ETV Bharat / city

ନୃତ୍ୟ ଜିଣେ ମନ..ଜଗତ

ବିଶ୍ୱ ନୃତ୍ୟ ଦିବସ । ହସ ହେଉ କିମ୍ବା କାନ୍ଦ, ଅବା ଆଖିର ଚାହାଣୀ..ସବୁ କାହାଣୀକୁ ନିମିଷକେ ବର୍ଣ୍ଣନା କରିଦିଏ ନୃତ୍ୟ ..ଯେଉଁଠି ଶବ୍ଦ ନିରବୀ ଯାଏ, ସେଠି ଜନ୍ମ ହୁଏ ନୃତ୍ୟର...ଆଜି ସେହି ନୃତ୍ୟ ଓ ନୃତ୍ୟଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇବାର ଦିନ ଅଧିକ ପଢନ୍ତୁ...

author img

By

Published : Apr 29, 2021, 9:18 PM IST

Updated : Apr 30, 2021, 1:26 PM IST

ନୃତ୍ୟ ଜିଣେ ମନ... ଜଗତ
ନୃତ୍ୟ ଜିଣେ ମନ... ଜଗତ

ଭୁବନେଶ୍ବର: ନୃତ୍ୟ ଯାହା ମଣିଷର ମନର ଭାବନାକୁ ଶରୀରର ଛନ୍ଦରେ ପରିପ୍ରକାଶ କରେ । ଯାହା ମଣିଷ ଜୀବନର ପ୍ରତିଟି ଭାବ..ରଙ୍ଗକୁ ଶରୀରର ଶୈଳୀ ମାଧମରେ ପ୍ରକାଶ କରେ । ସେହି କଳାକୁ ଆମେ ନୃତ୍ୟ କହୁଥିବା ବେଳେ ଏହାକୁ ଜିବିତ କରିବା ପାଇଁ ଜଣେ କଳାକାର ବା ନୃତ୍ୟ ଶିଳ୍ପୀ ଅନେକ ପରିଶ୍ରମ କରେ । ଆଉ ଏହି ନୃତ୍ୟ ମାଧମରେ ନିଜର କଳା ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ କରାଇ ବିଶ୍ୱଦରବାରେ ନେଇ ପହଞ୍ଚାଇଥାଏ । ଆଜି ବିଶ୍ୱ ନୃତ୍ୟ ଦିବସ ଅବସରରେ ସେଇ ନୃତ୍ୟାଙ୍ଗନାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା।

ନୃତ୍ୟ ଜିଣେ ମନ..ଜଗତ

ହସ ହେଉ ଅବା କାନ୍ଦ ଅବା ଜୀବନର କୌଣସି ପରିସ୍ଥିତି । ସେ ସବୁ କିଛି ଛନ୍ଦ ମାଧ୍ୟମରେ ତୋଳି ଧରିଥାଏ ଜଣେ ନୃତ୍ୟ ଶିଳ୍ପୀ । ନିଜ କଷ୍ଟ ପରିଶ୍ରମ ଓ ତ୍ୟାଗକୁ ଲୁଚେଇ ମଣିଷର ମନୋରଞ୍ଜନ ପାଇଁ ନିଜକୁ ବେଶ ସମର୍ପିତ କରିଥାନ୍ତି । ଆଉ ପ୍ରତିଭାର ପ୍ରଦର୍ଶନ କରି ସମସ୍ତଙ୍କ ଜୀବନରେ ଭରି ଦିଅନ୍ତୁ ଖୁସିର ସଂଜୀବନୀ । ଆଉ ଏହାରି ଭିତରେ ଆମ ଭାରତରେ ଓଡିଶୀ, କୁଚିପୁଡି, ଗୋଟିପୁଅ, ଭାରତନାଟ୍ୟମ, ମଣିପୁରୀ ଭଳି ୮ ରୁ ଉର୍ଦ୍ଧ୍ବ ଶାସ୍ତ୍ରୀୟ ନୃତ୍ୟ ବେଶ ଆଦୃତ ଲାଭ କରେ । ଯାହା ଆମ ସଂସ୍କୃତି ଓ ପରମ୍ପରା ଓ ଲୋକକଳା ପ୍ରତିପାଦିତ କରେ ।

