓ ପ୍ରାକୃତିକ ପରିବେଶର କଳନା ନାହିଁ । ଗତବର୍ଷ ଦାରିଙ୍ଗବାଡିରେ ଇକୋ- ରିଟ୍ରିଟ କ୍ୟାମ୍ପ ଆରମ୍ଭ ହୋଇଥିଲା ।

ଉଭୟ ପର୍ଯ୍ୟଟନ ଓ ବ୍ୟବସାୟୀକ ଦୃଷ୍ଟିକୋଣରୁ ସଫଳ ହୋଇଛି । ଚଳିତବର୍ଷ ଜିଲ୍ଲାରେ ଆକର୍ଷଣୀୟ ସ୍ଥାନଗୁଡିକ ଚିହ୍ନଟ କରି ଅଧିକ ଇକୋ- ରିଟ୍ରିଟ କ୍ୟାମ୍ପ ବ୍ୟବସ୍ଥା କରିବା ଲାଗି ଯୋଜନା କରାଯାଇଛି । ଆସନ୍ତା ପାଞ୍ଚ ବର୍ଷ ପାଇଁ ଇକୋ- ରିଟ୍ରିଟ କ୍ୟାମ୍ପ ବ୍ୟବସ୍ଥା କରିବା ଲାଗି ଯୋଜନା କରାଯାଇଛି । ଯାହା ଦ୍ୱାରା ପର୍ଯ୍ୟଟନ, ପର୍ଯ୍ୟଟକ, ଟୁର୍ ଅପରେଟର ଏବଂ ପର୍ଯ୍ୟଟନ ସହ ଜଡିତ ବ୍ୟବସାୟୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ବିସ୍ତାର କରିବାକୁ ସୁଯୋଗ ପାଇବେ ” । ଅସିତ ଆହୁରି କହିଛନ୍ତି ଯେ, କୁଟୁରୀ, ପୁଟୁଦି ଏବଂ କାଟ୍ରାମାଲ ଭଳି ଜଳପ୍ରପାତ ସହିତ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ଥାନଗୁଡିକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ MGNREGS ଏବଂ ଅନ୍ୟାନ୍ୟ ଯୋଜନାଗୁଡିକର ପାଣ୍ଠିର ସମ୍ମିଶ୍ରଣ ସହିତ ଏହି ରାସ୍ତାଗୁଡିକ ବିକଶିତ କରାଯିବ ।

ଆଗାମୀ ଶୀତ ଋତୁରେ ପର୍ଯ୍ୟଟକଙ୍କ ବ୍ୟବହାର ପାଇଁ ରାସ୍ତା ବିକାଶ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଅଧିକ ଇକୋ- ରିଟ୍ରିଟ କ୍ୟାମ୍ପ ବ୍ୟବସ୍ଥା କରିବା ପାଇଁ କୁହାଯାଇଥିଲା । ଜିଲ୍ଲାର କଳା ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ । ପ୍ରାକୃତିକ ସ୍ଥାନ ଓ ଜଙ୍ଗଲ ଦେଇ ଅନେକ ରାସ୍ତା ରହିଛି । ଏଠାରେ ବାଇକରଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ।

ଆସନ୍ତା ଶୀତ ସମୟରେ ଇକୋ-ରିଟ୍ରିଟ କ୍ୟାମ୍ପ ସହିତ ବାଇକିଙ୍ଗ ଫେଷ୍ଟିଭାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ତଥା ଜାତୀୟ ସ୍ତରରେ ବାଇକ୍ କ୍ଲବ୍ ସହ ସମନ୍ୱୟ ରକ୍ଷା କରି ଏହି ସୁବିଧା ବିକାଶ କରିବାକୁ ଏସପିଙ୍କୁ ପରାମର୍ଶ ଦିଆଯାଇଛି । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ଼. ଡି ବୃନ୍ଦା, ଏସପି ବିନିତ ଅଗ୍ରୱାଲ, ଏଡିଏମ ବସନ୍ତ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏ. କେ ବାରିକ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.