ETV Bharat / city

୫-ଟି ଆଧାରରେ JFM ଅଧିକ ଜନ କେନ୍ଦ୍ରିକ ଓ ରୂପାନ୍ତରିତ ହୋଇପାରିଛି: ମୁଖ୍ୟ ଶାସନ ସଚିବ - JFM has become a people-centric and transformed model

ଓଡିଶାର ଯୁଗ୍ମ ଜଙ୍ଗଲ ପରିଚାଳନା (ଜେଏଫଏମ) ମୋଡେଲ ନେଇ ଏକ ଦିନିକିଆ ବୈଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ସାଂସଦ ସୁରେଶ ପୂଜାରୀ

author img

By

Published : Mar 17, 2022, 6:58 AM IST

ଭୁବନେଶ୍ବର: ଓଡିଶାର ଯୁଗ୍ମ ଜଙ୍ଗଲ ପରିଚାଳନା (ଜେଏଫଏମ) ମଡେଲ ନେଇ ଏକ ଦିନିକିଆ ବୈଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଓଡିଶାର ଜେଏଫଏମ କୌଶଳ ଏକ ସଫଳ ମଡ଼େଲ ଭାବେ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।

୫-ଟି ଆଧାରରେ JFM ଅଧିକ ଜନ କେନ୍ଦ୍ରିକ ଓ ରୂପାନ୍ତରିତ ହୋଇପାରିଛି: ମୁଖ୍ୟ ଶାସନ ସଚିବ

ବିକେନ୍ଦ୍ରୀକୃତ ଜଙ୍ଗଲ ପରିଚାଳନା, କ୍ଷେତ୍ରସ୍ତରୀୟ ସମନ୍ଵୟ ଏବଂ ଲୋକମାନଙ୍କର ସକ୍ରିୟ ସହଯୋଗ ଯୋଗୁ ବିଗତ ବର୍ଷ ମାନଙ୍କରେ ଲଗାତାରଭାବେ ଜଙ୍ଗଲର ପରିସର, ଘନତା ଏବଂ ବନ୍ୟ - ଜନ୍ତୁରେ ବୃଦ୍ଧି ଘଟିଛି । ସରକାରଙ୍କ ପ୍ରଗତିଶୀଳ ଯୋଜନା ଏବଂ ସଚେତନତା କାର୍ଯ୍ୟକ୍ରମ ଲୋକମାନଙ୍କ ମନରେ ଜଙ୍ଗଲ ପ୍ରତି ଅଧିକ ଆବେଗ ଓ ଆକର୍ଷଣ ସୃଷ୍ଟି କରିଛି । ଏପରିକି ଅଭୟାରଣ୍ୟର ଆଭ୍ୟନ୍ତର ଅଂଚଳରେ ବାସ କରୁଥିବା ପରିବାରମାନେ ସ୍ବେଚ୍ଛାକୃତଭାବେ ସରକାରଙ୍କ ଯୋଜନା ଗ୍ରହଣ କରି ଅଭୟାରଣ୍ୟ ବାହାରେ ଘର କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

v

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଙ୍ଗଲ ସଂପଦର ସୁରକ୍ଷା ଏବଂ ବନୀକରଣକୁ ନୂଆ ଜୀବିକା ନିର୍ବାହ ଉତ୍ସଭାବେ ବିକଶିତ କରାଗଲେ ସ୍ଥାନୀୟ ଲୋକମାନଙ୍କର ଜଙ୍ଗଲପ୍ରତି ଥିବା ଆବେଗାତ୍ମକ ବନ୍ଧନ ବହୁଗୁଣିତ ହେବ । ସେମାନେ ନିଜେ ନିଜେ ଜଙ୍ଗଲ ସୁରକ୍ଷାର ସ୍ଵେଚ୍ଛାସେବୀ ସୈନିକଭାବେ କାର୍ଯ୍ୟ କରିବେ । ସ୍ଥାନୀୟ ବାସିନ୍ଦାଙ୍କର ଜୀବିକାକୁ ଭିତ୍ତିକରି ୫ - ଟି ଆଧାରରେ ଜେଏଫଏମର ଅଧିକ ଜନ କେନ୍ଦ୍ରିକ ଏବଂ ରୂପାନ୍ତରିତ ମୋଡେଲ ପ୍ରସ୍ତୁତ କରିବାକୁ ପଡିବ ।

