ETV Bharat / city

ଆକାଉଣ୍ଟାଣ୍ଟଙ୍କ ଦିଆସିଲି ଖୋଳ ପ୍ରେମ, ସଂଗ୍ରହ କଲେଣି 7 ହଜାରରୁ ଅଧିକ ମ୍ୟାଚବକ୍ସ - ଆକାଉଣ୍ଟାଣ୍ଟ

ଭୁବନେଶ୍ବର ନୟାପଲ୍ଲୀ ନିବାସୀ ତରଣୀସେନ ପଟ୍ଟନାୟକ । ମ୍ୟାଚବକ୍ସ ସାଇତା ରଖିବା ନିଜର ଗୋଟିଏ ନିଶା ବୋଲି ମନେ କରନ୍ତି । ପେସାରେ ସିନା ଜଣେ ଆକାଉଣ୍ଟାଣ୍ଟ ହେଲେ ନିଶାରେ ସେ ମ୍ୟାଚ ବକ୍ସ କଲେକ୍ଟର । ଅଧିକ ଖବର ପଢନ୍ତୁ...

ଆକାଉଣ୍ଟାଣ୍ଟଙ୍କ ଦିଆସିଲି ଖୋଳ ପ୍ରେମ, ସଂଗ୍ରହ କଲେଣି 7 ହଜାରରୁ ଅଧିକ ମ୍ୟାଚବକ୍ସ

author img

By

Published : Jul 30, 2020, 1:07 PM IST

ଭୁବନେଶ୍ବର: ଅଗ୍ନି ବା ନିଆଁ ଏପରି ଦ୍ରବ୍ୟ ଯାହା ଆଦିମ କାଳରୁ ଏପର୍ଯ୍ୟନ୍ତ ମଣିଷ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ଆଦିମ ମଣିଷ ଏହାକୁ ପଥରରୁ ପଥର କିମ୍ବା କାଠରୁ କାଠ ଘଷି ନିଆଁ ଉତ୍ପନ୍ନ କରିବା ସହ ନିଜ ଜୀବନ ଅତିବାହିତ କରୁଥିଲେ। ଆଉ ଆଧୁନିକ ମଣିଷ ଏହାକୁ ବିଭିନ୍ନ କଳ କୌଶଳ ମାଧ୍ୟମରେ ଉତ୍ପନ୍ନ କରିବା ସହ ଏହାର ସଂଗ୍ରହ ଓ ସହଜ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଭିନ୍ନ ଉପାୟ ବାହାର କରିଛି। ଆଜିର ଦୁନିଆରେ ଏହା ସାଧାରଣ କଥା ହୋଇ ଯାଇଥିଲେ ମଧ୍ୟ ପରିସ୍ଥିତି ଅନୁସାରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ ।

ଅଗ୍ନି ବା ନିଆଁ । ଦୈନନ୍ଦିନ ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ । କାରଣ ରୋଷେଇ ଘରେ ମୁଖ୍ୟ ଭୂମିକା ନିଭାଇଥାଏ ଅଗ୍ନି । ତେବେ ପୂର୍ବ ବା ଆଦିମ ଯୁଗରେ ଏହାକୁ କାଠ ଗଣ୍ଡି ଜଳାଇ ରଖି ସଂଗ୍ରହ କରାଯାଉଥିଲା । ପରେ ପରେ ସମୟ ବଦଳିବା ସହ ବଦଳିଲା ଏହାର ବ୍ୟବହାର କରିବାର ପ୍ରଣାଳୀ । ବାରୁଦ ସଂଯୋଗ ଛୋଟ କାଠି ଦ୍ବାରା ଆସିଲା ଦିଆସିଲି ବାକ୍ସ ବା ମ୍ୟାଚ ବକ୍ସ । ହେଲେ ଏହାର ବ୍ୟବହାର ପରେ ପ୍ରାୟତଃ ଏହାକୁ ଅଦରକାରୀ ଭାବି ସମସ୍ତେ ଫିଙ୍ଗି ଦିଅନ୍ତି । ହେଲେ ଏମିତି ଜଣେ ମଣିଷ ଯିଏ ମ୍ୟାଚବକ୍ସ ସାଇତା ରଖିବା ନିଜର ଗୋଟିଏ ନିଶା ବୋଲି ମନେ କରନ୍ତି । ଆଉ ସେ ହେଉଛନ୍ତି ଭୁବନେଶ୍ବର ନୟାପଲ୍ଲୀ ନିବାସୀ ତରଣୀସେନ ପଟ୍ଟନାୟକ ।

