ETV Bharat / city

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ସଚିବ ଓ ବିଜେଡି ନେତାଙ୍କ ଠାରୁ ଆଦାୟ ହେଉ: ସମୀର ମହାନ୍ତି

author img

By

Published : Aug 24, 2019, 1:39 AM IST

କାଳିଆ ଯୋଜନାକୁ ନେଇ ବିଜେପି ନେତାଙ୍କ ମନ୍ତବ୍ୟ। ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଣ୍ଟିଥିଲା ବୋଲି ବିଜେପି ନେତା ସମୀର ମହାନ୍ତି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଣ୍ଟିଥିଲା ବୋଲି ବିଜେପି ନେତା ସମୀର ମହାନ୍ତି କହିଛନ୍ତି । କାଳିଆ ଯୋଜନାରେ ସ୍ବଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି। ଭୋଟରଙ୍କୁ ଲାଞ୍ଚ ଦେଇ ଭୋଟ ହାତେଇ ଶାସନ କ୍ଷମତା ଆପଣାଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ୨୦ ଲକ୍ଷ ପରିଚୟ ପତ୍ର ଥିବା ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଏହି ତାଲିକାକୁ ୫୧ଲକ୍ଷରେ ପହଞ୍ଚାଇଥିଲେ । ଏବେ ୩୬ ଲକ୍ଷ ୮୮ ହଜାର ଚାଷୀ ତାଲିକାରୁ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀ ପାଇଥିବା ଅର୍ଥକୁ ମିଶାଇଲେ ସମୁଦାୟ ୧୩୩ କୋଟି ହେଉଛି । ସଂପୂର୍ଣ୍ଣ ଚିହ୍ନଟ ପ୍ରକ୍ରିୟା ସରିବା ବେଳକୁ ଏହା ୨୦୦ କୋଟିରେ ପହଞ୍ଚିବ । ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସରମାନଙ୍କ ଠାରୁ, ବିଜେଡି ନେତା ଓ ମନ୍ତ୍ରୀଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା । କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । କାଳିଆ ଯୋଜନାରେ ସ୍ୱଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି । ଭୋଟରଙ୍କୁ ଲାଂଚ ଦେଇ ଭୋଟ ହାତେଇ ଶାସନ କ୍ଷମତା\nଆପଣେଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଥମେ ୨୦ ଲକ୍ଷ କୃଷକ ପରିଚୟ ପତ୍ର ଥିବା ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୁରନ୍ତ ଏହି ତାଲିକାକୁ ୫୧ଲକ୍ଷରେ ପହଂଚାଇଥିଲେ । ଏବେ ୩୬ ଲକ୍ଷ ୮୮ ହଜାର ଚାଷୀ ତାଲିକାରୁ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଏହି ଅର୍ଥକୁ ମିଶାଇଲେ ସମୁଦାୟ ୧୩୩ କୋଟି ହେଉଛି । ସଂପୂର୍ଣ୍ଣ ଚିହ୍ନଟ ପକ୍ରିୟା ସରିବା ବେଳକୁ ଏହା ୨୦୦ କୋଟିରେ ପହଂଚିବ । ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସରମାନଙ୍କ ଠାରୁ ଏବଂ ବିଜେଡି ନେତା ଓ ମନ୍ତ୍ରୀଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।Body:ବାଇଟ ସମୀର ମହାନ୍ତି, ବିଜେପି ନେତାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.