ବନୀକରଣ କାର୍ଯ୍ୟରେ ବନ ସଂରକ୍ଷଣ ସମିତିର ନିୟୋଜନ, ଜଙ୍ଗଲ ଉତ୍ପାଦ ଦ୍ରବ୍ୟରେ ସ୍ଥାନୀୟ ବାସିନ୍ଦାଙ୍କର ଅଧିକାର ନିଶ୍ଚୟ, ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ସେସବୁର ଲାଭଜନକ ବିପଣୀ ସଂଯୋଗ, ପ୍ରକୃତି - ପର୍ଯ୍ୟଟନ, ପରିଚାଳିତ ଜଙ୍ଗଲ ଭ୍ରମଣ, ଜଳାଶୟରେ ନୌ - ବିହାର ଆଦି ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ନିର୍ବାହ ଉପାୟମାନ ନୂତନ ଜେଏଫଏମ କୌଶଳରେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବନ ସଂରକ୍ଷଣ ସମିତି ଓ ଗ୍ରାମ ସମୁଦାୟ ସହ ନିୟମିତ ସିଧାସଳଖ ଆଲୋଚନା କର । ସେମାନଙ୍କର ସାଧାରଣ ସମସ୍ୟା ବିଷୟରେ ଜାଣ । ଏହା ସହ ସଂପୃକ୍ତ ବିଭାଗ ସହ ସମନ୍ଵୟ ମାଧ୍ୟମରେ ତାହାର ଆଶୁ ସମାଧାନ କର । ଏ ନେଇ ମୁଖ୍ୟ ଶାସନ ସଚିବ କ୍ଷେତ୍ରସ୍ତରୀୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ହେଲେ ଲୋକମାନଙ୍କର ଜଙ୍ଗଲ ପରିଚାଳନା ବ୍ୟବସ୍ଥା ଉପରେ ଭରଷା ବଢ଼ିବ ବୋଲି ସେ କହିଛନ୍ତି ।

ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କହିଛନ୍ତି ଯେ, ଜେଏଫଏମରୁ ପ୍ରାପ୍ତ ଉତ୍ସାହଜନକ ଫଳାଫଳ ଭିର୍ତିରେ ଜେଏଫଏମ ପ୍ଲସ ପ୍ଲସ " ପରିଚାଳନା ପଦ୍ଧତି ସ୍ଥିର କରାଯିବ । ଏଥିରେ ସ୍ଥାନୀୟ ବାସିନ୍ଦାଙ୍କର ସଶକ୍ତିକରଣ ଓ ସହଭାଗିତା ଏବଂ ଜିବୀକା ନିର୍ବାହ ଆଦି ବିଷୟକୁ ଅଗ୍ରାଧ୍ୟାକାର ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ସ୍ବାଧୀନ ତୃତୀୟ ପକ୍ଷଙ୍କ ଦ୍ବାରା ଜେଏଫଏମ - ଓଡ଼ିଶା ଅଧ୍ୟୟନ କରାଯାଇଛି । ଏହାର ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗ ମୁଖ୍ୟ ଅଧିକାରୀ ଶିଶିର କୁମାର ରଥ ।

ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୩୦ ଟି ଜିଲ୍ଲାରେ ୧୪ ହଜାର ୨୨୨ ଟି ବନ ସଂରକ୍ଷଣ ସମିତି ଏବଂ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇଛି । ଏହି ସମିତିମାନେ ପ୍ରାୟ ୧୨ ହଜାର ୧୯୨ ବର୍ଗ କି.ମି. ଜଙ୍ଗଲର ରକ୍ଷଣାବେକ୍ଷଣରେ ସାମିଲ ଅଛନ୍ତି । ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଯୋଗୁ ଜଙ୍ଗଲ ଉପରେ ବିଭିନ୍ନ କାରଣ ବଶତଃ ପଡୁଥିବା ଚାପରେ ୭୦ % ହ୍ରାସ ଘଟିଛି । ବନାରୀ, କାଠଚୋରି, ଜଙ୍ଗଲରେ ଗାଈଗୋରୁ ଚରାଇବା ଆଦି ଧ୍ବସଂକାରୀ ପ୍ରଭାବ ୫୦ % ହ୍ରାସ ପାଇଛି ।

