ETV Bharat / city

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ IPS ପ୍ରତୀକ ସିଂ

ସପ୍ତମ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଲେ IPS ପ୍ରତୀକ ସିଂ । ଅଧିକ ପଢନ୍ତୁ

author img

By

Published : May 4, 2022, 8:43 PM IST

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ IPS ପ୍ରତୀକ ସିଂ

ଭୁବନେଶ୍ବର: ସପ୍ତମ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଲେ IPS ପ୍ରତୀକ ସିଂ । ୨୦୧୪ ବ୍ୟାଚର ଯୁବ IPS ସମ୍ଭାଳିବେ ଭୁବନେଶ୍ୱର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସ୍ଥିତି । ଆଜି(ବୁଧବାର) ଅପରାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ।

ଡିସିପି କାର୍ଯ୍ୟାଳୟରେ ପହଞ୍ଚି ଅଫିସରଙ୍କୁ ଭେଟିବା ସହ ଦାୟିତ୍ବ ଗ୍ରହଣ କରିଛନ୍ତି ଏହି ଯୁବ ଅଫିସର । ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି ପ୍ରତୀକ ସିଂ କହିଛନ୍ତି ଯେ, 'ରାଜଧାନୀର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁକାବିଲା ସହ ପିପୁଲ ଫ୍ରେଣ୍ଡଲି ପୋଲିସି ଓ ୫ଟି କୁ ଗୁରୁତ୍ବ ଦେବି । ସହରବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ରହିବ ।' ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦେବି ବୋଲି କହିଛନ୍ତି ନବ ନିଯୁକ୍ତ ଡିସିପି ।

ଏଥିସହ ବାକି ପଡିଥିବା ମାମଲା, ସାଇବର କ୍ରାଇମ, ଇଣ୍ଟେଲିଜେନ୍ସ ଏବଂ ସହରରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ଏହି ଯୁବ ଆଇପିଏସ ୨୦୧୦ରେ ଇଞ୍ଜିନିୟରିଂ ପାସ ପରେ ୨୦୧୪ରେ ଆଇପିଏସ ପାଇଥିଲେ । ପରେ ୨୦୧୬ରେ ବ୍ରହ୍ମପୁର, ୨୦୧୭ରେ ମାଲକାନଗିରି, ୨୦୧୮ରୁ ୨୦୨୦ଯାଏଁ କନ୍ଧମାଳ ଦାୟିତ୍ବ ନିର୍ବାହ କରିବା ସହ ୨୦୨୦ରେ କଟକ ଡିସିପି ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ ରେ ରାଜ୍ୟସରକାର IPS ସ୍ତରରେ ଅଦଳବଦଳ କରିବା ପରେ ଭୁବନେଶ୍ବରକୁ ବଦଳି ହୋଇଛନ୍ତି ପ୍ରତୀକ ସିଂ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.