ETV Bharat / city

ତିନି ବର୍ଷରେ ଶେଷ ହେବ କନ୍ଧମାଳ ମେଡ଼ିକାଲ କଲେଜ କାର୍ଯ୍ୟ - କନ୍ଧମାଳ ମେଡ଼ିକାଲ କଲେଜ କାର୍ଯ୍ୟ ସମୀକ୍ଷା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ୍ ଏବଂ ପୁର୍ତ୍ତ ସଚିବ କିଷନ କୁମାର ଆଜି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । 450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । 3 ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ତିନି ବର୍ଷରେ ଶେଷ ହେବ କନ୍ଧମାଳ ମେଡ଼ିକାଲ କଲେଜ କାର୍ଯ୍ୟ

author img

By

Published : Apr 2, 2021, 4:51 PM IST

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ୍ ଏବଂ ପୁର୍ତ୍ତ ସଚିବ କିଷନ କୁମାର ଆଜି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । 450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । 3 ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତିନି ବର୍ଷରେ ଶେଷ ହେବ କନ୍ଧମାଳ ମେଡ଼ିକାଲ କଲେଜ କାର୍ଯ୍ୟ
ତିନି ବର୍ଷରେ ଶେଷ ହେବ କନ୍ଧମାଳ ମେଡ଼ିକାଲ କଲେଜ କାର୍ଯ୍ୟ

ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର ଉପଲବ୍ଧତା ପ୍ରଦାନ କରିବାକୁ ମୁଖ୍ୟ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ଲାଗି ଚୟନ କରାଯାଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି । ଡ୍ରେନେଜ ସିଷ୍ଟମ ଏବଂ ଜଳ ସଂରକ୍ଷଣ ସଂରଚନା ପାଇଁ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସଂଲଗ୍ନ ପାହାଡ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଆକୋମୋଡେସନ୍ ଏବଂ ରୋଗୀଙ୍କ ଚିକିତ୍ସା ଓ ଖାଦ୍ୟ ଯୋଗାଣ ଲାଗି ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ ପରାମର୍ଶ ଦେଇଛନ୍ତି । କ୍ୟାମ୍ପସରେ ରହୁଥିବା ଡାକ୍ତର ଏବଂ କର୍ମଚାରୀ ମାନେ ମନୋରଞ୍ଜନ ଏବଂ କ୍ରୀଡା କାର୍ଯ୍ୟକଳାପ ସମେତ ଆବାସିକ ସୁବିଧା ପାଇଁ ଉପଯୁକ୍ତ ଇକୋସିଷ୍ଟମ୍ ବ୍ୟବସ୍ଥା କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି । ଦୁର୍ଘଟଣାକୁ ଏଡାଇବା ପାଇଁ ଅଟୋ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଣ୍ଡିଆନ ପରାମର୍ଶ ଦେଇଛନ୍ତି ।

ଏହି କ୍ୟାମ୍ପସରେ 300 ସିଟ ବାଳକ ହଷ୍ଟେଲ, 150 ବାଳିକା ହଷ୍ଟେଲ, 650 କ୍ଷମତା ଅଡିଟୋରିୟମ, 100 ଟି ରେସିଡେଣ୍ଟ ଡାକ୍ତର ହଷ୍ଟେଲ, ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ବ୍ୟବସ୍ଥା କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଡିସେମ୍ବର 2020ରେ ଅନୁମୋଦନ କରିଥିଲେ । ଏହି ମେଡିକାଲ କଲେଜ 100 ସିଟ୍ ଏବଂ 500 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବ ।

ଏହା ପରେ ଉଚ୍ଚ ସ୍ତରୀୟ ଦଳ ଫୁଲବାଣୀର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବମୋ ସ୍କୁଲ ଅଭିଯାନର ଏକ ଅଂଶ ଭାବରେ ଉଭୟ ବିଦ୍ୟାଳୟକୁ ହାଇସ୍କୁଲ ଟ୍ରାନ୍ସଫର୍ମେଟିଭ୍ ପଦକ୍ଷେପ ଅନ୍ତର୍ଗତ ଚୟନ କରାଯାଇଛି । ମୁଖ୍ୟ ଶାସନ ସଚିବ ଏବଂ T ଟି ସଚିବ ଶିକ୍ଷକ, ପୁରାତନ ଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି ଏବଂ ପଢୁଥିବା ଛାତ୍ର ମାନଙ୍କ ସହିତ ଆଲୋଚନା କରିଥିଲେ ।

ସେମାନଙ୍କର ମତାମତକୁ ଆଧାର କରି ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ, କ୍ରୀଡା ସୁବିଧା ଇତ୍ୟାଦି ବିଭିନ୍ନ ବିଦ୍ୟାଳୟର ବିକାଶ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ପରିଦର୍ଶନ ସମୟରେ କନ୍ଧମାଳ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ସାବଧାନତା ପ୍ରୋଟୋକଲକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.