ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ନେଇ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀଙ୍କ ନାମାଙ୍କନରେ ବିଜେଡି ପ୍ରସ୍ତାବକ ରହିବ ।
-
BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection. My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow.#OdishaLeads
— Naveen Patnaik (@Naveen_Odisha) June 23, 2022 " class="align-text-top noRightClick twitterSection" data="
">BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection. My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow.#OdishaLeads
— Naveen Patnaik (@Naveen_Odisha) June 23, 2022BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection. My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow.#OdishaLeads
— Naveen Patnaik (@Naveen_Odisha) June 23, 2022
ରାଜ୍ୟ କ୍ୟାବିନେଟର ୨ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି (ଶୁକ୍ରବାର) ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ । ସେଥିପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଟୁକୁନି ସାହୁ ଓ ଦ୍ରୌପଦୀଙ୍କ ମଧ୍ୟରେ ସକ୍ଷାତକାର ହୋଇଥିବା ଦେଖିବାକୁ ମିଳିଛି । ଦ୍ରୌପଦୀ ମୁର୍ମୁ ଜଣେ ମହିଳା ଆଦିବାସୀ ନେତ୍ରୀ । ସେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଥିଲେ । ବିଜେପି ନେତୃତ୍ବାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଓଡିଶାର ପ୍ରଥମ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ମୁର୍ମୁ । ନାମାଙ୍କନ ଦାଖଲ ଶେଷ ତାରିଖି ରହିଛି ଜୁନ 29 । ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ 21ରେ ଭୋଟ ଗଣନା ହେବ ।