ଭୁବନେଶ୍ବର: ନ୍ୟାୟିକ ବ୍ୟବସ୍ଥାରେ କୋରୋନା ମାଡ। ଲକଡାଉନ ଯୋଗୁଁ ତଳ କୋର୍ଟରୁ ଉପର କୋର୍ଟ ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ। ହୋଇପାରୁନି ଅନେକ ମାମଲାର ଶୁଣାଣି। ପେଣ୍ଡିଂ ପଡିଛି ବେଲ,ଅପିଲ ଓ ଟ୍ରାଏଲ ମଧ୍ୟ ବନ୍ଦ। କେବଳ ଅତି ଜରୁରୀ ମାମଲାର ହେଉଛି ବିଚାର।
ଥାନା ମାନଙ୍କରୁ ଆସୁଥିବା କୋର୍ଟ ଚାଲାଣ କେସ ଓ ସରକାରୀ ସଂକ୍ରାନ୍ତିୟ ଅତି ଜରୁରୀ କେସର ହେଉଛି ବିଚାର। ଫଳରେ ଏସଡିଜେଏମ କୋର୍ଟରେ କ୍ରିମିନାଲ ଟ୍ରାୟଲ ଠୁ ଆରମ୍ଭ କରି ଘରୋଇକଳହ, ଜମିଜମା ବିବାଦ, ଚେକବାଉନସ ବା ସରକାରୀ ଅବହେଳା ସଂକ୍ରାନ୍ତିୟ ଅଭିଯୋଗ ବା ୧ ସିସି କେସ ମଧ୍ୟ ଶୁଣାଣି କି ବିଚାର ହେଉନି।
ସେହିପରି ଜିଲ୍ଲା କୋର୍ଟରେ ରିଭର୍ସନ ଅପିଲ,କ୍ରିମିନାଲ ଅପିଲ ମାମଲାର ସାକ୍ଷ୍ୟ ଗ୍ରହଣ ନ ହେବା ବା ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁ କେସ ଟ୍ରାୟଲ ବା ଶୁଣାଣି ପଡିରହୁଛି। ସିବିଆଇ,ଭିଜିଲାନ୍ସ ଆଦି ଅନେକ କେସ ଏହି ଭଳି ଭାବେ ବିଚାର ହୋଇପାରୁନି।
ସେହିପରି ଫାମିଲି କୋର୍ଟରେ ମଧ୍ୟ ସମାନ ଅବସ୍ଥା । ଛାଡପତ୍ର ସଂକ୍ରାନ୍ତିୟ ମାମଲାର ଫୈସାଲା ହୋଇପାରୁନି କି ଛାଡପତ୍ର ନେଇ ମେଣ୍ଟେନାନ୍ସ ବା ଦେଣ ନେଣ ବିଚାର ବନ୍ଦ ଯୋଗୁ ଅନେକ ଲୋକ ଓ ପରିବାର ସମସ୍ୟାର ସମ୍ମୁଖିନ ହେଉଛନ୍ତି। ମନୁଷ୍ୟ ନାୟିକ ଅଧିକାରଠୁ ବଞ୍ଚିବାର ଅଧିକାରକୁ ଗୁରୁତ୍ବ ଦୃଷ୍ଟିରୁ କୋରେନା ପାଇଁ ଏଭଳି ନିଷ୍ପତି ନିଆଯାଉଛି।
ଫଳରେ ପୂର୍ବଅପେକ୍ଷା ମାତ୍ର ୫ ପ୍ରତିଶତ କେସ କେବଳ କୋର୍ଟରେ ବିଚାରବିମର୍ଶ ହେଉଛି। ଅନ୍ୟପଟେ ସମାନ ଅବସ୍ଥାକୁ ଦେଖିଲେ କୋଭିଡ ୧୯ ଆଖିରେ ରଖି ଜେଲ କତ୍ତୃପକ୍ଷ ମଧ୍ୟ ବଡ ନିଷ୍ପତି ନେଇଛନ୍ତି। ଲକଡାଉନ ପାଇଁ ପ୍ରିଜନର ପିଟିସନ ଆଧାରରେ ୭ ବର୍ଷରୁ କମ ସଜା ଥିବା କଏଦିଙ୍କୁ ସର୍ତମୂଳକ ଭାବେ ବେଲ ମିଳିଛି।
୧୨ ମେ ସୁଦ୍ଧା ୭୨୫୫ଜଣ କଏଦୀଙ୍କୁ ଛଡାଯାଇଛି।ସେମାନଙ୍କ ମଧ୍ୟରୁ ଜେଲ କତ୍ତୃପକ୍ଷ ୩୮୯ଜଣଙ୍କୁ ଖଲାସ କରିଛନ୍ତି। ୧୧୬୨ଜଣଙ୍କୁ ଅନ୍ୟତ୍ର ଜେଲକୁ ସ୍ଥାନାନ୍ତର କରାଯାଇଛି। ଏବଂ ୬୮୬୬ଜଣଙ୍କୁ କୋର୍ଟ ବିଭିନ୍ନ ସର୍ତ୍ତମୂଳକରେ ଖଲାସ କରିଛନ୍ତି।
ତେବେ ପୁର୍ବରୁ ମାସକୁ ୫୮୦୦ ଜଣ ଗିରଫ ହୋଇ ଜେଲକୁ ଆସିଥାନ୍ତି। ୨୦୧୯ ରେ ୬୯୭୯୪ଜଣ ଗିରଫ ହୋଇ ଜେଲକୁ ଆସିଥିଲେ। ରାଜ୍ୟର ୮୬ ଟି ଜେଲରେ ୨୦ ମାର୍ଚ୍ଚ ସୁଦ୍ଧା ୧୭୮୧୨ ଜଣ କଏଦି ଥିଲେ। ୧୨ ମେ ସୁଦ୍ଧା ୧୬୯୩୧ ଜଣ କଏଦି ଜେଲରେ ଅଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