ETV Bharat / city

Kalia Yojana: ଆସନ୍ତା ୩ ବର୍ଷରେ ଖର୍ଚ୍ଚ ହେବ ୫୯୩୩.୩୧ କୋଟି - ରାଜ୍ୟ କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ । ଏହି ବୈଠକରେ କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଅଧିକ ପଢନ୍ତୁ

Kalia Yojana: ଆସନ୍ତା ୩ ବର୍ଷରେ ଖର୍ଚ୍ଚ ହେବ ୫୯୩୩.୩୧ କୋଟି

author img

By

Published : Mar 28, 2022, 4:21 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ । ୪୩ତମ ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ବାଜିଛି । ୨୫ ଟି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । କାଳିଆ ଯୋଜନାରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ଅନୁମୋଦନ କରିଛି କ୍ୟାବିନେଟ ।

୧- ୨୦୨୫ ମସିହା ସୁଦ୍ଧା ଓଡ଼ିଶାକୁ ଏକ ଡ଼ାଟା ସେଣ୍ଟର ହବରେ ପରିଣତ କରାଯିବ । ଏହା ସହିତ ରାଜ୍ୟକୁ ଦେଶର ପ୍ରମୁଖ ୫ଟି ଡ଼ାଟା ସେଣ୍ଟର ହବ୍ ମଧ୍ୟରେ ସ୍ଥାନିତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ସେଥିପାଇଁ ଓଡ଼ିଶା ଡ଼ାଟା ସେଣ୍ଟର ପଲିସି-୨୦୨୨ କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏକ ଅନୁକୂଳ ପରିବେଶ ମଧ୍ୟରେ ଡ଼ାଟା ସେଣ୍ଟର ପ୍ରକଳ୍ପରେ ବିନିଯୋଗକୁ ଗତିଶୀଳ କରିବା ପାଇଁ ଉକ୍ତ ପଲିସି ମାଧ୍ୟମରେ ଉଦ୍ୟମ କରାଯିବ ।

୨- ଗ୍ରୀଡକୋର ସରକାରୀ ଗଣ ତଥା ଏହାର ସୁଧ ବାବଦକୁ ଗତବର୍ଷ ଡିସେମ୍ବର 31 ପର୍ଯ୍ୟନ୍ତ ମୋଟ ଦେୟ ୨୦୩୯.୬୯ କୋଟି ଟଙ୍କାକୁ ସରକାରୀ ମୂଳଧନରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

୩- ରାଜ୍ୟରେ ନିର୍ମାଣଧୀନ ୧୦ଟି ଶକ୍ତି ସରଂକ୍ଷଣ ପ୍ରକଳ୍ପର ୩୦ ଶତକଡା ସରକାରୀ ଅଂଶଧନ ବାବଦକୁ ୧୪୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

୪- ଓଡ଼ିଶା ସୂଚନା ( ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ) ନିୟମାବଳୀ ୧୯୯୫ ଏବଂ ଓଡ଼ିଶା ସୂଚନା ସେବା ( କନିଷ୍ଠ ବର୍ଗ ) ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ) ନିୟମାବଳୀ ୨୦୦୯ ପରିବର୍ତ୍ତେ ଏକକ ଓଡ଼ିଶା ସୂଚନା ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ଭାବଳୀ ) ନିୟମାବଳୀ ୨୦୨୨ ପ୍ରଣୟନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଛନ୍ତି ।

୫- ଏମ.ଏସ.ଏମ.ଇ ସେକ୍ଟରରେ ମେଡିକାଲ ଅମ୍ଳଜାନର ରିଫିଲିଂ ଏବଂ ପୁନଃ ପ୍ୟାକେଜିଂକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ଏମ.ଏସ.ଏମ.ଇ ବିକାଶ ନୀତି ୨୦୧୬ ରେ ଆବଶ୍ୟକୀୟ ସଂଶୋଧନ କରାଯିବ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଏହା ଦ୍ବାରା ରାଜ୍ୟରେ ରୋଜଗାର ସୃଷ୍ଟି ସହିତ ଏହି ସେକ୍ଟରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରାଯାଇପାରିବ ।

