ETV Bharat / city

ଓଡିଶା ପାଳୁଛି ଯୋଗ ଦିବସ - ଖୋର୍ଦ୍ଧା ଯୋଗ ଦିବସ ପାଳନ

ଓଡିଶାରେ ଯୋଗ ଦିବସ ପାଳନ
ଓଡିଶାରେ ଯୋଗ ଦିବସ ପାଳନ
author img

By

Published : Jun 21, 2021, 9:40 AM IST

Updated : Jun 21, 2021, 1:05 PM IST

12:58 June 21

ବଣ୍ଡାଘାଟିରେ ଯୋଗ ଦିବସ ପାଳିତ

ବଣ୍ଡାଘାଟିରେ ଯୋଗ ଦିବସ ପାଳିତ

ମାଲକାନଗିରି: ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଯୁବକ ଯୁବତୀମାନଙ୍କୁ ନେଇ ମୁଦୁଲିପଡାରେ ଅବସ୍ଥାପିତ 15 ବିଏସଏଫ ବାଟାଲିୟନର ଯବାନ ଯୋଗ ଦିବସ ପାଳନ କରିଛନ୍ତି । ବଣ୍ଡାଘାଟିର ମୁଦୁଲିପଡା,ପଡ଼େଇଗୁଡା,ଦନ୍ତୀପଡା,ବଡ଼ବିଲ,ବନ୍ଧଗୁଡା ଆଦି ଅଞ୍ଚଳର ଶତାଧିକ ଯୁବକ ଯୁବତୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯବାନ ଯୋଗର ଉପକାରିତା ବିଷୟରେ ମଧ୍ୟ ବୁଝାଇଥିଲେ । ପ୍ରତିଦିନ ଯେପରି ଏହି ଦୁର୍ଗମ ଅଞ୍ଚଳର ଆବାଳ ବୃଦ୍ଧବନିତା ଯୋଗାଭ୍ୟାସ କରିବେ ସେ ନେଇ ଯବାନ ଧ୍ୟାନ ଦେବେ ବୋଲି ଜଣାପଡିଛି । ସୁସ୍ଥ ମସ୍ତିଷ୍କ ଏବଂ ସୁସ୍ଥ ଶରୀର ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଯବାନ। ଯବାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ 

12:43 June 21

ଯୋଦ୍ଧା ଘୋଡା ସମ୍ମୁଖରେ ଯୋଗ ଦିବସ ପାଳିଲେ ବିଜେପି କର୍ମୀ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ଥିବା ଯୋଦ୍ଧା ଘୋଡା ସମ୍ମୁଖରେ ଯୋଗ ଦିବସ ପାଳିଲେ ବିଜେପି ସଦସ୍ୟ । ଐତିହ୍ୟକୁ ସମ୍ମାନ ଜଣାଇ  ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛି ବିଜେପି । ଏହି ଅବସରରେ ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ଯୋଗଭ୍ୟାସ କରିଥିଲେ । ଜିଲ୍ଲା ସଭାପତିଙ୍କ ସମେତ ଅନେକ କର୍ମୀ ସାମିଲ ହୋଇ ଯୋଗ ଦିବସ ପାଳନ କରିଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

12:22 June 21

ବାରିପଦାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାରିପଦାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାରିପଦା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଶରୀର ନିରୋଗ ଏବଂ ମନକୁ ଶାନ୍ତ ରଖୁଥିବା ଯୋଗୁଁ  ଯୋଗକୁ ଏବେ ବିଶ୍ବ ଦରବାର ସ୍ଥାନ ମିଳିସାରିଛି।  ଏଥିପାଇଁ ପ୍ରତିବର୍ଷ ଜୁନ 21 ତାରିଖ ଦିନଟିକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ଲାଗୁଥିବା ଯୋଗୁଁ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଯୋଗ ଦିବସ ପାଳିତ ହୋଇଛି । ବାରିପଦା ନିକଟରେ ଥିବା ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଗୁରୁଜୀ ଓ ଗୁରୁମା' ମାନଙ୍କୁ ନେଇ ଆଜି ଏହି 7ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି । ଆଉ ଏହାକୁ ଅନଲାଇନ ମାଧ୍ୟମରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । କୋରୋନା ସମୟରେ ଯୋଗର ଆବଶ୍ୟକତା ବହୁତ ରହିଛି ତେଣୁ ଯୋଗକୁ ଏବେ ପ୍ରତ୍ୟେକ ବ୍ୟକ୍ତି ନିଜର ଅବିଛେଦ ଅଙ୍ଗ ପରି ମାନି ଚଳିବା ଉଚିତ ବୋଲି ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଡାକ୍ତର ବୀଣା ଦାଶ ମତ ପ୍ରକାଶ କରିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