ଏହା ଫଳରେ ପ୍ରାକୃତିକ ଉପାୟରେ ଗଜାରୁ ଗଛ ହେବା, ବୃକ୍ଷ ଅବାଧରେ ବଢ଼ିବା, ଅଧିକ ଜଙ୍ଗଲ - ଜାତ ଦ୍ରବ୍ୟ ସଂଗ୍ରହ ହେବା, ବନୀକରଣ ଓ ବନ ସୁରକ୍ଷା ଓ ପ୍ରକୃତି ପର୍ଯ୍ୟଟନ ଆଦି କାର୍ଯ୍ୟ ମାଧ୍ୟମରେ ଲୋକମାନଙ୍କୁ ଅଧିକ ରୋଜଗାର ମିଳିବା ଆଦି ସମ୍ଭବ ହୋଇଛି । ଆଲୋଚନା ଚକ୍ରରୁ ପ୍ରାପ୍ତ ପରାମର୍ଶ ଓ ପୂର୍ବ ଅଭିଜ୍ଞତା ଆଦି ଭିଭିରେ ଜେଏଫଏମ ପ୍ଲସ ପ୍ଲସ ପଦ୍ଧତି ଶିଘ୍ର ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଅଣୁ - କାର୍ଯ୍ୟଯୋଜନା ଗୁଡିକ ପ୍ରସ୍ତୁତ କରି ଆଗାମୀ ବର୍ଷ ସୁଦ୍ଧା ଏହି ନୂଆ ସହଭାଗିତା ଭିତ୍ତିକ ଜଙ୍ଗଲ ପରିଚାଳନା ପଦ୍ଧତିକୁ ସାରା ରାଜ୍ୟରେ ପ୍ରଣୟନ କରିବା ପାଇଁ ସ୍ଥିର ହୋଇଛି ।

ଆଲୋଚନା ଚକ୍ରଟି ତିନିଟି ବୈଠକରେ ଅନୁଷ୍ଠିତ ହୋଇଛି । ଉଦ୍‌ଘାଟନୀ ବୈଠକ ପରେ ପରେ ନିର୍ଦ୍ଦିଷ୍ଟ ବିଷୟ ଭିତ୍ତିକ ଦୁଇଟି ବୈଠକ ବସିଛି । ଏଥିରେ ସହଭାଗିତା ଭିତ୍ତିକ ଜଙ୍ଗଲ ପରିଚାଳନା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ଅଧିକରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ଆଦି ବିଷୟରେ ମୁଖ୍ୟତଃ ଆଲୋଚନା ହୋଇଛି । ବନ ପରିଚାଳନା ବିଶେଷଜ୍ଞ ସୁରେଶ ଚନ୍ଦ୍ର ମହାନ୍ତି, ଆଶୁତୋଷ ସାମନ୍ତ ସିଂହାର, ସିଦ୍ଧାନ୍ତ ଦାସ, ସୁଶିଲ କୁମାର ପୋପିଲ, ମୀତା ବିଶ୍ବାଳ, ସଞ୍ଜୀବ କୁମାର ଚଢ଼ା, ସନ୍ଦୀପ ତ୍ରିପାଠୀ, ପ୍ରଦୀପ ରାଜ କରାଟ, ରାଜୀବ କୁମାର, ମନୋଜ ମହାପାତ୍ର, ପ୍ରକାଶ ଚାନ୍ଦ ଏବଂ ଏସ ଆନନ୍ଦ ପ୍ରମୁଖ ସହଭାଗିତା ଭିତ୍ତିକ ପରିଚାଳନାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.