ଆକାଉଣ୍ଟାଣ୍ଟଙ୍କ ଦିଆସିଲି ଖୋଳ ପ୍ରେମ, ସଂଗ୍ରହ କଲେଣି 7 ହଜାରରୁ ଅଧିକ ମ୍ୟାଚବକ୍ସ

ଦିଆସିଲିର ଲୋକପ୍ରିୟତା ଏବେ ବି ବଜାୟ ରହିଛି । ତେବେ ଏହା ବିଭିନ୍ନ ଆକାରର ଖୋଳ ଓ ରୂପ ଆଦିରେ ଉପଲବ୍ଧ ହେଉଛି । ଏହାକୁ ଏକାଠି କରି ରଖିବା ସହ ଲୋକମାନଙ୍କ ନିକଟରେ ମ୍ୟାଚ ବକ୍ସ ମ୍ୟାନ ଭାବେ ପରିଚିତ ଅଟନ୍ତି ତରଣୀସେନ। ପେସାରେ ସିନା ଜଣେ ଆକାଉଣ୍ଟାଣ୍ଟ ହେଲେ ନିଶାରେ ସେ ମ୍ୟାଚ ବକ୍ସ କଲେକ୍ଟର । ଆଉ ଏହି ନିଶା ତାଙ୍କୁ ଛୋଟବେଳୁ ଧରିଛି । ସବୁଠାରୁ ବଡ କଥା ହେଲା 1985 ମସିହାରୁ ଆରମ୍ଭ କରିଥିବା ଏହି ସଂଗ୍ରହ ମଧ୍ୟରେ ସେ 37 ଟି ଦେଶରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର 7 ହଜାରରୁ ଅଧିକ ଦିଆସିଲି ବାକ୍ସ ସଂଗ୍ରହ କରିଛନ୍ତି । ତା ସହ 200 ପାଖାପାଖି ପ୍ଲାଷ୍ଟିକ କାର୍ଡ ଓ 100 ପ୍ରକାରର ବୁକ ମାର୍କ ମଧ୍ୟ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କୁ ସାହାଯ୍ୟ କରିଥାନ୍ତି ତାଙ୍କ ପରିବାର ଲୋକେ ।

ସରକାରୀ ଭାବେ ଆମ ରାଜ୍ୟ କିମ୍ବା ଦେଶରେ ଏ ସବୁର କ୍ରମ ବିକାଶ ଉପରେ କୌଣସି ଅନୁଶୀଳନ ହେଉ ନାହିଁ । ଆଉ ତରଣୀସେନଙ୍କ ଏହି ସଂଗ୍ରହ ପରବର୍ତ୍ତୀ ପିଢ଼ି ପାଇଁ ନିଶ୍ଚୟ ଉପାଦେୟ ହେବ ବୋଲି ସେ କହିବା ସହ ଏହାର ସଂରକ୍ଷଣ ପାଇଁ ମ୍ୟୁଜିୟମ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଆଉ ଏମିତି ଏକ ଭିନ୍ନ ନିଶା ତାଙ୍କୁ ଅନେକ ସମୟରେ ଆନନ୍ଦ ଦେବା ସହିତ ସାମାଜିକ ସ୍ବୀକୃତି ମଧ୍ୟ ଦେଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.