ETV Bharat / city

ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଛି । ବିଧାନସଭାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ । ଅଧିକ ପଢ଼ନ୍ତୁ

ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ
ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ
author img

By

Published : Jun 5, 2022, 8:42 PM IST

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ନବକଳେବର ପରେ ଦଳୀୟ ଦାୟିତ୍ବ ଦେବା ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଛି । ବିଧାନସଭାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ । ନବୀନଙ୍କ ଗୁ୍ଡ୍‌ବୁକ୍‌ରେ ଥିବାରୁ ତାଙ୍କୁ ଏ ଦାୟିତ୍ୱ ଦିଆଯାଇଛି ।

ସେପଟେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଶାସକ ଦଳର ଉପ ମୁଖ୍ୟ ସଚେତକ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଥିବାବେଳେ ସରୋଜ ମେହେରଙ୍କୁ ଉପ ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଥିବା ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.