ETV Bharat / city

ଝାଡଖଣ୍ଡରେ ଏଣିକି କେହି ପଢିପାରିବେନି ଓଡିଆ ! ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଗୋଟିଏ ପଟେ କୋଟିଆରେ ଆନ୍ଧ୍ର ପ୍ରଶାସନର ଅବୈଧ ପ୍ରବେଶ ଆଉ ଅନ୍ୟପଟେ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ଭାଷାର ମାନ୍ୟତା ପ୍ରତ୍ୟାହାର କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

Jharkhand
Jharkhand
author img

By

Published : Sep 28, 2021, 7:36 PM IST

ଭୁବନେଶ୍ବର: ଗୋଟିଏ ପଟେ କୋଟିଆରେ ଆନ୍ଧ୍ର ପ୍ରଶାସନର ଅବୈଧ ପ୍ରବେଶ ଆଉ ଅନ୍ୟପଟେ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ଭାଷାର ମାନ୍ୟତା ପ୍ରତ୍ୟାହାର କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କୋଟିଆ ରେ ସୀମା ବିବାଦ ଉଗ୍ର ରୂପ ଧାରଣ କରୁଛି । ଆନ୍ଧ୍ର ପ୍ରଶାସନ ଧୀରେ ଧୀରେ ଅନୁପ୍ରବେଶ କରି ନିଜର ଅସ୍ତିତ୍ବ ଜାହିର କରୁଛି । ସେପଟେ ପଡୋଶୀ ଝାରଖଣ୍ଡ ସରକାରଙ୍କ ଏକ ପଦକ୍ଷେପ, ଏବେ ରାଜ୍ୟବାସୀଙ୍କ ପାଇଁ ବଡ କଷ୍ଟ ଦାୟକ ହୋଇଛି । କାରଣ ଝାଡଖଣ୍ଡରେ ଓଡିଆ, ବଙ୍ଗଳା ସମେତ ୯ ଟି ଜନଜାତି ଭାଷାକୁ ମିଳିଥିଲା ରାଜ୍ୟଭାଷା ମିଳିଥିଲା । କିନ୍ତୁ ଏବେ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି । ଯାହାକୁ ନେଇ ସେଠି ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଝାଡଖଣ୍ଡରେ ଏଣିକି କେହି ପଢିପାରିବେନି ଓଡିଆ ! ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ଘଟଣାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି, 21 ବର୍ଷ ହେଲା ସରକାର ତଥା ନବୀନ ପଟ୍ଟନାୟକ କଣ କରୁଛନ୍ତି । ଚାରି ପଟୁ ପଡୋଶୀ ରାଜ୍ୟ ଘେରିଗଲେଣି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । କୋଟିଆର ସ୍କୁଲ, କଲେଜ, ଅଙ୍ଗନୱାଡି, ମେଡିକାଲରେ ତେଲୁଗୁ ପୋଷ୍ଟର ଛାଇ ଗଲାଣି । ଆଉ ଏବେ ଝାଡଖଣ୍ଡ ସରକାର ମଧ୍ୟ ପ୍ରବାସୀ ଓଡିଆଙ୍କୁ ଧକ୍କା ଦେଇଛନ୍ତି ବୋଲି କହିଛନ୍ତି ସୁର ।

ସେପଟେ ଏହାକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଝାରଖଣ୍ଡ ସରକାରଙ୍କ ଏଭଳି ପଦକ୍ଷେପ ନୀନ୍ଦନୀୟ । ସେଠାରେ ବହୁତ ଓଡିଆ ଲୋକମାନେ ବସବାସ କରୁଛନ୍ତି । ଓଡିଆରେ ପାଠ ପଢାଯାଉଛି । କେମିତି ସରକାର ଏହାକୁ ବନ୍ଦ କରିଦେବେ ? ତୁରନ୍ତ ସରକାର ଏହାର ପୁନଃବିଚାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ପ୍ରବାସୀ ଓଡିଆଙ୍କ ଅଧିକାର ଅଛି ତାଙ୍କ ମାତୃଭାଷା ପ୍ରତି। ସେମାନେ ନିଜ ମାତୃଭାଷାରେ ପାଠ ପଢିବେ । ଓଡିଶା ଭାଷା ସଂସ୍କୃତି ସହ ସେମାନଙ୍କର ସମ୍ପର୍କ ଅଛି । ଝାଡଖଣ୍ଡ ସରକାର ସେମାନଙ୍କୁ ସୁଯୋଗ ଦିଅନ୍ତୁ । ଏନେଇ ଓଡିଶା ସରକାର ମଧ୍ୟ ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦୀପ ଦାବି କରିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିନି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.