ETV Bharat / city

କାଳିଆ ଯୋଜନାରେ ଯୋଡ଼ି ହେଲେ 75 ଲକ୍ଷ ଚାଷୀ ପରିବାର

ବଢ଼ିଲା କାଳିଆ ହିତାଧିକାରୀଙ୍କ ସଂଖ୍ୟା । ଯୋଜନାରେ ଯୋଡ଼ି ହେଲେ ଆଉ 33 ଲକ୍ଷ ଚାଷୀ ପରିବାର । ଆଜି ପ୍ରଥମ କିସ୍ତି ସହାୟତା ମିଳିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 29, 2019, 8:05 PM IST

ଭୁବନେଶ୍ବର: ଆଜି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ ବସିଛି । ଏହି ଅବସରରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କାଳିଆ ହିତାଧିକାରୀ ତାଲିକାରେ ଆଉ 33 ଲକ୍ଷ ଚାଷୀ ପରିବାରଙ୍କୁ ସାମିଲ କରାଯାଇଛି ।

ପୂର୍ବରୁ 42 ଲକ୍ଷ କୃଷି ପରିବାରଙ୍କୁ କାଳିଆ ସହାୟତା ରାଶି ପ୍ରଦାନ ସରିଛି । ଆଜି ଆଉ 33 ଲକ୍ଷ ଚାଷୀ ପରିବାର ହିତାଧିକାରୀ ତାଲିକାରେ ଯୋଡ଼ି ହୋଇଛନ୍ତି । ଏଥିସହ ରାଜ୍ୟର ମୋଟ 75 ଲକ୍ଷ ଚାଷୀ ପରିବାର ବର୍ତ୍ତମାନ କାଳିଆ ସହାୟତା ରାଶି ପାଇପାରିବେ । ଏମାନଙ୍କ ମଧ୍ୟରୁ 50 ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ 25 ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନୂଆକରି ଯୋଡ଼ି ହୋଇଥିବା 33 ଲକ୍ଷ ପରିବାର ମଧ୍ୟରୁ 8 ଲକ୍ଷ ଚାଷୀ ପରିବାରଙ୍କୁ ଆଜି ପ୍ରଥମ କିସ୍ତି ସହାୟତା ଟ. 5,000 ପ୍ରଦାନ କରାଯାଉଛି । ବଳକା ପରିବାରଙ୍କୁ ସପ୍ତାହ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ ।

ଏଥିସହ ଆଜି କ୍ୟାବିନେଟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ 1000 କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । 10ଟି ବିଭିନ୍ନ ବିଭାଗରେ ଏହି ଅର୍ଥ ମଞ୍ଜୁର କରାଯାଇଥିବାବେଳେ ମହିଳାଙ୍କୁ ବ୍ୟବସାୟ ସୁଯୋଗ ପ୍ରଦାନ କରିବା ଏହାର ଲକ୍ଷ୍ୟ । ବର୍ତ୍ତମାନ ସୁଦ୍ଧା ରାଜ୍ୟର 70 ଲକ୍ଷ ମହିଳା 6 ଲକ୍ଷ ଏସଏଚଜି ଦ୍ବାରା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.