ETV Bharat / city

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହାତ ଛାଡି ଶଙ୍ଖ ଫୁଙ୍କିଲେ କୁଲେସିକା

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ଶେଷରେ ହାତ ଛାଡି ଶଙ୍ଖ ଧରିଲେ କୈଳାଶ କୁଲେସିକା । ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି କଂଗ୍ରେସର ଏହି ପୂର୍ବତନ ଟାଣୁଆ ନେତା । ଅଧିକ ପଢନ୍ତୁ...

author img

By

Published : Oct 20, 2021, 12:46 PM IST

Updated : Oct 20, 2021, 1:25 PM IST

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା, ହାତ ଛାଡି ଶଙ୍ଖ ଧରିଲେ କୁଲେସିକା

କୋରାପୁଟ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ଶେଷରେ ହାତ ଛାଡି ଶଙ୍ଖ ଧରିଲେ କୈଳାଶ କୁଲେସିକା । କିଛି ଦିନ ତଳେ କୈଳାଶ-ମୀନାକ୍ଷୀ-ତାରାଙ୍କ ମଧ୍ୟରେ ଲାଗି ରହିଥିବା ମତଭେଦର ପ୍ରଭାବ, ଶେଷରେ କଂଗ୍ରେସ ଉପରେ ପଡିଛି । ବ୍ୟକ୍ତିଗତ କାରଣକୁ ନେଇ ଏମାନଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁର ପରିଣାମ ସହିବାକୁ ପଡିଛି ଦଳକୁ ।

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହାତ ଛାଡି ଶଙ୍ଖ ଫୁଙ୍କିଲେ କୁଲେସିକା
ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହାତ ଛାଡି ଶଙ୍ଖ ଫୁଙ୍କିଲେ କୁଲେସିକା

ଆଜି(ବୁଧବାର) ବିଜେଡିର ସ୍ବତନ୍ତ୍ର ମିଶ୍ରଣ ପର୍ବରେ ସେ ହାତ ଛାଡି ଶଙ୍ଖ ଧରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ତଥା ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁବାଇ କୁଲେସିକା ମଧ୍ୟ କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି କୋରାପୁଟର ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ ଏବଂ ଦଶମନ୍ତପୁର ବ୍ଲକରୁ ୧୦୨ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଗତକାଲି କଂଗ୍ରେସର ଏହି ଟାଣୁଆ ନେତା କୈଳାଶ କୁଲେସିକା ଶତାଧିକ କର୍ମୀଙ୍କୁ ଧରି ୨୦ଟି ଗାଡିରେ ଭୁବନେଶ୍ବରରେ ପହଞ୍ଚିଥିଲେ । ତେବେ ଦିନ ଥିଲା କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ପଟ୍ଟାଙ୍ଗୀକୁ ଛାଡି କୋରାପୁଟ, କୋଟପାଡ, ଲକ୍ଷ୍ମୀପୁର ଓ ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରାଜ କରୁଥିଲା ।

ସାରା ଓଡିଶାରେ ଶଙ୍ଖ ଧ୍ବନି ଶୁଭୁଥିବାବେଳେ ଏହି ଗଡରେ କିନ୍ତୁ ହାତର ପତିଆରା ରହିଥିଲା । ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରେ କୋରାପୁଟ କଂଗ୍ରେସର କନ୍ଦଳ ଥମିବାର ନାଁ ଧରୁନି । ଦଳୀୟ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଶୀତଳ ଯୁଦ୍ଧ ଏବେ ବିସ୍ଫୋରଣର ରୂପ ନେଇଛି । ଶେଷରେ କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗ ଦେଇଛନ୍ତି କୈଳାଶ କୁଲେସିକା । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି କୈଳାଶ ଓ ତାଙ୍କ ସମର୍ଥକଙ୍କୁ ବିଜେଡିରେ ସାମିଲ କରାଇଛନ୍ତି ।

ଏହି ଅବସରରେ ଆଗକୁ କୋରାପୁଟ ଅଧିକ ସଶକ୍ତ ଓ ସୁଦୃଢ ହେବ ବୋଲି କହିଛନ୍ତି ପ୍ରଣବ । ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ବିଜେଡିରେ ସାମିଲ ହୋଇଥିବା ନେତାଙ୍କୁ ସ୍ୱାଗତ କରିଛନ୍ତି ।

ମନ୍ତ୍ରୀ ପଦ୍ମିନୀ ଦିଆନ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ମୀରା ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ସାମିଲ ହୋଇଛନ୍ତି ।

ପ୍ରକାଶଥାଉକି, ଲକ୍ଷ୍ମୀପୁରର ଏହି ଯୁବନେତା ୨୦୦୯ରେ କଂଗ୍ରେସ ଦଳରୁ ଶେଷ ମୁହୂର୍ତ୍ତରେ ଟିକଟ ପାଇବାରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ବିଧାନସଭା ନିର୍ବାଚନ ଲଢି ପ୍ରାୟ ୧୦ହଜାର ଭୋଟ ପାଇ ପରାସ୍ତ ହୋଇଥିଲେ । ପରେ ପୁଣି କଂଗ୍ରେସରେ ଯୋଗଦାନ କରି ୨୦୧୨ ପଞ୍ଚାୟତ ନିର୍ବାଚନରେ ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୪ରେ ସେ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ କୁଲେସିକା ପ୍ରାୟ ୨୨୯ ଭୋଟରେ ପରାସ୍ତ ହୋଇଥିଲେ ।

ଏହି ଯୁବନେତା ଦଳର ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତିରେ ଅସନ୍ତୋଷ ପ୍ରକଟ କରି ନିକଟରେ ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । କିନ୍ତୁ ରାଜ୍ୟ ସଭାପତି ଓ କୋରାପୁଟ ସାଂସଦ ତାଙ୍କୁ ବୁଝାସୁଝା କରି ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିଲେ । କୈଳାଶ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କର ଜଣେ ଘନିଷ୍ଠ ସହଯୋଗୀ । ତେବେ ଖୁବଶୀଘ୍ର ପ୍ରଦୀପ ମାଝୀ ମଧ୍ୟ ହାତ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡିରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 20, 2021, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.