11:50 June 21

ଆନନ୍ଦପୁରରେ ଯୋଗ ଦିବସ ପାଳିତ

ଆନନ୍ଦପୁରରେ ଯୋଗ ଦିବସ ପାଳିତ

ଆନନ୍ଦପୁର: ଆଜି ବିଶ୍ବବ୍ୟାପୀ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ବିଭିନ୍ନ ସ୍ଥାନରେ ଯୋଗ ଦିବସରେ ଯୋଗ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ଠାରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଛି। ଏଥିରେ  ବିଜେପି ନେତା ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ  ପୃଥ୍ବୀରାଜ କୁଅଁରଙ୍କ ନେତୃତ୍ଵରେ ବହୁ ଯୁବକଯୋଗ ଦେଇଥିଲେ। ଯୋଗ କଲେ ଶରୀର ସୁସ୍ଥ ରହେ । ଏଣୁ  ସମସ୍ତଙ୍କୁ ପ୍ରତିଦିନ ଯୋଗ କରିବାପାଇଁ କହିଛନ୍ତି ବିଜେପି ନେତା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

11:37 June 21

ଅନୁଗୋଳରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଅନୁଗୋଳରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଅନୁଗୋଳ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହି ଅବସରରେ ଅନୁଗୋଳ ଗୀତାଗ୍ରାମ ଠାରେ କୋଭିଡ କଟକଣା ମଧ୍ୟରେ ଭାରତ ସ୍ବାଭିମାନ ନ୍ୟାସ ପକ୍ଷରୁ ଏହି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଛି। ଶ୍ରୀମଦ୍ଭଗବଦଗୀତା ଭବନ ପରିସରରେ ଭାରତ ସ୍ବାଭିମାନ ନ୍ୟାସ, ଅନୁଗୋଳ ଆନୁକୂଲ୍ୟରେ ଏହି ସପ୍ତମ ଅଃନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଛି। ଜାତୀୟ ଆୟୂଷ ମିଶନ୍ ଯୋଗ ଦିଶା ନିର୍ଦ୍ଦେଶ (Yoga Protocol) ଏବଂ ରାଜ୍ୟ ଆୟୂଷ ସୋସାଇଟି'ର ପ୍ରୋତ୍ସାହନ କ୍ରମେ ଏକ ଲାଇଭ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଉତ୍ସବକୁ ଭାରତ ସ୍ବାଭିମାନ ନ୍ୟାସର ଜିଲ୍ଲା ପ୍ରଭାରୀ ଯୋଗାଚାର୍ଯ୍ୟ ସୁଧାଂଶୁ ଶେଖର ଦାସ ପରିଚାଳନା କରିଥିଲେ।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

