ETV Bharat / city

ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କ ଦଣ୍ଡ ବିଧାନର ଶୁଣାଣି

author img

By

Published : Oct 26, 2020, 8:32 AM IST

ଆଜି ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ଦଣ୍ଡ ବିଧାନର ଶୁଣାଣି ହେବ ।

ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା
ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ଆଜି ହେବ ଝାଡଖଣ୍ଡ କୋଇଲା ଖଣି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ବିଧାନର ଶୁଣାଣି । ଦିଲ୍ଲୀର ସିବିଆଇ ସ୍ବତନ୍ତ୍ର ଅଦାଲତ ଏହାର ଶୁଣାଣି କରିବେ । ଦିଲ୍ଲୀପଙ୍କ ସହିତ ଅନ୍ୟ ପାଞ୍ଚ ଜଣ ଦୋଷୀଙ୍କ ବିରୋଧରେ ମଧ୍ୟ ଦଣ୍ଡ ଶୁଣାଇବେ କୋର୍ଟ ।

1999 ମସିହାରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟ । ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ତାଙ୍କୁ ଅକ୍ଟୋବର 6 ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ଅଣ ଜାତୀୟକରଣ ତଥା ପରିତ୍ୟକ୍ତ ଖଣିକୁ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡକୁ ଆବଣ୍ଟନ କରିଥିବା ଅଭିଯୋଗରେ ଏହି ମାମଲା ହୋଇଥିଲା । ତେବେ ଦିଲ୍ଲୀପଙ୍କ ବ୍ୟତୀତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

କୋର୍ଟ ଏମାନଙ୍କୁ ଆଇପିସିର ଦଫା 120(ଖ), 420, 409 ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ମାମଲାରେ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଧାରା 379 ଓ 34 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ମାମଲାରେ ସମୁଦାୟ 51 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଯାହା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବାର ପ୍ରମାଣ ଦେଇଥିଲା । ତେବେ ମାମଲାରେ ଅକ୍ଟୋବର 14 ତାରିଖରେ ଦଣ୍ଡ ବିଧାନ ହେବାକୁ ଥିବାବେଳେ ଏହାକୁ ଅକ୍ଟୋବର 26 ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.