ETV Bharat / city

ଜଗନ୍ନାଥ ସ୍ୱାଇଁ ହେଲେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି - ଭଦ୍ରକ ବିଜେଡି ସଭାପତି

ଭଦ୍ରକ ଜିଲ୍ଲା ବିଜେଡିର ନବକଳେବର । ନୂଆ କମିଟି ଘୋଷଣା କଲା ଦଳ, ପୂରୁଣା ଚେହେରାଙ୍କୁ ଦଳରେ ସ୍ଥାନ । ଅଧିକ ପଢନ୍ତୁ...

ଜଗନ୍ନାଥ ସ୍ୱାଇଁ ହେଲେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି

author img

By

Published : Jul 31, 2021, 7:43 AM IST

ଭୁବନେଶ୍ବର: ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାରେ ସଙ୍ଗଠନର ନବକଳେବର କରିଛି । ଜିଲ୍ଲାରେ ନୂଆ କମିଟି ଘୋଷଣା କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁଙ୍କୁ ଦାଇତ୍ୱ ଦେଇଛି ବିଜେଡି । ଏନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ବିଜେଡି କମିଟିରେ କୌଣସି ବି ଜଣେ ବର୍ତ୍ତମାନର ବିଧାୟକଙ୍କୁ ସ୍ଥାନ ଦିଆଯାଇନାହିଁ । ପୂର୍ବତନ ବିଧାୟକ ଓ ଲୋକ ପ୍ରତିନିଧିଙ୍କୁ ଦଳ ଗୁରୁତ୍ୱ ଦେଇଛି । ଏହି ନୂତନ କମିଟିରେ ୮ ଜଣ ଉପସଭାପତି ରହି ଥିବାବେଳେ ୧୩ ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ଏହା ସହ ୬ ଜଣଙ୍କୁ ସମ୍ପାଦକ ଭାବେ ଦଳ ଦାୟିତ୍ୱ ଦେଇଛି ।

ତେବେ ଜିଲ୍ଲାର ନୂଆ ସଙ୍ଗଠନରେ ଉପସଭାପତି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜୟ କୁମାର ନାୟକ, ରାଜେନ୍ଦ୍ର ପ୍ରସାଦ ଦାସ, ମଳୟ କୁମାର ଜେନା, ପ୍ରତାପ ଚନ୍ଦ୍ର ଧଳ, ସୁରେନ୍ଦ୍ର ନାଥ ନାୟକ, ପ୍ରଶାନ୍ତ କୁମାର ଦାସ, ଅଶୋକ କୁମାର ବଳଙ୍କୁ ଚୟନ କରାଯାଇଛି ।

ସେହିପରି ସାଧାରଣ ସମ୍ପାଦକ ବଳଭଦ୍ର ଲେଙ୍କା, ଶରତ କୁମାର ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ମଲ୍ଲିକ, ଅଶୋକ କୁମାର ନାୟକ, ହରେକୃଷ୍ଣ ପାଢ଼ୀ, ଯୋଗେନ୍ଦ୍ର କୁମାର ଘଡେଇ, ପ୍ରଣୟ କୁମାର ଦାସ, ପ୍ରବୀର କୁମାର ଜେନା, ଅମିତବାଲା ଆଚାର୍ଯ୍ୟ, ମହମ୍ମଦ ଜାକୁଲା, ପ୍ରଫୁଲ୍ଲ କୁମାର ବିଶ୍ବାଳ ଓ ଜଗନ୍ନାଥ ଭାରତୀ ହୋଇଛନ୍ତି ।

ସମ୍ପାଦକ ତାଲିକାରେ ଭାନୁ ପ୍ରକାଶ ପଲାଇ, ବିଜୟ କୁମାର ଖଟୁଆ, ଏସକେ ଆୟୁବ ଖାନ୍, ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡା । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.