୬- ଓଡ଼ିଶା ଯାନ୍ତ୍ରିକ ସେବା ଆଇନ, ୨୦୨୧ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ଉପନିର୍ବାହୀ ଯନ୍ତ୍ରୀ ପଦବୀ ଉଚ୍ଛେଦ ସହିତ ପୂର୍ବରୁ ଥିବା ଅଧୀକ୍ଷଣ ଯନ୍ତ୍ରୀ ଲେଭଲ୍‌-୧ ଏବଂ ଲେଭଲ୍‌-୨ କୁ ଏକତ୍ର କରାଯିବ । ଅଧୀକ୍ଷଣ ଯନ୍ତ୍ରୀ ପଦବୀର ପୁନର୍ବିନ୍ୟାସ କରାଯାଇ ଏକ ନୂତନ ପଦବୀ ‘ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ' ସୃଷ୍ଟି କରାଯିବ । ଏହା ସହିତ ଯାନ୍ତ୍ରିକ ପଦବୀ ସଂଖ୍ୟା ୧୪୭ ରୁ ୧୯୦ କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୁ ଦେଇଛନ୍ତି ।

୭- ରାଜ୍ୟର କୃଷକ ମାନଙ୍କ ଆୟବୃଦ୍ଧି, ଅଣୁଜଳସେଚନର ବ୍ୟବସ୍ଥା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ ୨୫୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

୮- ‘କାଳିଆ’ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟାକାରି କରାଯିବ । ଏହା ସହିତ କୃଷକ ମାନଙ୍କର ଆୟ ବୃଦ୍ଧି ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟ ରଖିଛନ୍ତି ସରକାର । ତେଣୁ ରାଜ୍ୟ କ୍ୟାବିନେଟ୍‌ (୨୦୨୧ - ୨୨ରୁ ୨୦୨୩ - ୨୪ ଆର୍ଥିକ ବର୍ଷ ) ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ରାଜ୍ୟର ସମସ୍ତ କାଳିଆ ଯୋଜନା ହିତାଧିକାରୀ କୃଷକ ପରିବାର ବହୁଳ ଭାବରେ ଉପକୃତ ହେବେ ।

୯- ରାଜ୍ୟର କୃଷି ପରିସଂଖ୍ୟାନ ଶାଖାରେ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ପ୍ରସ୍ତୁତ ଓଡ଼ିଶା କୃଷି ପରିସଂଖ୍ୟାନ ସେବା ( ନିଯୁକ୍ତି ପ୍ରଣାଳୀ ଏବଂ ଚାକିରୀ ସର୍ଭାବଳୀ ) ନିୟମାବଳୀ, ୨୦୨୨କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି ।

୧୦- ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ ସେବା ବର୍ଗରୁ ପୃଥକ କରାଯାଇଛି । ଓଡ଼ିଶା ସମବାୟ ସମୀକ୍ଷକ ବର୍ଗର ପୂର୍ବଗଠନ କରାଯିବ । ଏହା ସହିତ ଏହି ବର୍ଗର ମୋଟ ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

୧୧- ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଓଡ଼ିଶା ଆର୍ଥିକ ଦାୟିତ୍ଵ ଏବଂ ୨୦୦୫ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ ବଜେଟ ପରିଚାଳନା ଅଧିନିୟମ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

୧୨- ବେସରକାରୀ ଡିଲର ମାନଙ୍କ ଦ୍ବାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଚାରୁରୂପେ ପଚିଚାଳନା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ( ନିୟନ୍ତ୍ରଣ ) ଆଦେଶ, ୨୦୧୬ ର clause – 4 ( 6 ) ନିର୍ଦ୍ଧାରଣ କରାଯାଇଥିବା ସମୟସୀମାର ଅବଧି ୬ ବର୍ଷରୁ ୬ବର୍ଷ ୬ ମାସକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି କରିଛନ୍ତି ।

୧୩- ଓଡ଼ିଶା ବେସାମରିକ ସେବା ନିୟମ ( ଉଚ୍ଚ ବୟସସୀମା ସ୍ଥିରୀକରଣ ) ନିୟମାବଳୀ, ୧୯୮୯ରେ ଅଣାଯାଇଥିବା ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ କରିଛନ୍ତି ।

୧୪- ରାଜ୍ୟର ବିଭିନ୍ନ ସରକାରୀ ଚାକିରୀରେ ବିନାଦେୟ ଆବେଦନ କରିବା ଏବଂ ପ୍ରଣୟନକୁ ନିଯୁକ୍ତି ପ୍ରକ୍ରିୟା ଅଂଶଗ୍ରହଣ କରିବା ନିୟମାବଳୀ, ୨୦୨୨ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି ।

