ETV Bharat / city

ଓଡିଶାରୁ କିଲର କୋରୋନା ନିପାତ ପାଇଁ ଯଜ୍ଞ କଲେ ରାଣୀ ପଣ୍ଡା - bbsr news

କୋରୋନା କାଳରେ ସାରା ବିଶ୍ବ ଛଟପଟ ହେଉଛି। ଅଣନିଶ୍ବାସୀ ହୋଇଗଲେଣି ଜନସାଧାରଣ। ମହାମାରୀ କେବେ ଥମିବ ତାର ଖବର ନଥିବା ବେଳେ ଔଷଧ ଅପେକ୍ଷାରେ ସମସ୍ତେ। ତେବେ ଏସବୁ ଭିତରେ ଅଲୌକିକ ଶକ୍ତି ବା ବିଶ୍ବ ନିୟନ୍ତା ହିଁ ଶେଷ ଭରଷା। ଏହି ଅବସରରେ ବିଶ୍ୱର ମଙ୍ଗଳ ମନାସି ଯଜ୍ଞର ଆୟୋଜନ କରିଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀପଣ୍ଡା।

ଓଡିଶାରୁ କିଲର କୋରୋନା ନିପାତ ପାଇଁ ଯଜ୍ଞ କଲେ ରାଣୀ ପଣ୍ଡା

author img

By

Published : Jun 30, 2020, 2:57 PM IST

Updated : Jun 30, 2020, 4:36 PM IST

ଭୁବନେଶ୍ବର: କୋରୋନା ଭୂତାଣୁ କବଳରେ ସାରା ବିଶ୍ୱ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଦୀପ ଏହା ମଧ୍ୟରେ ଲିଭି ଯାଇଥିବାବେଳେ ଲକ୍ଷାଧିକ ସଂଖ୍ୟାରେ ଦୈନିକ ଏହାର କବଳରେ ଶିକାର ହେଉଛନ୍ତି।

କିଲର କୋରୋନାକୁ ନିପାତ ପାଇଁ ଯଜ୍ଞ କଲେ ରାଣୀ ପଣ୍ଡା

ଏହି ଅବସରରେ ବିଶ୍ୱର ମଙ୍ଗଳ ମନାସି ଯଜ୍ଞର ଆୟୋଜନ କରିଛନ୍ତି ଚର୍ଚ୍ଚିତ ନାଟ୍ୟ ଅଭିନେତ୍ରୀ ରାଣୀପଣ୍ଡା। ସ୍ଥାନୀୟ ସାମନ୍ତରାୟପୁରସ୍ଥିତ ନିଜ ବାସ ଭବନରେ ମଙ୍ଗଳବାର ସକାଳୁ ସେ ଏହି ଯଜ୍ଞ କରିବା ସହିତ ଅଖଣ୍ଡ ଦୀପ ମଧ୍ୟ ଦାନ କରିଛନ୍ତି।

ଏହି ଅବସରରେ ସେ ରାଜ୍ୟରେ ସୁରୁଖୁରୁରେ ଓ କୋରୋନା କଟକଣା ସହିତ ପବିତ୍ର ରଥଯାତ୍ରା କରିଥିବାରୁ ଓଡିଶାବାସୀଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ଓଡିଶା ବାସୀଙ୍କ ଶୁଭକାମନା କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Jun 30, 2020, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.