ETV Bharat / city

ବାତ୍ୟା ପୁନରୁଦ୍ଧାର ଲାଗି ହଜାରେ କୋଟି ଦାବି କଲା କଂଗ୍ରେସ

ବାତ୍ୟା ୟସ ପୁନରୁଦ୍ଧାର ଲାଗି ହଜାରେ କୋଟି ଦାବି କଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଏଥିସହ କୋରୋନା ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟକୁ ପ୍ରଂଶସା ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ..

author img

By

Published : May 27, 2021, 8:49 PM IST

ବାତ୍ୟା ପୁନରୁଦ୍ଧାର ଲାଗି ହଜାରେ କୋଟି ଦାବି କଲା କଂଗ୍ରେସ
ବାତ୍ୟା ପୁନରୁଦ୍ଧାର ଲାଗି ହଜାରେ କୋଟି ଦାବି କଲା କଂଗ୍ରେସ

ଭୁବନେଶ୍ବର: ବାତ୍ୟା ୟସ ପୁନରୁଦ୍ଧାର ଲାଗି ହଜାରେ କୋଟି ଦାବି କଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଓଡିଶାବାସୀଙ୍କ ଭାଗ୍ୟ ଭଲ କି ବାତ୍ୟାର ପ୍ରଭାବ ଏତେଟା ରହି ନାହିଁ । ତଥାପି କିଛି ଗଛ ଓ ଘର ଭାଙ୍ଗିଛି । ଗାଁରେ ପାଣି ପଶି ଯାଇଛି । ବିଲ ନଷ୍ଟ ହୋଇଛି । ନଦୀ ବନ୍ଧ ଭାଙ୍ଗିଛି । ସେଗୁଡିକୁ ତୁରନ୍ତ ମରାମତି କରନ୍ତୁ ରାଜ୍ୟ ସରକାର ବୋଲି ଦାବି କରିଛନ୍ତି ସୁର ମହାପାତ୍ର ।

ସେହିଭଳି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ତାଙ୍କ ପରିବାରକୁ କ୍ଷତିପୂରଣ ଦିଅନ୍ତୁ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରହିଛି ଯେ, ଆକାଶ ମାର୍ଗରୁ ଦେଖନ୍ତୁ କି ପାତାଳରୁ ତୁରନ୍ତ କିଭଳି ସହାୟତା ମିଳିପାରିବ ତାହାର ବ୍ୟବସ୍ଥା କରନ୍ତୁ ।

ଯାହା ଆଶଙ୍କା ଥିଲା, ଭୟଙ୍କର ପ୍ରଭାବ ପଡ଼ିବ । ଭଗବାନ ତାକୁ ଟଳେଇ ଦେଇଛନ୍ତି । କେନ୍ଦ୍ର ସରକାର 662 କୋଟି ଟଙ୍କାର ଆଗୁଆ ସହାୟତା ଯୋଗାଇ ଦେଇଛନ୍ତି । ସେ ଟଙ୍କାକୁ ରାଜ୍ୟ ସରକାର ତୁରନ୍ତ ବିନିଯୋଗ କରନ୍ତୁ । ତା ପୂର୍ବରୁ 333 କୋଟି ଦେଇଥିଲେ କେନ୍ଦ୍ର ସରକାର । ସେ ପଇସା ପାଇଲା ପରେ ରାଜ୍ୟ ସରକାର କୋରୋନାର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କଲେ । ତେବେ ପ୍ରଧାନମନ୍ତ୍ରୀ ନିହାତି ପାଖାପାଖୀ 1000 କୋଟି ଟଙ୍କା ସହାୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ସୁର ।

ଏଥର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗସୂତ୍ର ଲଗାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିଥିଲେ । ସବୁ ହେଲେ ମଧ୍ୟ ରାଜ୍ୟ ସରକାର ଯେଉଁ ସାଢେ 7 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କଥା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ । ଗୋଟିଏ ଦିନରେ ଏତେ ଲୋକଙ୍କୁ ଆକାଶରେ ନେଇ ଆସିଲେ କି ସରକାର । ଲୋକଙ୍କୁ ଖାଇବା ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.