ଭୁବନେଶ୍ବର: ଓଡ଼ିଶା ଆସିବେ ଇସ୍ରୋ ମୁଖ୍ୟ । ସେପ୍ଟେମ୍ବର 21 ଭୁବନେଶ୍ବର ସ୍ଥିତ ଆଇଆଇଟି ଭୁବନେଶ୍ବର 8ମ ସମାବର୍ତ୍ତନ ଉତ୍ସବରେ କେ.ଶିବନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାମୁତାବକ, ଏହି ଅବସରରେ କେ. ଶିବନ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରାୟନ-2ର ଅନୁଭୂତି ବଖାଣିବେ । ଏଥିସହ ଭାରତର ଆଗାମୀ ସ୍ପେଶ ପ୍ରୋଗାମ ସମ୍ପର୍କରେ ଆଲୋଚନା କରିବେ । ଏହି ମିଶନକୁ ନେଇ ଏବେ ସାରା ବିଶ୍ଵରେ ଇସ୍ରୋର ଚର୍ଚ୍ଚା କରାଯାଉଛି ।
ଏଥିସହିତ ସୋସିଆଲ୍ ମିଡିଆରେ ଚନ୍ଦ୍ରାଯାନ-2କୁ ନେଇ ଇସ୍ରୋ ମୁଖ୍ୟ ତଥା ନିର୍ଦ୍ଦେଶକ କେ. ଶିବନଙ୍କୁ ମଧ୍ୟ ଭୁରିଭୁରି ପ୍ରଶଂସା କରାଯାଉଛି । ଅତି ସାଧାରଣ ଗରିବ ପରିବାରରୁ ଆସି ଦେଶରେ ମିସାଇଲ ମ୍ୟାନର ଖ୍ୟାତି ପାଇଛନ୍ତି ଏହି ମହାନ ବୈଜ୍ଞାନିକ । ଆଉ ଏଭଳି ଏକ ବ୍ୟକ୍ତିଙ୍କୁ ନିଜ ଗହଣରେ ପାଇବା ନେଇ ଉତ୍ସାହିତ ଛାତ୍ରଛାତ୍ରୀ ।
ନିକଟରେ ଭାରତ ଚନ୍ଦ୍ରଯାନ 2ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି କରିଛି । ଯଦିଓ ଏହି ମିଶନ ଶତ ପ୍ରତିଶତ ସଫଳ ହୋଇନାହିଁ । ତଥାପି 95 ପ୍ରତିଶତ ସଫଳ ହୋଇଥିବା ଇସ୍ରୋ କହିଛି । ଆଗାମୀ ଦିନରେ ଭାରତଯେ ସଫଳ ହେବ ଏଥିରେ ସନ୍ଦେହ ନାହିଁ ।