ETV Bharat / city

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ସୌରଭ ସୌମ୍ୟକାନ୍ତ ନନ୍ଦ ଓଡିଶା ଟପ୍ପର

author img

By

Published : Sep 12, 2020, 10:00 AM IST

ପରୀକ୍ଷା ସରିବାର ମାତ୍ର 5 ଦିନ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ । ଅଧିକ ପଢନ୍ତୁ...

ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ
ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: ପ୍ରକାଶ ପାଇଛି ଜେଇଇ ମେନ୍‌ ପରୀକ୍ଷା ଫଳ । ପରୀକ୍ଷା ସରିବାର ମାତ୍ର 5 ଦିନ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ପରୀକ୍ଷାରେ ଦେଶର 24 ଜଣ ଛାତ୍ରଛାତ୍ରୀ 100 ପ୍ରତିଶତ ମାର୍କ ରଖିଛନ୍ତି । ଯେଉଁଥିରେ ତେଲେଙ୍ଗାନାରୁ 8 ଜଣ ଥିବାବେଳେ ଦିଲ୍ଲୀରୁ 5, ରାଜସ୍ଥାନରୁ 4, ଆନ୍ଧ୍ରପ୍ରଦେଶରୁ 3, ହରିୟାଣାରୁ 2, ଗୁଜୁରାଟରୁ ଜଣେ ଓ ମହାରାଷ୍ଟ୍ରରୁ ଜଣେ ରହିଛନ୍ତି । ତେବେ ପରୀକ୍ଷାରେ ଓଡିଶାର ସୌରଭ ସୌମ୍ୟକାନ୍ତ ନନ୍ଦ 99.99 ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି ।

ସେହିପରି ରାଜ୍ୟରୁ ଏହି ପରୀକ୍ଷାରେ 27 ହଜାର ଛାତ୍ରଛାତ୍ରୀ ରାଙ୍କ ହାସଲ କରିଥିବା ଜଣାପଡିଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ jeemain.nta.nic.inରେ ଦେଖିପାରିବେ । ସୂଚନା ଥାଉକି, ଅନେକ ବାଦ ବିବାଦ ପରେ ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର 1ରୁ 6 ତାରିଖ ଯାଏ ହୋଇଥିଲା । 232ଟି ସହରର 660 କେନ୍ଦ୍ରରେ ପରୀକ୍ଷା ଦେଇଥିଲେ 4.51 ଲକ୍ଷ ଛାତ୍ରଛାତ୍ରୀ । ଯେଉଁଥିରେ 2.45 ଲକ୍ଷ କୃତୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.