ETV Bharat / city

ଆନ୍ତର୍ଜାତିକ ରେଡିଓ ମେଳା, ମିଳୁନି ସରକାରୀ ସହାୟତା

author img

By

Published : Feb 14, 2019, 3:39 PM IST

ରାଜଧାନୀ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ 5ମ ଆନ୍ତର୍ଜାତିକ ରେଡିଓ ମେଳାର ଆୟୋଜିତ ହୋଇଯାଇଛି। ଆଉଟ ରିଚ ପକ୍ଷରୁ ଆୟୋଜିତ ଏହି ମେଳା ଫେବୃଆରୀ 13 ଓ 14ତାରିଖ 2 ଦିନ ଧରି ଚାଲିବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ଆରମ୍ଭ ହୋଇଛି ଆନ୍ତର୍ଜାତିକ ରେଡିଓ ମେଳା । ପ୍ରତିବର୍ଷ ଭଳି ଚଳିତ ବର୍ଷ ରାଜଧାନୀର ଭଞ୍ଜକଳା ମଣ୍ଡପରେ 5ମ ଥର ପାଇଁ ଏହି ମେଳାର ଆୟୋଜନ କରାଯାଇଛି। ଆଉଟ ରିଚ ପକ୍ଷରୁ ଆୟୋଜିତ ଏହି ମେଳା ଫେବୃଆରୀ 13 ଓ 14 ତାରିଖ 2 ଦିନ ଧରି ଚାଲିବ। ମାତ୍ର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମେଳା ଆୟୋଜନରେ କୌଣସି ସରକାରୀ ସହାୟତା ମିଳିନାହିଁ।

ସୂଚନାଯୋଗ୍ୟ ଆୟୋଜିତ ରେଡିଓ ମେଳାରେ ଲୋକମାନେ ନିଜର ପୁରୁଣା ରେଡିଓ ସଜାଡିବାକୁ ଭିଡ ଜମାଇଛନ୍ତି। ଖାଲି ସେତିକି ନୁହେଁ ଡିଜିଟାଲ ଯୁଗରେ ଲୁକାୟିତ ହେଉଥିବା ପୁରଣା ରେଡିଓ, ଗ୍ରାମଫୋନ ଆଦିକୁ ଦେଖିବା ପାଇଁ ଅନେକ ରେଡିଓପ୍ରେମୀଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
undefined

ଆକାଶବାଣୀ, ରେଡ୍ ଏଫଏମ, ରେଡିଓ ଚକଲେଟ ନିଜ ନିଜର ସ୍ୱତନ୍ତ୍ର ଷ୍ଟଲ ଲଗାଇ ରେଡିଓପ୍ରେମୀଙ୍କୁ ଆକର୍ଷଣ କରୁଛନ୍ତି । ଆଉ ଏହି ରେଡିଓ ମେଳାରେ ଗୁରୁବାର ଆକର୍ଷଣ କେନ୍ଦ୍ରବିନ୍ଦୁ ରହିବେ ଲୋକପ୍ରିୟ ଆରଜେ(ରେଡିଓ ଜକି) ରୌନକ(ବୌଆ) । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମେଳାରେ ଦେଖିବାକୁ ଛତିଶଗଡ଼, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଭଳି ରାଜ୍ୟରୁ ଅନେକ ରେଡିଓପ୍ରେମୀଙ୍କ ସୁଅ ଛୁଟିଛି। ଉକ୍ତ ମେଳାକୁ 5 ବର୍ଷ ବିତିଯାଇଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରୁ ଏହା ବଞ୍ଚିତ ରହିଛି। ଆଉ ବିନା ସରକାରୀ ସହାୟତାରେ ଏହି ମେଳାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଇବା କଷ୍ଟକର ହେବା ବୋଲି ମେଳାର ଉପଦେଷ୍ଟା କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

slug-road block symbolic
formaat-avo
report-sadasiba patra
place-Phulabani(Kandhamal)
date-13.2.2019
କନ୍ଧମାଳ ଜିଲାରେ ପ୍ରତିବାଦ ଆନ୍ଦୋଳନ କରିଛି ନବନିର୍ମାଣ କୃଷକ ସଂଗଠନ  । ସଦର ଥାନା  କେରେଡି ଠାରେ 157 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଛନ୍ତି ସଂଗଠନର ଚାଷୀ । ଭୂବନେଶ୍ବରରେ ଚାଷୀଙ୍କୁ ଗିରଫ କରିବା ଓ ପ୍ରତିବାଦ ପାଇଁ ସୁଯୋଗ ନ ଦେବା ଯୋଗୁଁ ସାରା ରାଜ୍ୟରେ ଏପରି ପ୍ରତିବାଦ ଓ ବିରୋଧ ଜାରି ରହିବ ବୋଲି କହିଛନ୍ତି  । ପ୍ରତିକାତ୍ମକ ଭାବେ କିଛି ସମୟ ଅବରୋଧ କରି ବିରୋଧ ଜଣାଇଥିଲେ ଚାଷୀ  । ପ୍ରାଇସ୍,ପ୍ରେସଟିଜ୍ ଓ ପେନସନ୍ ଚାଷୀ ମାନଙ୍କୁ ଦେବା ପାଇଁ ଦିର୍ଘ ଦିନ ଧରି ଦାବି କରିଆସୁଛି ନବନିର୍ମାଣ କୃଷକ ସଂଗଠନ  ।
.............
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.