ETV Bharat / city

ଜଳସେଚନ ପରିସଂଖ୍ୟାନ ସତ ଆସିଲେ ସରକାରଙ୍କ ମୁହଁ କଳା ହୋଇଯିବ: ବିଜେପି - ଜଳ ସେଚନ ପରିସଂଖ୍ୟାନ ସତ ଆସିଲେ ସରକାରଙ୍କ ମୁହଁ କଳା ହୋଇଯିବ

ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି 2014 ମସିହାରେ ରାଜ୍ୟ ସରକାର କହିଥିଲେ ପ୍ରତି ବର୍ଷ 10 ଲକ୍ଷ ହେକ୍ଟର ଜମି ଜଳସେଚନ ହେବ । ଯଦି ଏମିତି ହୋଇଥାନ୍ତା ତେବେ 2014 ମସିହାରୁ ଆଜି ପର୍ଯ୍ୟନ୍ତ 80 ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇ ସାରିଥାନ୍ତା । କିନ୍ତୁ ତାହାର ପରିସଂଖ୍ୟାନ ଯଦି ସାମ୍ନାକୁ ଆସିବ ତେବେ ରାଜ୍ୟ ସରକାରଙ୍କ ମୁହଁରେ କଳା ବୋଳିଲା ଭଳି ସ୍ଥିତି ହେବ । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : May 19, 2022, 10:50 PM IST

ଭୁବନେଶ୍ବର: ଗତକାଲି ରାଜ୍ୟ କ୍ୟାବିନେଟ ଜଳ ସେଚନ ସମ୍ପର୍କିତ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ବେଳେ, ଏହାକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି । ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି 2014 ମସିହାରେ ରାଜ୍ୟ ସରକାର କହିଥିଲେ ପ୍ରତି ବର୍ଷ 10 ଲକ୍ଷ ହେକ୍ଟର ଜମି ଜଳସେଚନ ହେବ । ଯଦି ଏମିତି ହୋଇଥାନ୍ତା ତେବେ 2014 ମସିହାରୁ ଆଜି ପର୍ଯ୍ୟନ୍ତ 80 ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇ ସାରିଥାନ୍ତା । କିନ୍ତୁ ତାହାର ପରିସଂଖ୍ୟାନ ଯଦି ସାମ୍ନାକୁ ଆସିବ ତେବେ ରାଜ୍ୟ ସରକାରଙ୍କ ମୁହଁରେ କଳା ବୋଳିଲା ଭଳି ସ୍ଥିତି ହେବ ।

ଜଳ ସେଚନ ପରିସଂଖ୍ୟାନ ସତ ଆସିଲେ ସରକାରଙ୍କ ମୁହଁ କଳା ହୋଇଯିବ: ବିଜେପି

ବିଜେପୁର ନିର୍ବାଚନ ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ନିଜେ ଯେଉଁ ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ ସେ ଗୁଡିକର ଅବସ୍ଥା ନିଜେ ସରକାର ଜାଣିଛନ୍ତି । ମିଛ କହିବାର ଶେଷ ସୀମାରେ ପହଞ୍ଚି ରାଜ୍ୟ ସରକାର ମିଛୁଆ ରାଧୁଆ ଭଳି ସ୍ଥିତି ତିଆରି କରୁଛନ୍ତି । ଏକଥା ଓଡିଶାବାସୀ ଓ ଚାଷୀ ବୁଝି ସାରିଲେଣି । ସେହିପରି ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସମୟ ଆସିଲେ ଦଳ ମତ ପ୍ରକାଶ କରିବ । ଏହା ପଶ୍ଚିମାଞ୍ଚଳର ଦୀର୍ଘ ସମୟର ଦାବି । ଦକ୍ଷିଣ ଓଡିଶାବାସୀ ମଧ୍ୟ ଦାବି କରୁଛନ୍ତି । କଟକରେ ମଧ୍ୟ ଆଇନଜୀବି ମାନେ ନିଷ୍ପତ୍ତି ନେବାକୁ ବସିଛନ୍ତି । ତେଣୁ ଏଭଳି ସ୍ଥିତିରେ କିଛି କହିବା ଠିକ ହେବ ନାହିଁ ବୋଲି କହିଛନ୍ତି ।

ସେହିଭଳି ଦରଦାମ ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ରକୁ ଆକ୍ଷେପ କରିବା ପ୍ରସଙ୍ଗ ପୃଥ୍ବୀରାଜ କହିଛନ୍ତି ଗ୍ୟାସ ଓ ପେଟ୍ରୋଲ ଡିଜେଲର ଦର ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରୁଛି । କିନ୍ତୁ ରାଜ୍ୟ ସରକାର ଓଡିଶାରେ କାହିଁକି କୌଣସି ପଦାର୍ଥ ଉପରେ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି? ଆଳୁ ମିଶନ ଏବଂ ପିଆଜ ମିଶନ କୁଆଡେ ଗଲା ? ଉଦ୍ୟାନ କୃଷି ବିକାଶ ପାଇଁ ଆସିଥିବା ପଇସା କୁଆଡେ ଗଲା ? ଏ ସବୁ କଥାର ଉତ୍ତର ସରକାର ପ୍ରଥମେ ଦିଅନ୍ତୁ । କାହାକୁ ଆଙ୍ଗୁଠି ଦେଖାଇବା ଆଗରୁ ସେ ଅନୁଭବ କରନ୍ତୁ ଯେ ଚାରିଟି ଆଙ୍ଗୁଠି ତାଙ୍କ ନିଜ ଆଡକୁ ଅଛି ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପୃଥ୍ବୀରାଜ କହିଛନ୍ତି ରାଜ୍ୟ ସରକାର ଅତ୍ୟନ୍ତ ଅମାନୁଷିକ ଭାବେ ନିଷ୍ପତି ନେଇଛନ୍ତି । ତାଙ୍କ ଦଳର ସାଂସଦ ମାନେ ସଂସଦରେ ମଧ୍ୟ ମିଛ କହିଲେ ଯେ ଏଏସଆଇ ଠାରୁ ଆମେ ଅନୁମତି ପାଇଛୁ । ବାରମ୍ବାର ଏଏସଆଇ କହୁଛି ଯେ ନିଷେଧାଞ୍ଚଳ ଏରିଆରେ କୌଣସି ଖନନ ବା ନିର୍ମାଣ ହୋଇପାରିବ ନାହିଁ । କିନ୍ତୁ ସେ କଥାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭଲ ପାଉଥିବା ଲୋକଙ୍କୁ କୁରାଢିର ଆଘାତ ସହ ସମାନ । ତେଣୁ ଏଭଳି କଦର୍ଯ୍ୟ ମାନସିକତାରୁ ନିବୃତ୍ତ ହୁଅନ୍ତୁ ରାଜ୍ୟ ସରକାର ଏବଂ ଏଏସଆଇ କହିଥିବା କୀର୍ତ୍ତିରାଜି ପ୍ରସଙ୍ଗ ଉପରେ ଦାୟିତ୍ବର ସହ ରାଜ୍ୟ ସରକାର କାମ କରନ୍ତୁ । ନଚେତ ପୁଣି କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବ ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.