ETV Bharat / city

ପରିବାରକୁ ମିଛ ନ କହିବାକୁ ଯୁବପିଢିଙ୍କୁ ପରାମର୍ଶ ଦେଲେ ରମାଦେବୀ କୁଳପତି

author img

By

Published : Jan 29, 2021, 2:51 PM IST

ଝରାଫୁଲ ମୃତ୍ୟୁ ଘଟଣା ଘଟିବା ପରେ ପରିବାରକୁ ମିଛ ନ କହିବାକୁ ଯୁବପିଢିଙ୍କୁ ରମାଦେବୀ କୁଳପତି ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

Jharaphula murder case, Ramadevi University vice-chancellor advices teen agers not to tell lie to family
ଝରାଫୁଲ ମୃତ୍ୟୁ ଘଟଣା: ପରିବାରକୁ ମିଛ ନ କହିବାକୁ ଯୁବପିଢିଙ୍କୁ ରମାଦେବୀ କୁଳପତିଙ୍କ ପରାମର୍ଶ

ଭୁବନେଶ୍ବର: ଝରାଫୁଲ ମୃତ୍ୟୁ ଘଟଣାରେ ରମାଦେବୀ କଲେଜ ସମ୍ମୁଖରେ ଛାତ୍ରୀମାନେ ଯୁବତୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ନୀରବ ପ୍ରାର୍ଥନା କରିଛନ୍ତି । ଏଥିରେ କୁଳପତି ଅଂଶଗ୍ରହଣ କରିବା ସହିତ ଘଟଣାରେ ପରିବାର ପାଖରେ କୌଣସି ମିଛର ଆଶ୍ରୟ ନ ନେବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନିର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ରମାଦେବୀ କଲେଜ ଛାତ୍ରୀମାନେ ଦାବି କରିଛନ୍ତି । ଏହି ହତ୍ୟା ଘଟଣାରେ କଲେଜ ସମ୍ମୁଖରେ ଝରାଫୁଲଙ୍କୁ ଛାତ୍ରୀ ଓ କୁଳପତି ସମେତ ଅନେକ ଅଧ୍ୟାପିକାମାନେ ଶ୍ରଦ୍ଧାଞ୍ଜଳି ଦେବା ସହ ନୀରବ ପ୍ରାର୍ଥନା କରିଛନ୍ତି ।

ଏହି ଘଟଣାରେ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି କହିଛନ୍ତି ଯେ ଯିଏ ଦୋଷ କରିଛି ତାକୁ ଉଚିତ ଦଣ୍ଡ ମିଳିବା ଦରକାର । ଏ ସମ୍ପର୍କରେ ଅନ୍ୟ ଯୁବତୀମାନଙ୍କୁ ସଚେତନ କରାଇବା ପାଇଁ କୁଳପତି କହିଛନ୍ତି ଯେ ପରିବାରକୁ ମିଛ କହି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଯାହାଦ୍ବାରା ପରବର୍ତ୍ତୀ ସମୟରେ ଏଭଳି ଦୁଃଖଦ ଘଟଣା ନ ଘଟୁ । ପରିବାରର ଲୋକମାନେ ନିଜ ସନ୍ତାନମାନଙ୍କୁ ସଚେତନ କରାଇବା ଆବଶ୍ୟକ। ଯେଉଁ କାର୍ଯ୍ୟ ପାଇଁ ଆସୁଛନ୍ତି ସେହି କାମ ସମ୍ପର୍କରେ ପରିବାରକୁ ଜଣାଇବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସୂଚନା ଥାଉ କି, ମୟୂରଭଞ୍ଜର ଯୁବତୀ ଝରାଫୁଲ ରମାଦେବୀରେ ପାଠ ପଢୁଥିବା ବେଳେ ଘରକୁ ଫେରୁଥିଲେ । ୨୬ ତାରିଖ ଦିନ ପ୍ରାୟ ୧୧ଟାରେ ଝିଅ ଭୁବନେଶ୍ବରରୁ ବସରେ ବସିଥିଲା । ତେବେ ବସରେ ବସିବାର କିଛି ସମୟ ପରେ ପେଟ ଖରାପ କଥା କହି ବସରୁ ଓହ୍ଲାଇ ଯାଇଥିଲେ । ତେବେ ପରିବାର ଯୁବତୀଙ୍କ ସମ୍ପର୍କରେ କୌଣସି ଖବର ପାଇନଥିବା ବେଳେ ବୁଧବାର ଯାଜପୁର ଜିଲ୍ଲା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥ କଡରୁ ତାଙ୍କ ମୃତଦେହ ମିଳିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.