ଭୁବନେଶ୍ବର: ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ନେତା ନରସିଂହ ମିଶ୍ର । ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି ।
ସେହି ଢାଞ୍ଚାରେ ଓଡିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ସବୁ ବର୍ଗଙ୍କ ପାଇଁ ବହୁତ କିଛି କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସାମ୍ବାଦିକ ଚିହ୍ନଟ କରାଯାଇପାରିନାହିଁ । ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକ ଚିହ୍ନଟ କରିବା ଦରକାର । ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର । ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ । ତେଣୁ ସାମ୍ବାଦିକଙ୍କ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର ନେଇ କହିଛନ୍ତି ପ୍ରଫୁଲ୍ଲ ସାମଲ ।
ସେପଟେ ସୁରେଶ ରାଉତରାୟ କହିଛନ୍ତି ଯେ, ଓଡ଼ିଶାର ସାମ୍ବାଦିକ ଭାରି ଦୁଃଦିନରେ ଅଛନ୍ତି । ବାଡେଇଲେ କେହି ସୁରକ୍ଷା ଦେବାକୁ ନାହାନ୍ତି | ତାଙ୍କରି ପାଇଁ ରାଜ୍ୟବାସୀ ଖବର ପାଉଛନ୍ତି ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଦରକାର, ଦରମା ଦେବା ସହ ସରକାର ଘର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