ETV Bharat / city

ଆମ୍ବୁଲାନ୍ସରେ ଶିଶୁ ମୃତ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବ କଳିଙ୍ଗ ସେନା - ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପଦର୍ଶନ

ଭୁବନେଶ୍ବର ଟ୍ରାଫିକ ଜାମରେ ଆମ୍ବୁଲାନ୍ସ ମଧ୍ୟରେ 5ବର୍ଷର ଶିଶୁ ମୃତ ଘଟଣାରେ କଳିଙ୍ଗ ସେନା ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଯଦି ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ଭାବରେ କରିଡର ନ କରାହୁଏ, ତେବେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବ କଳିଙ୍ଗ ସେନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆମ୍ବୁଲାନ୍ସରେ ଶିଶୁ ମୃତ ଘଟଣା
ଆମ୍ବୁଲାନ୍ସରେ ଶିଶୁ ମୃତ ଘଟଣା
author img

By

Published : Feb 13, 2020, 2:55 PM IST

ଭୁବନେଶ୍ବର: ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ରାସ୍ତା କରାଯାଉ । ଏଭଳି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବ କଳିଙ୍ଗ ସେନା । ଛାଡିଲେଣି ବାଟ, ଟ୍ରାଫିକ ଜାମରେ ଫସି ରହିଲା 5 ବର୍ଷର ଶିଶୁ ପୁତ୍ର। ଏହି ଘଟଣାକୁ ନେଇ କଳିଙ୍ଗ ସେନା ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଯଦି ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ଭାବରେ କରିଡର ନ କରାହୁଏ, ତେବେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବ କଳିଙ୍ଗ ସେନା ।

ଆମ୍ବୁଲାନ୍ସରେ ଶିଶୁ ମୃତ ଘଟଣା

କଳିଙ୍ଗ ସେନା ପକ୍ଷରୁ ଏଜି ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଧାନୀରେ ବାରମ୍ବାର ଆମ୍ବୁଲାନ୍ସ ରାସ୍ତାରେ ଅଟକାଇବାର ଦେଖାଯାଇଛି । ବିଭିନ୍ନ ସମୟରେ ମଧ୍ୟ ଆମ୍ବୁଲାନ୍ସକୁ ବାଟ ନ ଛାଡିବାରୁ ରୋଗୀର ମୃତ୍ୟୁ ଘଟୁଛି । ଯାହା ସାଧାରଣରେ ପ୍ରଶ୍ନ ଉଠୁଛି। ପୋଲିସ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ପାଇଁ ଏକ କରିଡର କଥା କହି ଆସୁଥିବାବେଳେ ଆମ୍ବୁଲାନ୍ସକୁ ବାଟ ଛଡା ଯାଉନାହିଁ । ଏନେଇ କଳିଙ୍ଗ ସେନା ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଉଛନ୍ତି ଯେ ଖୁବ ଶୀଘ୍ର ଆମ୍ବୁଲାନ୍ସ ପାଇଁ ଏକ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରାଯାଉ। ନହେଲେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗରେ କଳା ପତାକା ପ୍ରଦର୍ଶନ କରାଯିବ ।

ଯେଉଁଭଳି ଭାବରେ ମୋ ସାଇକେଲ ପାଇଁ ସରକାର ଏକ ସ୍ବତନ୍ତ୍ର ରାସ୍ତା କରିଥିଲେ । ହେଲେ ତାହା ଆଜି ବ୍ୟବହାରରେ ଆସୁନି ବୋଲି କଳିଙ୍ଗ ସେନା ପକ୍ଷରୁ ଯୁକ୍ତି ବାଢିଛନ୍ତି । ସୂଚନା ଅନୁଯାୟୀ, ନୀଳ ନିତେସ ନାୟକ 5 ବର୍ଷର ଶିଶୁ ଆମ୍ବୁଲାନ୍ସରେ ରାସ୍ତା ମଝିରେ ଫସି ରହିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । କେବଳ ଏଇ ଗୋଟିଏ ଘଟଣା ନୁହେଁ, ଖଣ୍ଡଗିରି ହେଉ ଅବା ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ହେଉ, ସବୁଠି ଆମ୍ବୁଲାନ୍ସକୁ ଭିଡ ରାସ୍ତାରେ ଯିବା ପାଇଁ କଷ୍ଟ ସାଧ୍ୟ ହେଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.