ଭୁବନେଶ୍ବର: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବ ନାହିଁ ଯାତ୍ରା ପରିବେଷଣ । ଏନେଇ ସ୍ପଷ୍ଟ କଲା ଯାତ୍ରା ମାଲିକ ସଂଘ । କଳାକାରଙ୍କ ବିରୋଧରେ ଏକଜୁଟ ହେଲେ 17 ଯାତ୍ରା ପାର୍ଟିର ମାଲିକ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ ଘୋଷଣା କଲା ଯାତ୍ରା ପାର୍ଟି ମାଲିକ ମହାସଂଘ ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ଘୋଷଣା କରାଯାଇଛି । ସଂଘ ପକ୍ଷରୁ ଆହୁରି କୁହାଯାଇଛି କି ସେମାନଙ୍କ ପ୍ରାପ୍ୟ ଦିଆଯାଇଛି । ଏପରିକି ସେମାନଙ୍କୁ ଅଗ୍ରୀମ ରାଶି ମଧ୍ୟ ଦିଆଯାଇଛି । ତେଣୁ ଆମେ ଦେଇଥିବା ଅଗ୍ରୀମ ଟଙ୍କା ଫେରନ୍ତୁ କଳାକାର ।ସେମାନେ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଲା ସଂଘ । ଯେଉଁମାନେ ବେଶୀ ଦରମା ପାଉଛନ୍ତି ସେମାନେ ଅଭିଯୋଗ କରିଛନ୍ତି ।
ଆମେ ଲସ୍ ସହିଲେ ବି ଯାତ୍ରା ଆରମ୍ଭ କରିବୁ ନାହିଁ । ସମସ୍ତଙ୍କ ଉପରେ ଅଗ୍ରୀମ ବକେୟା ଅଛି ସରକାର କାହିଁକି ତାଙ୍କୁ ଅର୍ଥ ଦେବେ ? ଆମେ ସରକାର ସଙ୍ଗେ ଅଛୁ, ସରକାର ବିରୁଦ୍ଧରେ ଯିବି ନାହିଁ । ରାଜ୍ୟରେ କୋରନା ସ୍ଥିତି ନସୁଧୁରିବା ଯାଏଁ ଯାତ୍ରା କରିବା ଅସମ୍ଭବ । କିଛି କଳାକାରଙ୍କ ଲାଗି ସାଢ଼େ 4 କୋଟି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନୁ । ସରକାର ଯେପର୍ଯ୍ୟନ୍ତ ଯାତ୍ରା ପାର୍ଟି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ସେପର୍ଯ୍ୟନ୍ତ ପେଣ୍ଡାଲ ବନ୍ଦ । ଆମେ ଇନକମ୍ ଟ୍ୟାକ୍ସ ବିଭାଗକୁ କଳାକାର ମାନଙ୍କ ବିଷୟରେ ଅବଗତ କରିବୁ । ନିଜ ସ୍ୱାର୍ଥ ହାସଲ ଲାଗି ମିଥ୍ୟା ଅଭିଯୋଗ କରୁଛନ୍ତି କିଛି ମୁଷ୍ଟିମେୟ କଳାକାର । ମିଡ଼ିଆରେ ଅଧିକ ହାଇଲାଇଟ ହେବାକୁ ଏପରି କରିଛନ୍ତି କଳାକାର । ମାଲିକ ମାନଙ୍କୁ ବ୍ଲାକମେଲିଂ କରୁଛନ୍ତି କଳାକାର ଏହା ଏକ ନାଟକ ।
ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