ETV Bharat / city

ସ୍ମାର୍ଟସିଟିରେ ଧିମେଇ ଯାଇଛି ଜାଗା ମିଶନ, ପ୍ରକଳ୍ପର ଭବିଷ୍ୟତ ନେଇ ଚିନ୍ତାରେ ବସ୍ତିବାସିନ୍ଦା - bhubaneswar jaga mission

ସ୍ମାର୍ଟସିଟିରେ ଜାଗା ମିଶନର ବାସ୍ତବତାକୁ ନେଇ ଉଠିଛି ବଡ ପ୍ରଶ୍ନ । କାରଣ ରାଜଧାନୀର କିଛି ଦୃଶ୍ୟ ଦେଖିଲା ପରେ ପ୍ରକଳ୍ପର ଭାଗ୍ୟ ଓ ଭବିଷ୍ୟତ ଲକ୍ଷ୍ୟ ଚ୍ୟୁତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ଜାଗା ମିଶନର ବାସ୍ତବତା
ସ୍ମାର୍ଟସିଟିରେ ଜାଗା ମିଶନର ବାସ୍ତବତା
author img

By

Published : Nov 14, 2020, 3:24 PM IST

Updated : Nov 14, 2020, 3:46 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଜାଗା ମିଶନ ବାସ୍ତବତାକୁ ନେଇ ଉଠିଲା ପ୍ରଶ୍ନ । ଲକ୍ଷ୍ୟ ଚ୍ୟୁତ ହେଉଛି କି ଉଦ୍ଦେଶ୍ୟ । ପରିଷ୍କାର ପରିଚ୍ଛନ୍ନ ବଦଳରେ ଅପରିଷ୍କାର ପରିବେଶରେ ବସବାସ କରୁଛନ୍ତି ବସ୍ତିବାସିନ୍ଦା । ବିଦ୍ୟୁତ ଯୋଗାଣରେ ବିଳମ୍ବ ଓ ଡ୍ରେନେଜ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ଲୋକେ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ସ୍ମାର୍ଟସିଟିରେ ଜାଗା ମିଶନର ବାସ୍ତବତା

ଭୁବନେଶ୍ବର ସାଳିଆ ସାହି 16 ନଂ ୱାର୍ଡର ସାରଳା ନଗର ଓ ତାରେଣୀ ନଗରର ଦୃଶ୍ୟ । ରାସ୍ତାଘାଟରେ ବୋହି ଯାଉଛି ନାଳନର୍ଦ୍ଦମା ପାଣି । ପଚ ପଚ ପାଣିରେ ଯାତାୟାତ କରୁଛନ୍ତି ବସ୍ତିବାସିନ୍ଦା । ଟ୍ୟାପ ଚାରିପାଖରେ ମଳିଆ ପାଣି। ଆଉ ଏଣେ ତେଣେ ପଡୁଛି କୁଢ କୁଢ ଆବର୍ଜନା । ମହାମାରୀ ସମୟରେ ମଧ୍ୟ ଅପରିଷ୍କାର ଓ ଅପରିଚ୍ଛନ ପରିବେଶରେ ରହୁଛନ୍ତି ଏମାନେ । ରାଜଧାନୀର ବଡ ସମସ୍ୟା ଭାବେ ଉଦ୍ଭା ହୋଇଥିବା ଡ୍ରେନ ଏଠି ମଧ୍ୟ ସଙ୍ଗୀନ ହୋଇପଡିଛି । ବିଳମ୍ବ ହେଉଛି ବିଦ୍ୟୁତ ଯୋଗାଣ । ବସ୍ତିବାସିନ୍ଦାଙ୍କୁ ଉତ୍ତମ ପରିବେଶ ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବସ୍ତିଲୋକେ ।

ଜାଗା ମିଶନ ମାଧ୍ୟମରେ ବସ୍ତି ମୁକ୍ତ କରି ବସ୍ତିବାସିନ୍ଦାକୁ ଉତ୍ତମ ପରିବେଶ ଯୋଗାଇ ଦିଆଯିବ । ହେଲେ ବସ୍ତିବିହୀନ ଓ ଜିରୋ ସ୍ଲମର ଉଦ୍ଦେଶ୍ୟ ଏବେ ଲକ୍ଷ୍ୟ ଚ୍ଯୁତ ହେଉଥିବାର ଦେଖିବାକୁ ମିଳିଛି । କାରଣ ଜାଗା ମିଶନରେ ଡ୍ରେନେଜ ବ୍ୟବସ୍ଥା, ରାସ୍ତା, ବିଦ୍ୟୁତ ଯୋଗାଣ, ଶୌଚାଳୟ, ଖୋଲା ପରିବେଶ ସହ ଷ୍ଟ୍ରୀଟ ଲାଇଟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । BMC ତଥ୍ୟ ଅନୁସାରେ ସ୍ମାର୍ଟସିଟିରେ ଏବେ 436 ରୁ ଅଧିକ ବସ୍ତି ରହିଛି । ସେଥିମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ 136 ଟି ବସ୍ତିରେ ଜାଗା ମିଶନ କାର୍ଯ୍ୟକାରୀ କରାଯାଇଛି । ତେବେ ଏହି ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସମସ୍ତ ମୌଳିକ ସେବା ଯୋଗାଇ ଦେବାର ବିଧି ରହିଛି । କିନ୍ତୁ ଏହି ଦୁଇ ବସ୍ତିର ଲୋକେ ଏବେବି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହୁଛନ୍ତି । ଏନେଇ ବିଏମସି ଅଧିକାରୀ କହିଛନ୍ତି, ପର୍ଯ୍ୟାୟକ୍ରମେ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ ହେବ । ସେପଟେ ମିଶନକୁ କାର୍ଯ୍ୟକାରୀ କରୁଥିବା ଟାଟା ପ୍ରକଳ୍ପ ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି ।

ଜାଗା ମିଶନ ବସ୍ତିବାସିନ୍ଦାଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ଯୁଗାନ୍ତକରୀ ପଦକ୍ଷେପ । ହେଲେ ରାଜଧାନୀର ଏହି ଦୁଇ ଚିତ୍ର ଜାଗା ମିଶନର ଭବିଷ୍ୟତ ଓ BMC ର ପାରିବା ପାଣିଆକୁ ପଦାରେ ପକାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 14, 2020, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.