ETV Bharat / city

ଜଟଣୀ ଦୟା ନଦୀରେ ସ୍ଥାୟୀ ପୋଲ କେବେ? ଜବାବ ଦିଅ ସରକାର

ରାଜଧାନୀ ପାଦ ତଳେ ବିକାଶ ବାଟବଣା । ଦୀର୍ଘଦିନ ପରେ ବି ନାହିଁ ପୋଲ । ଲୋକେ ହନ୍ତସନ୍ତ ।

author img

By

Published : Sep 4, 2019, 11:52 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ରାଜ୍ୟର ଗ୍ରାମଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଛନ୍ତି । ଏହାସହ ଗାଁର ବିକାଶ ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ସରକାର ନିତିଦିନ ଡିଣ୍ଡିମ ପିଟୁଛନ୍ତି। ହେଲେ ସରକାର ଗାଁ ବିକାଶ ପାଇଁ କେତେ ସମ୍ବେଦନଶୀଳ ତାହା ଏହି ଗୋଟିଏ ଦୃଶ୍ୟରୁ ସ୍ପଷ୍ଟ ଅନୁମେୟ।

ରାଜଧାନୀ ଭୁବନେଶ୍ବରରୁ କିଛିଦୂରରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ଦେଇ ଯାଇଥିବା ଦୟାନଦୀରେ ଆଜି ପର୍ଯ୍ୟନ୍ତ ପୋଲଟିଏ ହୋଇ ପାରିନାହିଁ । ଫଳରେ ପଞ୍ଚାୟତର ପଣ୍ଡିଆବିଲି, ବୁଢ଼ାଙ୍ଗରା ସମେତ ଅନେକ ଗ୍ରାମ ଏବେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଦୈନନ୍ଦିନ ଯାତାୟତ କରୁଛନ୍ତି । ଦୟାନଦୀର ଗୋଟିଏ ପଟେ ଜଟଣୀ ବ୍ଲକର ପଣ୍ଡିଆବିଲି ପଞ୍ଚାୟତର ଅନେକ ଗ୍ରାମ ଥିବା ବେଳେ ଅନ୍ୟପଟେ ପୁରୀ ଜିଲ୍ଲା ସୀମାନ୍ତ ପିପିଲି ଓ ଡେଲାଙ୍ଗ ବ୍ଲକର ଜୋରକଣି ଏବଂ ଚାରିପଡା ଅଞ୍ଚଳ । ବର୍ଷକର ଆଠମାସ ଏହି ସମସ୍ତ ଅଞ୍ଚଳର ଲୋକେ ଏକ ଦେଶୀ ଡଙ୍ଗାରେ ଯିବା ଆସିବା କରୁଛନ୍ତି । ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀ ମଧ୍ୟ ବିପଦରେ ଜୀବନକୁ ବାଜି ଲଗାଇ ସ୍କୁଲ କଲେଜ ଯିବା ଆସିବା କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ରାଜଧାନୀରୁ ଅଳ୍ପ କେଇ ବାଟରେ ଅବସ୍ଥିତ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ପୋଲଟିଏ ନହେବା ପ୍ରଶାସନର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଫଳ ଯଥା ପୂର୍ବଂ ତଥା ପରଂ । ଅବଶ୍ୟ ଗତ ନିର୍ବାଚନ ପୂର୍ବରୁ ରାଜନେତା ଓ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏକ ଭଷା ପୋଲ ଓ ପରେ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୃତି ଦେଇଥିଲେ।

କିନ୍ତୁ ନିର୍ବାଚନ ସରିଗଲା ପ୍ରତିଶ୍ରୃତି ମଧ୍ୟ ଲିଭିଗଲା । ଲୋକେ ଯେମିତି ଯାଉଥିଲେ ସେମିତି ମଧ୍ୟ ଯାଉଛନ୍ତି । ତେବେ ରାଜଧାନୀରେ ଥିବା ବାବୁଙ୍କ ନଜର କେବେ ଏହି ଲୋକଙ୍କ ଉପରେ ପଡିବ ଏବେ ତାକୁ ଅପେକ୍ଷା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରାଜଧାନୀର ନାକ ତଳେ ଦୁର୍ଗମ ଅଂଚଳର ଦୃଶ୍ୟ

