ETV Bharat / city

ଆଜିଠୁ ଚତୁର୍ଥ ପର୍ଯ୍ୟାୟ JEE ମେନ ପରୀକ୍ଷା - ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା

ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ-4) ପରୀକ୍ଷା ଆରମ୍ଭ ହେବ। ଅଧିକ ପଢନ୍ତୁ...

ଆଜିଠୁ ଚତୁର୍ଥ ପର୍ଯ୍ୟାୟ JEE ମେନ ପରୀକ୍ଷା
ଆଜିଠୁ ଚତୁର୍ଥ ପର୍ଯ୍ୟାୟ JEE ମେନ ପରୀକ୍ଷା
author img

By

Published : Aug 26, 2021, 8:00 AM IST

Updated : Aug 26, 2021, 10:00 AM IST

ଭୁବନେଶ୍ବର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ-4 । କୋରୋନା କଟକଣା ମଧ୍ୟରେ ପରୀକ୍ଷା ଦେବେ ଆବେଦନ କରିଥିବା ଛାତ୍ରଛାତ୍ରୀ । ୨ଟି ସିଫ୍ଟରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ସିଫ୍ଟ ସକାଳ 9ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ଵିତୀୟ ସିଫ୍ଟ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ 26, 27, 31 ଏବଂ ସେପ୍ଟେମ୍ବର 1 ଓ 2 ତାରିଖରେ ପରୀକ୍ଷା ହେବ।

ଆଜିଠୁ ଚତୁର୍ଥ ପର୍ଯ୍ୟାୟ JEE ମେନ ପରୀକ୍ଷା

ସୂଚନା ଅନୁଯାୟୀ, ଦେଶରେ ମୋଟ 7 ଲକ୍ଷ 67 ହଜାର 509 ଜଣ ପରୀକ୍ଷାର୍ଥୀ ଜେଇଇ ମେନ ପାଇଁ ପଞ୍ଜିକରଣ କରିଥିବା ବେଳେ ଓଡ଼ିଶାରୁ 26 ହଜାର 733 ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି । ତେବେ ପରୀକ୍ଷା ପାଇଁ ଓଡ଼ିଶାର 20ଟି ସହରରେ 41 କେନ୍ଦ୍ର କରାଯାଇଛି । ବଲାଙ୍ଗୀର, ବରଗଡ, ରାୟଗଡା, ଭୁବନେଶ୍ଵର, କଟକ, ସମ୍ବଲପୁର, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, ରାଉରକେଲା, ଅନୁଗଗୋଳ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜୟପୁର ଓ ଭବାନୀପାଟଣା ସହରରେ ପଞ୍ଜିକରଣ କରିଥିବା ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 26, 2021, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.