ETV Bharat / city

ପଣସ ଖାଇବାକୁ ଆସି ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ଛୁଆ ହାତୀ

author img

By

Published : Jun 10, 2022, 7:38 AM IST

ଗୋଛାପଡା ରେଞ୍ଜ ଅର୍ନ୍ତଗତ ପକାରୀ ପଞ୍ଚାୟତ ଝିରିଙ୍ଗସାହି ନିକଟସ୍ଥ ଏକ କୂଅରେ ଛୁଆ ହାତୀ ପଡି ଯାଇଥିବା ଗୁରୁବାର ସକାଳୁ ଦେଖିବାକୁ ମିଳିଛି । । ଅଧିକ ପଢ଼ନ୍ତୁ

ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ହାତୀ ଛୁଆ, ଉଦ୍ଧାର ପାଇଁ ପ୍ରତିଶୃତି ଦେଲେ ଫିରିଙ୍ଗିଆ ରେଞ୍ଜର

ଫୁଲବାଣୀ: ଗତ କିଛି ଦିନ ତଳେ ରାଇକିଆ ବ୍ଲକ ବାରବା ରେଞ୍ଜ ପଳାସପଲ୍ଲୀ ଅଞ୍ଚଳରେ ଗୋଟିଏ ହାତୀ ଛୁଆ କୂଅରେ ପଡିବା ଘଟଣା ମନରୁ ନଲିଭୁଣୁ ପୁଣି ଏଭଳି ଏକ ଘଟଣା ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଛି । ଗୋଛାପଡା ରେଞ୍ଜ ଅର୍ନ୍ତଗତ ପକାରୀ ପଞ୍ଚାୟତ ଝିରିଙ୍ଗସାହି ନିକଟସ୍ଥ ଏକ ୮ ଫୁଟର କୂଅରେ ଛୁଆ ହାତୀ ପଡି ଯାଇଥିବା ଗୁରୁବାର ସକାଳୁ ଦେଖିବାକୁ ମିଳିଛି ।

ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ହାତୀ ଛୁଆ
ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ହାତୀ ଛୁଆ

ଘଟଣାକୁ ୨୪ ଘଣ୍ଟା ବିତିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ହାତୀ ଛୁଆକୁ ଉଦ୍ଧାର କରାଯିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇନାହିଁ । ମିଳିଥିବା ସୂଚନାନୁସାରେ ବୁଧବାର ରାତିରେ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଆସିଥିଲେ । ହାତୀପଲ ମଧ୍ୟରେ ଏକ ଛୁଆ ହାତୀ ଥିଲା ।

ହାତୀପଲ ପାହାନ୍ତାରୁ ଜଙ୍ଗଲକୁ ଫେରୁଥିବା ବେଳେ ପରିତ୍ୟକ୍ତ କୂଅରେ ହାତୀ ଛୁଆ ପଡି ଯାଇଥିବା ଅନୁମାନ କରାଯାଉଛି । ସକାଳେ ଜଙ୍ଗଲକୁ ଯାଇଥିବା କିଛି ଲୋକେ ହାତୀ ଛୁଆ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣା ବନବିଭାଗ ଜାଣିବାଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଗୁରୁବାର ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକ ଏକ ଟିମ ସହ ସେଠାକୁ ଯାଇ ହାତୀ ଛୁଆକୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ହାତୀ ଛୁଆ
ପରିତ୍ୟକ୍ତ କୂଅରେ ଗଳି ପଡ଼ିଲା ହାତୀ ଛୁଆ

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.