୧୫- ଓଡ଼ିଶା ବେସାମରିକ ସେବା ( ପଦସ୍ତୋତି ମାନଦଣ୍ଡ ) ନିୟମାବଳୀ, ୧୯୯୨ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

୧୬- ୱାର୍ଡରମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦନ୍ନୋତି ପାଇଁ ନୂତନ ଓଡ଼ିଶା ଅଧସ୍ତନ କାରାଗାର ସେବା ( ୱାର୍ଡର ନିଯୁକ୍ତି ପଦ୍ଧତି ଏବଂ ସେବାସର୍ଭ ) ନିୟମାବଳୀ, ୨୦୨୨ ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

୧୭- ଓଡ଼ିଶା ରାଜ୍ୟ ଅତିଥିଭବନ କର୍ମଚାରୀ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ଭାବଳୀ ନିୟନ୍ତ୍ରଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

୧୮- ଓଡ଼ିଶା ନିର୍ଦ୍ଦିଷ୍ଟ ଲଘୁ ଖଣିଜ ଉତ୍ସ ନିଲାମ ନିୟମ ୨୦୧୯ ( OSMMA RULES, 2019 ) ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

୧୯- OMMC, Rules 2016ରେ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

୨୦- କୋଭିଡ-୧୯ ମହାମାରୀ ସମୟରେ ପିଲାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏବଂ ଜରୁରୀକାଳୀନ ପଦକ୍ଷେପ ଭାବରେ ‘ବିଜୁ ଶିଶୁ ସୁରକ୍ଷା ଯୋଜନା’ ଅଧୀନରେ ଉପଯୋଜନା ଭାବରେ ‘ଆଶୀର୍ବାଦ’ ଯୋଜନାର ପ୍ରଚଳନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

୨୧- ଟଣ୍ଡ କି ଆଧାରରେ ସମଲେଇ ଯୋଜନାରେ ମା' ସମଲେଶ୍ବରୀ ମନ୍ଦିର କ୍ଷେତ୍ରର ବିକାଶ ପାଇଁ ସର୍ବନିମ୍ନ ନିବିଦା ପ୍ରଦାନ କାରୀ M / S URC , Constructions Pvt . Ltd ଙ୍କର ୧୧୪କୋଟି ୨୦ଲକ୍ଷ୍ୟଟଙ୍କାର ସର୍ବନିମ୍ନ ନିବିଦାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ।

୨୨- ‘ଅବଢା’ ଯୋଜନା ମାଧ୍ୟମରେ ଐତିହ୍ୟ ସଂପର୍ଣ୍ଣ ସହର ପୁରୀର ବିକାଶ ପାଇଁ ଟର୍ଷ କି ଭିଭିରେ ସର୍ବନିମ୍ନ ନିବିଦା ପ୍ରଦାନକାରୀ M / s B.C.Bhuyan Constructions Pvt . Ltd ଙ୍କର ୧୦୨ କୋଟି ୪୦ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ କାର୍ଯ୍ୟାରମ୍ଭ ନିମନ୍ତେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

୨୩- ଭବାନୀପାଟଣାଠାରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ସରକାରୀ ଭେଷଜ ଚିକିତ୍ସାଳୟ ସ୍ଥାପନ ପାଇଁ M / s Iron Triangle Ltd. ଙ୍କର ୧୬୧.୧୫ କୋଟି ଟଙ୍କାର ସର୍ବନିମ୍ନ ନିବିଦାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ।

୨୪- ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଇଶିଙ୍ଗା ଶାଖାକେନାଲର ୩୦ କିଲୋମିଟରରୁ ୪୫କି.ମି ପର୍ଯ୍ୟନ୍ତ ନିର୍ମାଣ ପାଇଁ ୯୨ କୋଟି ୭୪ ଲକ୍ଷ ୨୩ହଜାର ୨୮୬ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପଟି ୨୪ମାସ ମଧ୍ୟରେ ସଂପୂର୍ଣ୍ଣ ହେବା ସହିତ ମୟୂରଭଞ୍ଜ ଜିଲ୍ଲାର ୮୧୮୨ ହେକ୍ଟର ଜମିରେ ଜଳସେଚନ ହେବ ।

୨୫- ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୮୨୩.୪୫ କୋଟି ଟଙ୍କାରେ ଆଗାମୀ ୫ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ବାରା ବିଭିନ୍ନ ପ୍ରକଳ୍ପରେ ୪୨୬୫୮ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ଓ ୭୪୪୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.