11:14 June 21

ରାଜ୍ୟ ରେଡକ୍ରସ ପକ୍ଷରୁ ଯୋଗ ଦିବସ ପାଳିତ

ରାଜ୍ୟ ରେଡକ୍ରସ ପକ୍ଷରୁ ଯୋଗ ଦିବସ ପାଳିତ

ଭୁବନେଶ୍ବର: ରାଜ୍ୟ ରେଡକ୍ରସ ପକ୍ଷରୁ  ଯୋଗ ଦିବସ ପାଳିତ। ଏହି କାର୍ଯ୍ୟକ୍ରମ ଅବସରରେ  ରାଜ୍ୟ ରେଡକ୍ରସ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି । ସମଗ୍ର ବିଶ୍ବ କୋଭିଡ-୧୯ ମହାମାରୀ ବିରୋଧରେ ସଂଗ୍ରାମ ଚଳାଇଛି। ଏଭଳି ସ୍ଥିତିରେ  ଯୋଗ ଦିବସରେ ଅଫଲାଇନ ଆଣ୍ଡ ଅନଲାଇନରେ ୫୦୦ରୁ ଉର୍ଦ୍ଧ୍ବ ରେଡିସକ୍ରର ସଦସ୍ୟ ଓ ରାଜ୍ୟର ବିଭିନ୍ନ କୋଣରୁ ଲୋକ ଯୋଡି ହୋଇଥିଲେ। ରେଡକ୍ରସ  ଭବନଠାରେ ୨୦ରୁ ଉର୍ଦ୍ଧ୍ବ ସଦସ୍ୟ ସାମାଜିକ ଦୂରତା ସହ ଯୋଗ ଦିବସ ପାଳନ କରିଥିଲେ । ଯୋଗ ଯାହା ମଣିଷକୁ ସୁସ୍ଥ ସତେଜ ରଖିବା ସହ ମଣିଷର ମାନସିକ ସନ୍ତୁଳନ ମଧ୍ୟ ଠିକ ରଖିଥାଏ । ତେଣୁ ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ କୋଭିଡ  ନିୟମକୁ ଆଧାର କରି ଘରେ ଯୋଗ ଏବଂ ସପରିବାର ସହ ଯୋଗ କରିବାର ଆବଶ୍ୟକ ରହିଛି । ତେଣୁ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ସୁସ୍ଥତା ନିମନ୍ତେ ଯୋଗ’ କୁ ଅଧିକ ପ୍ରୋତ୍ସାହିତ କରିବା ସହ କୋରୋନାରୁ  ସୁସ୍ଥ ହେବାର ଆୟୁଧ ଭାବରେ ନେଇ ପ୍ରତିଦିନ ଯୋଗ କରିବାର ଆଵଶ୍ୟକତା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା, ଇଟିଭି ଭାରତ

10:44 June 21

କୋଣାର୍କରେ ପାଳିତ ହେଲା ସପ୍ତମ ଅନ୍ତର୍ଜାତିକ ଯୋଗ ଦିବସ

ପୁରୀ: ଆଜି ଅନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ଦେଶରେ ଆଜି ପାଳନ ହେଉଛି ଯୋଗ ଦିବସ। 2015 ଜୁନ 21ରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ଦିନଟିକୁ ଆଜି ଦେଶ ବ୍ୟାପି ସପ୍ତମ ବର୍ଷ ପାଇଁ ପାଳନ କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ଥିମ ରହିଛି ‘ୟୋଗା ଫର ୱେଲନେସ’। କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ କୋଣାର୍କରେ ପାଳନ ହୋଇଛି ଏହି ଦିବସ। ସତ୍ୟ ସାଇ ଯୋଗ କେନ୍ଦ୍ର କୋଣାର୍କ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ  

10:24 June 21

କୋରୋନା କଟକଣା ମଧ୍ୟରେ ବୌଦ୍ଧରେ ଯୋଗ ଦିବସ ପାଳିତ

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର, ପତଞ୍ଜଳୀ ଯୋଗ ସମିତି, ସରସ୍ବତୀ ଶିଶୁ ମନ୍ଦିର, ଫ୍ରେଣ୍ଡଶିପକ୍ଲବ,ଜିଲ୍ଲା ବିଜେପି ଓ ଅନ୍ୟାନ୍ୟ ବିଭିନ୍ନ ସଂଗଠନ ପକ୍ଷରୁ କୋରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟାରେ ଲୋକ ଯୋଗ ଦିବସକୁ ପାଳନ କରିଛନ୍ତି । ଜିଲ୍ଲାର 9 ଗୋଟି ବିଜେପି ମଣ୍ଡଳ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଥିବା ବେଳେ ବୌଦ୍ଧ ଷ୍ଟାଡିୟମ ଠାରେ ନେହେରୁ ଯୁବ କେନ୍ଦ୍ର ଓ ପତଞ୍ଜଳୀ ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ଯୋଗ ଦିବସକୁ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ସମସ୍ତଙ୍କୁ ଘରେ ରହି ନିଜ ପରିବାର ସହିତ ଯୋଗକରି ଏହି ଅନ୍ତର୍ଜାତିକ ଦିବସକୁ ପାଳନ ପାଇଁ ଆହ୍ବାନ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

