ଭୁବନେଶ୍ବର: ଆଇପିଏସ ଯଶୱନ୍ତ ଜେଠୱା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ଆଜି ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଯଶୱନ୍ତ ଜେଠୱା ହେଉଛନ୍ତି 1994 ବ୍ୟାଚର ଆଇପିଏସ ଅଫିସର ।
ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଆଇପିଏସ ଯଶୱନ୍ତ ଜେଠୱାଙ୍କୁ ପୁଣି ଏକ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଜି ରାଜ୍ୟ ସରକାର ଜେଠୱାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ସୂଚନାଥାଉକି କ୍ରାଇମବ୍ରାଞ୍ଚ ଏଡିଜି ଥିବା ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ବଦଳି ହୋଇ ଟ୍ବିନସିଟିର ପୋଲିସ କମିଶନର ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପରେ ଏହି ପଦବୀ ଖାଲି ରହିଥିଲା । ସୂଚନାଥାଉକି ରାଜ୍ୟ ନକ୍ସଲ ଦମନ କ୍ଷେତ୍ରରେ ଆଇପିଏସ ଜେଠୱାଙ୍କ ବଡ ଭୂମିକା ରହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