ETV Bharat / city

କଏଦୀଙ୍କୁ ମିଳିବ ଏଟିଏମ; ଉପକୃତ ହେବେ ପରିବାର

author img

By

Published : Oct 12, 2019, 9:16 PM IST

ରାଜ୍ୟ ଜେଲ ବିଭାଗ କଏଦୀଙ୍କୁ ଯୋଗାଇବେ ବ୍ୟାଙ୍କ ସୁବିଧା । ଖୁବଶୀଘ୍ର କଏଦୀଙ୍କୁ ମିଳିବ ଏଟିଏମ କାର୍ଡ । କଏଦୀ ଚାହିଁଲେ ପରିବାରକୁ ଦେଇପାରିବେ ଏଟିଏମ କାର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଏଦୀଙ୍କ ପାଇଁ ଖୁସି ଖବର । କାରଣ ଜେଲ ବିଭାଗ କରିବାକୁ ଯାଉଛି ବଡ ଧରଣର ପରିବର୍ତ୍ତନ । ଜେଲରେ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମିଳିବ ଏଟିଏମ କାର୍ଡ । କଏଦୀ ନିଜ ପ୍ରାପ୍ୟକୁ ଚାହିଁଲେ ପରିବାରକୁ ଦେଇପାରିବେ ବା ନିଜେ ଖର୍ଚ୍ଚ କରିପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିପାଇଁ ପ୍ରସ୍ତୁତ ହେଉଛି ଯୋଜନା । ଜେଲ ଡିଜି ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁସାରେ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ବିଭିନ୍ନ କାମ ବାବଦରେ ପାରିଶ୍ରମିକ ମିଳିଥାଏ । ଏହି ପାରିଶ୍ରମିକ ଅର୍ଥ ସିଧାସଳଖ କଏଦୀଙ୍କୁ ଦିଆଯାଇଥାଏ । କିନ୍ତୁ ଏହି ଅର୍ଥ ଏବେ କଏଦୀଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯିବ । ଯାହାର ଏଟିଏମ କାର୍ଡ ମଧ୍ୟ ମିଳିବ । ଯଦି କଏଦୀ ଚାହିଁବେ ଏଟିଏମ କାର୍ଡକୁ ନିଜ ପରିବାର ବର୍ଗଙ୍କୁ ଦେଇପାରିବେ । ନଚେତ ନିଜ ପାଖରେ ରଖି ଜେଲରେ ଥିବା କ୍ୟାଣ୍ଟିନରୁ ପ୍ରସାଧନ ସାମଗ୍ରୀ ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ କିଣିପାରିବେ । ଏଥିପାଇଁ ଜେଲ କର୍ତ୍ତୃପକ୍ଷ ବ୍ୟାଙ୍କ ସହ କଥାବାର୍ତ୍ତା ଶେଷ କରିଛନ୍ତି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଡିଜି କହିଛନ୍ତି ।

ବର୍ତ୍ତମାନ କଏଦୀ ନିଜ ଟଙ୍କା ପାଖରେ ରଖୁଛନ୍ତି । କୌଣସି ସାମଗ୍ରୀ କିଣିବା ପାଇଁ ଚାହିଁଲେ ଜେଲରଙ୍କୁ ଟଙ୍କା ଦେଇ କୁପନ ନେଇଥାନ୍ତି । ଅଥବା ପରିବାର ଲୋକ ଆସିଲେ କିମ୍ବା ପୋଷ୍ଟ ଅଫିସ ସାହାଯ୍ୟରେ ଘରକୁ ପଠାଇଥାନ୍ତି । ଏହି ବ୍ୟବସ୍ଥା ଆରମ୍ଭ ହେଲେ ଯେଉଁ କଏଦୀଙ୍କ ପରିବାର ବର୍ଗ କଏଦୀଙ୍କ ରୋଜଗାର ଉପରେ ନିର୍ଭର ଥିବେ ସେମାନେ ଉପକୃତ ହୋଇପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