10:10 June 21

ସମ୍ବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସମ୍ବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ସମ୍ବଲପୁର: ଆଜି ହେଉଛି ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ। ସାରା ବିଶ୍ଵରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ  ଆଜି ସକାଳୁ ସମ୍ବଲପୁର ପତଞ୍ଜଳୀ ଯୋଗ ସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ  ପାଳନ କରାଯାଇଛି। ପ୍ରଶିକ୍ଷକ ଜେ. ଗିରିଜା ଦେବୀଙ୍କ ପ୍ରଶିକ୍ଷଣରେ ସମିତିର ସମସ୍ତ ସଦସ୍ୟ ସଦସ୍ୟା ଯୋଗଭ୍ୟାସ କରିଥିଲେ। ପ୍ରତ୍ୟେକ ଦିନ ଯୋଗ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ସବଳ ରହିଥାଏ । କୋରୋନା ପରି ମହାମାରୀକୁ ପ୍ରତିହତ କରିବାକୁ ହେଲେ ପ୍ରତିଦିନ ନିଜ ଶରୀର କୁ ଯୋଗ ଦ୍ବାରା  ସୁସ୍ଥ ସବଳ କରିବାକୁ ହେବ ବୋଲି ଏହି ଅବସରରେ ଯୋଗ ପ୍ରଶିକ୍ଷକ କହିଛନ୍ତି । ବର୍ତ୍ତମାନ ଏହି ଯୋଗ ଭାରତରୁ ପ୍ରସାରିତ ହୋଇ ବିଶ୍ବବାସୀଙ୍କୁ ସୁସ୍ଥ ସବଳ ରଖିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

09:53 June 21

ଖୋର୍ଦ୍ଧା ପାଳିଲା ଯୋଗ ଦିବସ

ଖୋର୍ଦ୍ଧାବାସୀ ପାଳିଲେ ଯୋଗ ଦିବସ

ଖୋର୍ଦ୍ଧା: ଶରୀରକୁ ସୁସ୍ଥ ରଖିବାକୁ ହେଲେ ଯୋଗ ନିହାତି ଆବଶ୍ୟକ । ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଖୋର୍ଦ୍ଧାରେ ଯୋଗ ଦିବସ ପାଳିତ ହୋଇଯାଇଛି । ଛୋଟ ପିଲା ଠାରୁ ବୟସ୍କ ପୁରୁଷ ମହିଳା ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଦୂରତା ପାଳନ କରି ଯୋଗ ଅଭ୍ୟାସ କରୁଛନ୍ତି । ପ୍ରାଣୟମ, ସୂର୍ଯ୍ୟ ନମସ୍କାର, କପାଳ ଭାରତୀ, ଅନୁଲମ ବିଲୋମ ଭଳି ଅନେକ ଆସନ ଏକ ସୁସ୍ଥ ପରିବେଶରେ କରୁଛନ୍ତି । ଯେଉଁ ମାନେ ଏହି ଶିବିରରେ ଯୋଗ ଦେଇ ପାରି ନାହାଁନ୍ତି ସେମାନେ ଘରେ ବସି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ଯୋଗ ଶିକ୍ଷା ଗ୍ରହଣ କରି ଯୋଗାଭ୍ୟାସ କରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

08:59 June 21

ଯୋଗ କଲେ ବିଜେପି ରାଜ୍ୟ ସଭାପତି

ଓଡିଶାରେ ଯୋଗ ଦିବସ ପାଳନ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ଵର ସ୍ଥିତ ମୂଳା ପଡିଆରେ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ସେ ନିଜେ ଯୋଗ କରିବା ସହ ଲୋକଙ୍କୁ ଯୋଗ କରିବାକୁ ଉତ୍ସାହିତ କରିଥିଲେ । ସେ ଲୋକମାନଙ୍କୁ କହିଛନ୍ତ ଯେ ସ୍ୱାସ୍ଥ୍ୟ ପାଇଁ ଯୋଗ ନିହାତି ଆବଶ୍ୟକ। ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ଏହି ଯୋଗ ଦିବସ। 

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
 
Last Updated : Jun 21, 2021, 1:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.