ଭୁବନେଶ୍ବର: ବିକାଶ ପାଇଁ ଶିଳ୍ପ ଜରୁରୀ । ଆଉ ଶିଳ୍ପ ବିକାଶରେ ପରିବେଶ ସନ୍ତୁଳନ ରକ୍ଷା କରିବା ନିହାତି ଦରକାର । ତାହେଲେ ଯାଇ ମାନବଜାତିର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି ରାଜ୍ୟପାଳ ଗଣେଶୀ ଲାଲ(Odisha Governor Ganeshi Lal) କହିଛନ୍ତି । ଆୟୋଜିତ ହୋଇଥିବା ଇଣ୍ଡିଆନ୍ କେମିକାଲ୍ ଇଞ୍ଜିନିୟରିଂ କଂଗ୍ରେସର ୭୪ତମ ବାର୍ଷିକ ଅଧିବେଶନରେ ଯୋଗଦେଇ ଏପରି କହିଛନ୍ତି ରାଜ୍ୟପାଳ ।
CSIR ର ଇନଷ୍ଟିଚ୍ୟୁଟ୍ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି, ଭୁବନେଶ୍ବର କ୍ୟାମ୍ପସ ଠାରେ ଆୟୋଜିତ ହୋଇଯାଇଛି ଇଣ୍ଡିଆନ୍ କେମିକାଲ୍ ଇଞ୍ଜିନିୟରିଂ କଂଗ୍ରେସର ୭୪ତମ ବାର୍ଷିକ ଅଧବେଶନ । ୪ ଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ CSIR, IMMT ର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧସତ୍ଵ ବାସୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ବିକାଶ ପାଇଁ ଶିଳ୍ପ ଜରୁରୀ । ଆଉ ଶିଳ୍ପ ବିକାଶରେ ପରିବେଶ ସନ୍ତୁଳନ ରକ୍ଷା କରିବା ନିହାତି ଦରକାର । ତାହେଲେ ଯାଇ ମାନବଜାତିର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ଓଡିଶା ଏବେ ପୂର୍ବ ଭାରତର ଶିଳ୍ପ ହବ ହେବାକୁ ଯାଉଛି, ଅନେକ ପ୍ରକାର କେମିକାଲରୁ ଉର୍ଜା ପ୍ରସ୍ତୁତ କରାଯିବ, ଯାହାକି ଇକୋ ଫ୍ରେଣ୍ଡଲି । ଆଗାମୀ କିଛି ବର୍ଷରେ ଏହାର ପ୍ରତିଫଳନ ହେବ ବୋଲି ରାଜ୍ୟ ଶିଳ୍ପ ସଚିବ କହିଛନ୍ତି । ସେହିପରି ଏହି ସମ୍ମିଳନୀର ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