ETV Bharat / city

ଆଇଓସିଏଲ ଓ ଏନସିଡି ମଧ୍ୟରେ ଚୁକ୍ତି ସ୍ଵାକ୍ଷର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଓସିଏଲ ଓ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡିଏମସି) ମଧ୍ୟରେ ଚୁକ୍ତି । ଦିନକୁ 2500 ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଶକ୍ତି ଉତ୍ପାଦନ କରାଯିବ । ଅଧିକ ପଢନ୍ତୁ...

IOCL and NDMC MoU
ଆଇଓସିଏଲ ଓ ଏନସିଡି ମଧ୍ୟରେ ଚୁକ୍ତି ସ୍ଵାକ୍ଷର
author img

By

Published : Jan 19, 2021, 6:54 PM IST

ଭୁବନେଶ୍ବର: ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ) ଓ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡିଏମସି) ମଧ୍ୟରେ ଚୁକ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ଶକ୍ତିକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛଭାରତ ମିଶନକୁ ନେଇ ଆଇଓସିଏଲ ଓ ଏନଡିଏମସି ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି ।

ଶକ୍ତିକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛଭାରତ ମିଶନକୁ ନେଇ ଆଇଓସିଏଲ ଓ ଏନଡିଏମସି ମଧ୍ୟରେ ଚୁକ୍ତି ଅନୁଯାୟୀ ନୂଆଦିଲ୍ଲୀର ରାଣିଖେରାର ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟ ବସ୍ତୁ ସଂଗ୍ରହ କରାଯାଇ ଏକାଠି କରି ଆଇଓସିଏଲ ସହଯୋଗରେ ଶକ୍ତି ଉତ୍ପାଦନ କରାଯିବ । ଏହି ପ୍ଲାଣ୍ଟରେ ଦିନକୁ 2500 ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଶକ୍ତି ଉତ୍ପାଦନ କରାଯିବ । ଏହି ଚୁକ୍ତି ସ୍ବାକ୍ଷର ହେବାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉତ୍ତର ଦିଲ୍ଲୀର ବର୍ଜ୍ୟ ବସ୍ତୁରୁ ଇନ୍ଧନ ପ୍ରସ୍ତୁତ କରାଯିବ । ଏହା ଦ୍ବାରା ଦିଲ୍ଲୀର ବାର୍ଜ୍ୟବସ୍ତୁ ଭଳି ପ୍ରମୁଖ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି । ଏହି ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈଜଲ, ଏନଡିଏମସି ମେୟର ଜୟ ପ୍ରକାଶ , ଆଇଓସିଏଲ ଅଧ୍ୟକ୍ଷ ଏମଏମ ବୈଦ୍ୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.