ଆଉ ଆମ ଓଡିଶା ବା ଉତ୍କଳର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ତନ୍ମଧ୍ୟରୁ ଏକ ମହାନ କଳା ହୋଇଥିବାରୁ ଏହା ଆଜି ବିଶ୍ୱବିଦିତ ହୋଇପାରିଛି । ନୃତ୍ୟଶିଳ୍ପୀ ମାନେ ନିଜର ପରିଶ୍ରମ ଓ ନିଷ୍ଠାରେ ଓଡ଼ିଶୀକୁ ରୁଦ୍ଧିମନ୍ତ ଓ ଉଜ୍ଜିବିତ କରି ରଖିଛନ୍ତି । ଖାଲି ସେତିକି ନୁହେ ସମ୍ବଲପୁରୀ, ଛଉ, ପାଲା, ଦାସକାଠିଆ ଭଳି ଲୋକକଳା ଓ ମଡର୍ଣ୍ଣ ଡ୍ଯାନ୍ସ ମଧ୍ୟ ବେଶ ଆଦୃତ ଓ ବିଶ୍ୱବିଦିତ ହୋଇପାରିଛି ।

ବର୍ତ୍ତମାନ ଗୁରୁ ଶ୍ରୀ କେଳୁଚରଣ, କୁମକୁମ ମହାନ୍ତି ଭଳି ଗୁରୁ ଆମ ଓଡିଶାର ପରିଚୟକୁ ବେଶ ପରିଚିତ କରିଛନ୍ତି । ଏହାସହ ଆଜିର ନୃତ୍ୟଶିଳ୍ପୀମାନେ ମଧ୍ୟ ଉତ୍କଳର ନାକୁ ମଧ୍ୟ ବିଶ୍ୱ ଦରବାରରେ ପହଞ୍ଚାଇପାରିଛନ୍ତି । ଯାହାକୁ ନେଇ ଓଡିଶୀ ନୃତ୍ୟଶିଳ୍ପୀ ଶ୍ବାଶତ ଯୋଶୀ କୁହନ୍ତି ଜଣେ ନୁହେ କି ଦୁଇଜଣ ନୁହେଁ ଆମ ସମସ୍ତଙ୍କ ପ୍ରଚେଷ୍ଟାରେ ହିଁ ଓଡିଶୀ ନୃତ୍ୟ ହିଁ ଆଜି ବିଶ୍ବ ଦରବାରେ ପରିଚିତ।

ଅନ୍ୟପଟେ କୋରୋନାରେ ସାରା ବିଶ୍ୱ କବଳିତ ଥିବା ବେଳେ ଏଠି ସମସ୍ତେ ବନ୍ଦି । ଏଭଳି ସ୍ଥିତିରେ ଆଉ ଶୁଭୁନି ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ଶୁଭୁନି ବାଦ୍ୟର ଝଙ୍କାର। ଆଉ ଅଙ୍ଗଭଙ୍ଗୀର ଭାବନାତ୍ମକ ଶୈଳୀ ବି ଆଉ ଦେଖିବାକୁ ମିଳୁନି । ବାସ ସବୁକିଛି ସାଇତା ସ୍ମୃତି ହୋଇ ରହିଯାଇଛି । ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଯଦିବି ଏବେ ଡିଜିଟାଲ ବା ଅନଲାଇନ ମାଧ୍ୟମରେ ପରିବେଷଣ ହେଉଛି ବା ଶିକ୍ଷା ଯାଉଛି । ସେଥିରେ କିନ୍ତୁ ଆଉ ସେ ମାଦକତା ନାହିଁ ।

ଏହାରି ଭିତରେ ସତର୍କ ଓ ସୁରକ୍ଷିତ ରହି ନୃତ୍ୟଶିଳ୍ପୀ ମାନେ ନିଜ ସହ ନୃତ୍ୟକୁ ବଞ୍ଚାଇ ରଖିବାର ପ୍ରୟାସରେ ଲାଗିଛନ୍ତି ।ଆଉ ଅପେକ୍ଷା କରିଛନ୍ତି ମହାମାରୀ ହାରିବା ଆଉ ପୁଣି ସେମାନେ ଫେରିବେ ଓ ଦର୍ଶକର ତାଳିରେ ଗୁଞ୍ଜରଣ ହେବ କର୍ଣ୍ଣ ଓ ପ୍ରଶଂସା ସାଉଁଟିବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 30, 2021, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.