କଏଦିଙ୍କ ପାଇଁ ଖୁସି ଖବର । ଏଣିକି ଜେଲରେ ଥିଲେ କଏଦି ହଇରାଣ ହେବନି ପରିବାର।କାରଣ କଏଦିର ରୋଜଗାର ଟଙ୍କା ଭୋଗ କରିପାରିବେ କଏଦିର ପରିବାର। ଅର୍ଥାତ କଏଦି ଉପରେ ନିର୍ଭର ଥିବା ପରିବାର ବା କଏଦିର ଜେଲ ଭିତରେ ଉପାର୍ଜନ କରୁଥିବା ଟଙ୍କାକୁ ଭରଷପୋଷଣ କରିପାରିବେ। ଏନେଇ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ନୁଆ ସିଷ୍ଟମ ଯେଉଥିରେ କଏଦି ରୋଜଗାର କରୁଥିବା ଟଙ୍କା ଡିପୋଜିଟ ହେବ ଏକ ଆକାଉଣ୍ଟରେ । ଏବଂ ସେହି ଆକାଉଣ୍ଟର ଏଟିଏମ ରଖିପାରିବେ କଏଦିର ପରିବାର ।ତା ଛଡା କଏଦି ଚାହିଁଲେ ନିଜ ପାଖରେ ବି ରଖିପାରିବେ ଏକ ସ୍ମାର୍ଟ କାର୍ଡ ଯେଉଁଥିରୁ ସେ ଜେଲ ଭିତରୁ କ୍ଯାଣ୍ଟିନରୁ କିଣାକିଣି କରି ଖାଇବା ପିଇବା ସହ ଫୋନକଲ ମଧ୍ଯ କରିପାରିବେ।ଏଥିପାଇଁ ନୁଆ ବ୍ଯବସ୍ଥା ଲାଗୁ କରିବାକୁ ଯୋଜନା ଚଳାଇଛି ଜେଲ ଓ କଏଦି ବିଭାଗ।ଏଥିପାଇଁ କିଛି ବ୍ଯାଙ୍କ କତୃପକ୍ଷଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତି ନେବାକୁ ଯୋଜନା ଜାରି ରହିଛି। ତେବେ କଏଦିମାନେ ସାଧାରଣତଃ ଜେଲ ବିତରେ କିଛି କାମ କରି ପାରିଶ୍ରାମିକ ପାଇଥାନ୍ତି। ତାକୁ ଜେଲରଙ୍କ ପାଖର େଡିପୋଜିଟ କରାଯାଇ ଏକ ଚିରକୁଟ ଦିଆଯାଇଥାଏ। ଯାହାକୁ ସେ ତାହିଁଲେ ଉପାର୍ଜିତ ଧନକୁ ନିଜର ଖାଦ୍ଯ ପାନିୟ ପାଇଁ ବ୍ଯବହାର କରନ୍ତି ନଚେତ ନିଜର ପରିବାର ଲୋକ ଆସିଲେ ସେମାନଙ୍କୁ ଦିଅନ୍ତି ଅଥବା ପୋଷ୍ଟ ଯୋଗେ ଘରକୁ ପଠାନ୍ତି।କିନ୍ତୁ ସେସବୁ ଅନଲାଇନ ଅର୍ଥାତ ଆକାଉଣ୍ଟରେ ଡିପୋଜିଟ ହୋଇ ସ୍ମାର୍ଟ କାର୍ଡ ନଚେତ ଏଟିଏମ ମିଳିବ। ତେବେ ଏହାର ଏକ ନିର୍ଧାରିତ ସିମା ରହିବ ଯା ଦ୍ବାରା ଆକାଉଣ୍ଟରେ ସିମିତ ପରିମାଣର ଟ୍ରାନ୍ଜାକ୍ସନ ସହ ଡିପୋଜିଟ ରହିପାରିବ।

Conclusion:ବାଇଟ-ସତ୍ଯଜିତ ମହାନ୍ତି,ଜେଲ ଓ କଏଦ ବିଭାଗ ଡିଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.