ଖୋର୍ଦ୍ଧା : କୌଣସି ଆଦିବାସି ବହୁଳ କି ବିଛିନ୍ନ ଅଂଚଳ ନୁଁହ ବରଂ ଖୋଦ ରାଜ୍ୟ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ ଏବଂ ପୁରୀ ଜିଲ୍ଲାର କଣାସ ବ୍ଲକ ମଧ୍ୟଦେଇ ପ୍ରବାହିତ ହେଉଥିବା ଦୟା ନଦୀ ଉପରେ ଏପର୍ଯ୍ୟନ୍ତ ସ୍ଥାୟୀ ସେତୁଟିଏ ନିର୍ମାଣ ହୋଇନଥିବାରୁ ଦୁର୍ଦଶା ଭୋଗୁଛନ୍ତି ଉଭୟ ବ୍ଲକର ଦଶଟି ଗ୍ରାମର ସହ ସହ ଲୋକ ।

Body:ରାଜ୍ୟରେ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଯୋଜନା ଅପହଞ୍ଚ । ଆମେ ଏଠାରେ କେଉଁ ଉପାନ୍ତ ଅଂଚଳ କଥା କହୁନାଁହୁ ଖୋଦ ରାଜଧାନୀ ନାକ ତଳେ ଥିବା ଅଂଚଳ ଯାହା ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ବେଣାପଞ୍ଜରୀ ପଂଚାୟତର ପଣ୍ଡିଆବିଲି,ବୁଢ଼ାଙ୍ଗରା ଏବଂ ପୁରୀ ଜିଲ୍ଲା ସୀମାନ୍ତ ପିପିଲି ଓ ଡେଲାଙ୍ଗ ବ୍ଲକର ଜୋରକଣି ଏବଂ ଚାରିପଡା ଅଂଚଳ । ଏହି ଅଂଚଳର ହଜାର ହଜାର ଲୋକ ଉକ୍ତ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ଦୟା ନଦୀ ଉପରେ ପୋଲଟିଏ ନଥିବାରୁ ଡ଼ଙ୍ଗା ଉପରେ ନିର୍ଭର କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷକରୁ ଆଠ ମାସ ଡଙ୍ଗା ଉପରେ ନିର୍ଭର କରି ଯାତାୟତ କରୁଥିବା ବେଳେ
ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଓ ରୋଗୀମାନେ ସମସ୍ୟା ଭୋଗୁଛନ୍ତି ।

ବାଇଟ1-ତ୍ରିନାଥ ବାଲିଆରସିଂ, ସ୍ଥାନୀୟ ଲୋକ
2-ଜଗନ୍ନାଥ ବାଲିଆରସିଂ, ଛାତ୍ର
3-ଭୀମସେନ ବାଲିଆରସିଂ, ସ୍ଥାନୀୟ

ସରକାରଙ୍କ ସହଯୋଗକୁ ଆପେକ୍ଷା ନକରି ନିଜସ୍ୱ ଖର୍ଚରେ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ଡଙ୍ଗା ଏବେ ଏମାନଙ୍କର ଶାହା ଭରସା । ବାରମ୍ବାର ପ୍ରଶାସନ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ କେହି କର୍ଣଗୋଚର କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ସେହିପରି ନିର୍ବାଚନ ପୂର୍ବରୁ ପ୍ରଶାସନ ଭସାପୋଲର ଆଶା ଦେଖାଇ ଏପର୍ଯ୍ୟନ୍ତ କରିନଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ କହିଛନ୍ତି ଆମେ ଘଟଣା ସମ୍ପର୍କରେ ଅବଗତ ଅଛୁ ଏବଂ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛୁ ପୋଲର ଆବଶ୍ୟକତା ବିଷୟରେ ତଦନ୍ତ ପାଇଁ । ରିପୋର୍ଟ ଆସିଲେ ତାହା ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ।

ବାଇଟ-4-ରାମଚନ୍ଦ୍ର ରାଉତରାୟ,ସ୍ଥାନୀୟ ବାସିନ୍ଦା
5-ସିତାଂଶୁ କୁମାର ରାଉତ,ଜିଲାପାଳ ଖୋର୍ଦ୍ଧା

Conclusion:ସରକାର ମାଳମାଳ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ଏହି ଅଞ୍ଚଳର ହଜାର ହଜାର ଲୋକ ଏପର୍ଯ୍ୟନ୍ତ ପୋଲଟିଏ ପାଇଁ କରୁଥିବା ଦାବିକୁ କେବେ ଶୁଣିବେ ସରକାର ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.