ETV Bharat / city

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, CBIରେ ଏତଲା

author img

By

Published : Feb 23, 2022, 5:54 PM IST

Updated : Feb 23, 2022, 6:57 PM IST

ରତ୍ନଭଣ୍ଡାର ଚାବିକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ଦ୍ଵନ୍ଦ୍ବ । ରହସ୍ୟ ଉନ୍ମୋଚନ ପାଇଁ CBI ରେ ଦ୍ୱାରସ୍ଥ ହେଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: CBI ରେ ଦ୍ୱାରସ୍ଥ ଜଗନ୍ନାଥ ସେନା

ଭୁବନେଶ୍ବର: ରତ୍ନଭଣ୍ଡାର ଚାବିକୁ ନେଇ ଦିନକୁ ଦିନ ଦ୍ଵନ୍ଦ୍ବ ବଢ଼ିବାରେ ଲାଗିଛି । ଚାବି କେଉଁଠି ଅଛି, କିଏ ରଖିଛି ଏବେବି ରହସ୍ୟ ଘେରରେ ରହି ଥିବାବେଳେ ସତ୍ୟ ଉନ୍ମୋଚନ ପାଇଁ CBI ରେ ଦ୍ୱାରସ୍ଥ ହୋଇଛି ଜଗନ୍ନାଥ ସେନା । ତୁରନ୍ତ ରତ୍ନ ଭଣ୍ଡାରର ଚାବି ସର୍ବ ସମ୍ମୁଖକୁ ଅଣାଯାଉ ବୋଲି ସେନା ପକ୍ଷରୁ ଦାବି କରାଯାଇଛି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, CBIରେ ଏତଲା

ତେବେ ୪୪ ବର୍ଷ ଧରି ଖୋଲା ହୋଇନଥିବା ରତ୍ନ ଭଣ୍ଡାର ୨୦୧୮ ରେ ଖୋଲିବାକୁ ଅନୁମତି ମିଳିଥିଲା । ମାତ୍ର ସେତେବେଳେ ଚାବି ହଜିଯିବା ପ୍ରସଙ୍ଗ ସମସ୍ତଙ୍କୁ ବ୍ୟଥିତ କରିଥିଲା । ପରେ ଚାବି ମିଳିବା ଏବଂ ସବୁକିଛି ଭଣ୍ଡାରରେ ଠିକ ଅଛି ବୋଲି କୁହାଯିବା, ମାତ୍ର ଚାବିକୁ ସର୍ବ ସମ୍ମୁଖକୁ ନ ଆଣିବାକୁ ନେଇ କ୍ଷୁବ୍ଧ ହୋଇଛି ଜଗନ୍ନାଥ ସେନା । ସବୁଠାରୁ ବଡ଼କଥା ହେଉଛି କି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ କିଏ ସତ କହୁଛି ତାହା ଜଣାପଡୁ ନାହିଁ । ତେଣୁ ଉଭୟଙ୍କ ମଧ୍ୟରେ ଥିବା ସମନ୍ୱୟ ଅଭାବକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ସିବିଆଇଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି ଜଗନ୍ନାଥ ସେନା ଆବାହକ ବା ସଂଯୋଜକ ପ୍ରିୟଦର୍ଶନ ପଟ୍ଟନାୟକ ।

ପ୍ରିୟଦର୍ଶନ କହିଛନ୍ତି ଯେ, ସର୍ବସମ୍ମୁଖରେ ସତ୍ୟାସତ୍ୟ ଆସିବା ଦରକାର । ତେଣୁ ଆଶା କରୁଛୁ ସିବିଆଇ ଏହାର ସଠିକ ତଦନ୍ତ କରିବେ । ଯଦି ଏଠାରେ ବି ନିରାଶ ହେଲୁ ତେବେ ହାଇକୋର୍ଟ ଯିବୁ । କାରଣ ରତ୍ନଭଣ୍ଡାର ଚାବି ସହ ଓଡ଼ିଆ ଲୋକଙ୍କ ଭାବାବେଗ ଯୋଡିହୋଇ ରହିଛି । ତେଣୁ ପ୍ରଶାସନ କି ସରକାର ନୀରିହ ଓଡିଆଙ୍କୁ ମିଛ କହି ଭୁଆଁ ନ ବୁଲାଇ ସତର ଉନ୍ମୋଚନ କରନ୍ତୁ ।ନହେଲେ ଲଢେଇ ଜାରି ରଖିବୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 23, 2022, 6:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.