ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା, ନାଲି ଆଖି ଦେଖାଇବା ଏବେ ପଡିପାରେ ଭାରି । ଗତକାଲିର ଘଟଣାକୁ କେନ୍ଦ୍ର କରି ଆଜି ସାରା ରାଜ୍ୟରେ ଅନେକ ସାମ୍ବାଦିକ ସଂଘ ପ୍ରତିବାଦ କରିବାର ଦେଖିବାକୁ ମିଳିଥିଲା।
ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ରାଜ୍ୟ କଳିଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଥିଲା। ଯଥାଶୀଘ୍ର କେନ୍ଦ୍ରାପଡା ଏସପି ନୀତିଶେଖରଙ୍କୁ ତାଙ୍କ ଚାକିରୀରୁ ନିଲମ୍ବିତ ନକଲେ ସଂଘ ଆହୁରି ପ୍ରତିବାଦ କରିବ ବୋଲି ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ ବୁଧବାର ବାରିମୂଳ ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଉପରେ ସାମ୍ବାଦିକ ଜଣକ ଖବର ସଂଗ୍ରହ କରୁଥିବା ଅବସ୍ଥାରେ କେନ୍ଦ୍ରାପଡା ଏସପି ହାତ ଉଠାଇବା ସହ ମାଡ଼ ମାରିଥିଲେ । ଆଉ ଏହାକୁ ସାମ୍ବାଦିକଙ୍କ ପ୍ରତି ଅପମାନ ବୋଲି କହିଥିଲା ସାମ୍ବାଦିକ ସଙ୍ଘ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